Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମେ’ ୧ରୁ ମୁମ୍ବାଇରେ ହେବ କ୍ରିଏଟ୍‍ ଇନ୍‍ ଇଣ୍ଡିଆ ଆନିମେ ଏବଂ ମାଙ୍ଗା ଚ୍ୟାଲେଞ୍ଜ
ଆଜିର ଖବର

ମେ’ ୧ରୁ ମୁମ୍ବାଇରେ ହେବ କ୍ରିଏଟ୍‍ ଇନ୍‍ ଇଣ୍ଡିଆ ଆନିମେ ଏବଂ ମାଙ୍ଗା ଚ୍ୟାଲେଞ୍ଜ

February 18, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଇଣ୍ଡିଆ ଏଆଇ ଇମ୍ପାକ୍ଚ ସମିଟ୍ ୨୦୨୬: ୩୫,୦୦୦ ଟପିଲା ପଞ୍ଜୀକରଣ ସଂଖ୍ୟା
ଇଣ୍ଡିଆ ଏଆଇ ଇମ୍ପାକ୍ଚ ସମିଟ୍ ୨୦୨୬: ୩୫,୦୦୦ ଟପିଲା ପଞ୍ଜୀକରଣ ସଂଖ୍ୟା

ମୁମ୍ବାଇ: ମୁମ୍ବାଇର ଜିଓ ୱାର୍ଲ୍ଡ କନଭେନସନ ସେଣ୍ଟର ଏବଂ ଜିଓ ୱାର୍ଲ୍ଡ ଗାର୍ଡେନ୍ସ,ରେ ଆୟୋଜିତ ହେବାକୁ ଯାଉଛି ଓ୍ୱେଭ୍ସ ଆନିମେ ଓ ମାଙ୍ଗା ଚ୍ୟାଲେଞ୍ଜ। ଭାରତ ସରକାରଙ୍କ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଦ୍ୱାରା ଭାରତୀୟ ମିଡିଆ ଏବଂ ମନୋରଞ୍ଜନ ସଂଘ (MEAI) ସହଯୋଗରେ ଏହି ପ୍ରତିଯୋଗୀତା ଆୟୋଜିତ କରାଯାଉଛି, ଯାହା ମେ’ ୧ରୁ ୪ତାରିଖ ଯାଏ ଚାଲିବ। ଭାରତୀୟ ଏବଂ ବିଶ୍ୱସ୍ତରୀୟ ଦର୍ଶକଙ୍କ ପାଇଁ ଲୋକପ୍ରିୟ ଜାପାନୀ ଶୈଳୀର ଆନିମେ ଓ ମାଙ୍ଗାର  ସ୍ଥାନୀୟ ରୂପାନ୍ତରଣ ବିକଶିତ କରିବାକୁ ଏହି ପ୍ରତିଯୋଗୀତା ଲକ୍ଷ୍ୟ ରଖିଛି। ଏଥିରେ ବିଜେତାମାନଙ୍କୁ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଦ୍ୱାରା ଆନିମେ ଜାପାନ ଏବଂ ଅନ୍ୟାନ୍ୟ ଆନ୍ତର୍ଜାତୀୟ ଇଭେଣ୍ଟଗୁଡ଼ିକରେ ଭାଗ ନେବା ପାଇଁ ସମସ୍ତ ଖର୍ଚ୍ଚସହ ଯାତ୍ରା ସୁଯୋଗ ପ୍ରଦାନ କରାଯିବ।

ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଏ ବିଷୟରେ କୁହାଯାଇଛି, WAVES ଆନିମେ ଏବଂ ମାଙ୍ଗା ପ୍ରତିଯୋଗିତା (WAM!) ଏକ ଗତିଶୀଳ ପଦକ୍ଷେପ ଯାହାର ଲକ୍ଷ୍ୟ ହେଉଛି ଭାରତର ଆନିମେ ଓ ମାଙ୍ଗା ପ୍ରତି ବଢ଼ୁଥିବା ଉତ୍ସାହକୁ ସଜାଡ଼ିବା ତଥା ଏହାର ସୃଷ୍ଟିକାରୀମାନଙ୍କୁ ସେମାନଙ୍କର ପ୍ରତିଭା ପ୍ରଦର୍ଶନ କରିବା ପାଇଁ ଏକ ବିଶ୍ୱସ୍ତରୀୟ ପ୍ଲାଟଫର୍ମ ପ୍ରଦାନ କରିବା।  ଏହା ସହ ଏହି ପ୍ରତିଯୋଗୀତା ଆଗ୍ରହୀ କଳାକାରମାନଙ୍କୁ ଭାରତୀୟ ଏବଂ ବିଶ୍ୱସ୍ତରୀୟ ଦର୍ଶକଙ୍କ ପାଇଁ ଲୋକପ୍ରିୟ ଜାପାନୀ ଶୈଳୀର ସ୍ଥାନୀୟ ରୂପାନ୍ତରଣ ବିକଶିତ କରିବାକୁ ଉତ୍ସାହିତ କରିବ। ପ୍ରକାଶନ, ବଣ୍ଟନ ଏବଂ ଶିଳ୍ପ ପ୍ରଦର୍ଶନର ସୁଯୋଗ ସହିତ, ଏହି ପ୍ରତିଯୋଗିତା କଳାତ୍ମକ ଅଭିବ୍ୟକ୍ତିକୁ ପ୍ରୋତ୍ସାହିତ କରେ ଏବଂ ଉଦୀୟମାନ ପ୍ରତିଭାକୁ ପ୍ରୋତ୍ସାହିତ କରିବ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।  ଏହି ପ୍ରତିଯୋଗୀତା ନଭେମ୍ବର ୨୪ ତାରିଖରୁ ଆରମ୍ଭ ହୋଇଛି।  ଦେଶର ୧୧ଟି ସହରରେ ରାଜ୍ୟସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ ହେବା ପରେ ମୁମ୍ବାଇରେ WAVES -୨୦୨୫ର ଫାଇନାଲ ଅନୁଷ୍ଠିତ ହେବାକୁ ଯାଉଛି।

WAVES ଗଣମାଧ୍ୟମ ଏବଂ ମନୋରଞ୍ଜନ ଶିଳ୍ପରେ ଆଲୋଚନା, ସହଯୋଗ ଏବଂ ନବସୃଜନ ପାଇଁ ଏକ ପ୍ରମୁଖ ମଞ୍ଚ ଭାବରେ କାର୍ଯ୍ୟ କରିବା ସହ, ନୂତନ ସୁଯୋଗ ଅନୁସନ୍ଧାନ ଏବଂ ଏ କ୍ଷେତ୍ରର ଭବିଷ୍ୟତକୁ ଆକାର ଦେବା ପାଇଁ ବିଶ୍ୱସ୍ତରୀୟ ଅଂଶୀଦାରମାନଙ୍କୁ ଏକତ୍ରିତ କରୁଛି। ଏହି କାର୍ଯ୍ୟକ୍ରମରେ ୭୦ ହଜାରରୁ ରୁ ଅଧିକ କଳାକାର ଓ ଆଗ୍ରହୀ  ପଞ୍ଜୀକୃତ ହୋଇଛନ୍ତି, ଯେଉଁମାନଙ୍କୁ ବିଶ୍ୱସ୍ତରୀୟ ମଞ୍ଚ ପ୍ରଦାନ କରିବାରେ ଏହା ସହାୟକ ହେବ। ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, WAM ଭାରତକୁ ଆନିମେ ଏବଂ ମାଙ୍ଗା କଳା ପାଇଁ ଏକ ସ୍ପନ୍ଦନଶୀଳ କେନ୍ଦ୍ର ଭାବରେ ଏହାର ସ୍ଥିତିକୁ ସୁଦୃଢ଼ ​​କରୁଛି। ଏହି କାର୍ଯ୍ୟକ୍ରମ ସମସାମୟିକ କାହାଣୀ ବର୍ଣ୍ଣନା ସହିତ କଳାତ୍ମକ ପରମ୍ପରାକୁ ସେତୁ କରୁଛି ବୋଲି ମନ୍ତ୍ରଣାଳୟ ପକ୍ଷରୁ ଜାରି ଏକ ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି।

WAM! କସ୍ ପ୍ଲେ ପ୍ରତିଯୋଗିତା ଛାତ୍ର, କର୍ମଚାରୀ ଏବଂ ବାହ୍ୟ ଅଂଶଗ୍ରହଣକାରୀଙ୍କ ସମେତ ବ୍ୟକ୍ତିବିଶେଷଙ୍କ ପାଇଁ ଖୋଲା ରହିଛି। ଏଥିପାଇଁ କୌଣସି ପଞ୍ଜିକରଣ ଫି ନାହିଁ। କସ୍‍ ପ୍ଲେ ଗୁଡ଼ିକ ଆନିମେ, ମାଙ୍ଗା, ଗେମିଂ କିମ୍ବା ଭାରତୀୟ କମିକ୍ସର ଚରିତ୍ର ଉପରେ ଆଧାରିତ ରହିଛି, ଯାହା ସୃଜନଶୀଳତା ଏବଂ ମୌଳିକତାକୁ ଉତ୍ସାହିତ କରେ। ଏଥିଲାଗି ପୋଷାକ ଏବଂ ପ୍ରପ୍ସଗୁଡ଼ିକ ସ୍ୱୟଂ ନିର୍ମିତ।  ପୋଷାକ, କାରିଗରୀ, ପ୍ରଦର୍ଶନ, ସୃଜନଶୀଳତା, ଦର୍ଶକଙ୍କ ଯୋଗଦାନ ଏବଂ ଏକ ପାରସ୍ପରିକ ସମ୍ପର୍କ ସେଗମେଣ୍ଟ ଆଧାରରେ ବିଚାର କରାଯାଇ  ବିଜେତା ଘୋଷଣା କରାଯିବ।   ଶ୍ରେଷ୍ଠ ତିନି ଜଣ କସ୍‍ ପ୍ଲେ  ବିଜେତାଙ୍କୁ ନଗଦ ପୁରସ୍କାର ପ୍ରଦାନ ବ୍ୟବସ୍ଥା କରାଯାଇଚଇତ । ଏହା ସହ ସମସ୍ତ ଅଂଶଗ୍ରହଣକାରୀଙ୍କୁ ଇ-ସାର୍ଟିଫିକେଟ୍ ପ୍ରଦାନ କରାଯିବ ବୋଲି ବିଜ୍ଞପ୍ତିରେ କୁହାଯାଇଛି।

WAVES ଜିଓ ୱାର୍ଲ୍ଡ କନଭେନସନ ସେଣ୍ଟର ଭାରତ ସରକାର ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ
Share. Facebook Twitter LinkedIn Email WhatsApp Copy Link

Related Posts

ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ: ନାବାଳକ ସହ ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

March 31, 2026

“ପରମାଣୁ ବିପଦ ବଢାଇଲା ଇରାନ ଯୁଦ୍ଧ”: ଆମେରିକା ଉପରେ ଗମ୍ଭୀର ଅଭିଯୋଗ ଆଣିଲା ରୁଷ

March 31, 2026

ଆଜି ପଞ୍ଜାବ କିଙ୍ଗସ ଏବଂ ଗୁଜରାଟ ଟାଇଟାନ୍ସ ମଧ୍ୟରେ ମୁକାବିଲା: ଜାଣନ୍ତୁ ସମ୍ଭାବ୍ୟ ଖେଳାଳି ଏକାଦଶ

March 31, 2026

ନକ୍ସଲମୁକ୍ତ ଭାରତ: ୫୬ ବର୍ଷର ସଂଘର୍ଷର ଅନ୍ତ ଏବଂ ଏକ ଐତିହାସିକ ସଫଳତା  

March 31, 2026
Latest News

ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ: ନାବାଳକ ସହ ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

March 31, 2026

“ପରମାଣୁ ବିପଦ ବଢାଇଲା ଇରାନ ଯୁଦ୍ଧ”: ଆମେରିକା ଉପରେ ଗମ୍ଭୀର ଅଭିଯୋଗ ଆଣିଲା ରୁଷ

March 31, 2026

ଆଜି ପଞ୍ଜାବ କିଙ୍ଗସ ଏବଂ ଗୁଜରାଟ ଟାଇଟାନ୍ସ ମଧ୍ୟରେ ମୁକାବିଲା: ଜାଣନ୍ତୁ ସମ୍ଭାବ୍ୟ ଖେଳାଳି ଏକାଦଶ

March 31, 2026

ନକ୍ସଲମୁକ୍ତ ଭାରତ: ୫୬ ବର୍ଷର ସଂଘର୍ଷର ଅନ୍ତ ଏବଂ ଏକ ଐତିହାସିକ ସଫଳତା  

March 31, 2026

“ପ୍ରଧାନମନ୍ତ୍ରୀ ଯାହା କରିପାରିବେ, ତାହା…”: ଇରାନ ଯୁଦ୍ଧ ଉପରେ ଓମାର ଅବଦୁଲ୍ଲାଙ୍କ ବଡ଼ ବୟାନ

March 31, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.