ନୂଆଦିଲ୍ଲୀ: ତୁଷାର ଝଡ଼ ପରେ ପ୍ରବଳ ପବନ ମଧ୍ୟରେ ସୋମବାର (ଫେବୃଆରୀ 17, 2025) କାନାଡାର ଟରୋଣ୍ଟୋ ପିରସନ ବିମାନବନ୍ଦରରେ ଅବତରଣ କରିବା ସମୟରେ ଏକ ଡେଲଟା ଏୟାର ଲାଇନ୍ସ ଆଞ୍ଚଳିକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ଅତି କମରେ 18 ଜଣ ଆହତ ହୋଇଛନ୍ତି। ବିମାନରେ 80 ଜଣ ଲୋକ ଥିଲେ ଯାହା ମିନିୟାପୋଲିସ୍-ସେଣ୍ଟ୍ ପଲ୍ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଉଡାଣ ଆରମ୍ଭ କରିଥିଲେ।
ଅଧିକାରୀ କହିଛନ୍ତି ଯେ, ବିମାନରେ ଥିବା ଜଣେ ଶିଶୁଙ୍କ ସମେତ ତିନି ଜଣ ଗୁରୁତର ଆହତ ହୋଇଛନ୍ତି। ଏପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତିର ଖବର ନାହିଁ। କାନାଡାର ଅଧିକାରୀ କହିଛନ୍ତି ଯେ, ସେମାନେ ଦୁର୍ଘଟଣାର କାରଣ ଅନୁସନ୍ଧାନ କରିବେ, ଯାହା ଏପର୍ଯ୍ୟନ୍ତ ଜଣା ପଡିନାହିଁ। ଏଥିସହିତ ବର୍ତ୍ତମାନ ଏହି ଘଟଣାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି।
ଇନଷ୍ଟାଗ୍ରାମରେ ଭିଡିଓ ପୋଷ୍ଟ କରାଯାଇଛି:
ପିଟ୍ କୋକୋଭ ନାମକ ଜଣେ ଯାତ୍ରୀ ଇନଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯେଉଁଥିରେ ଦୁର୍ଘଟଣାଗ୍ରସ୍ତ ହେବା ପରେ ତାଙ୍କୁ ବିମାନ ଭିତରୁ କର୍ତ୍ତୃପକ୍ଷ ଉଦ୍ଧାର କରିଥିଲେ। ଫୁଟେଜରେ ଯାତ୍ରୀମାନଙ୍କୁ ଓଲଟା ବିମାନରୁ ବାହାରକୁ ନିଆଯାଉଛି ଏବଂ ଅଗ୍ନିଶମ ବାହିନୀ ବିମାନ ଉପରେ ପାଣି ସ୍ପ୍ରେ କରୁଛନ୍ତି।
ଏହି ଦୁର୍ଘଟଣାରୁ ବଞ୍ଚିଥିବା ଜଣେ ମହିଳା ସୋସିଆଲ ମିଡିଆରେ ଏକ ଭିଡିଓ ମଧ୍ୟ ସେୟାର କରିଛନ୍ତି। ବିମାନଟି ଓଲଟି ପଡ଼ିବା ପରେ ଏହି ମହିଳା ନିଜ ଆସନ ଉପରେ ଓଲଟି ପଡ଼ିଥିବାର ନଜର ଆସିଛନ୍ତି। ଏହି ଭିଡିଓ ସେୟାର କରିବାବେଳେ ସେ ଲେଖିଛନ୍ତି ଯେ, ମୋର ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି ଏବଂ ମୁଁ ଓଲଟି ପଡିଛି।
ଏହି ଭିଡିଓରେ ଦେଖାଯାଇଛି ଯେ, କେତେ ଭୟଭୀତ ଯାତ୍ରୀ ବିମାନରୁ ବାହାରକୁ ଯିବାକୁ ଚେଷ୍ଟା କରୁଛନ୍ତି ଏବଂ ଏକ ସୁରକ୍ଷିତ ସ୍ଥାନରେ ପହଞ୍ଚିବାକୁ ଚେଷ୍ଟା କରୁଛନ୍ତି। ଏହି ସମୟରେ ଜଣେ ଯାତ୍ରୀ କୁହନ୍ତି, ହେ ଭଗବାନ, ମୁଁ ତଥାପି ବିମାନ ଦୁର୍ଘଟଣାରେ ଅଟକି ରହିଛି।