ବୈଷୟିକ ତ୍ରୁଟି ଯୋଗୁଁ ବାଧାପ୍ରାପ୍ତ ହୋଇଛି ଭାରତର ଚନ୍ଦ୍ର ଅଭିଯାନ। ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାରୁ ଭୋର ୨.୫୧ ସମୟରେ ଉତ୍କ୍ଷେପଣ କାର୍ଯ୍ୟକ୍ରମ ରହିଥିଲେ ମଧ୍ୟ ଶେଷ ମୂହୂର୍ତ୍ତରେ ବୈଷୟିକ କାରଣରୁ ଏହାକୁ ସାମୟିକ ଭାବରେ ବାତିଲ କରାଯାଇଛି। ଭାରତୀୟ ମହାକାଶ ବିଜ୍ଞାନ ସଂସ୍ଥାନ (ଇସ୍ରୋ) ପକ୍ଷରୁ ଟ୍ବିଟ୍ କରି ଏହି ସୂଚନା ଦିଆଯାଇଛି। ବୈଷୟିକ ତ୍ରୁଟି ସୁଧାରିବା ପରେ ଖୁବ୍ ଶୀଘ୍ର ନୂତନ ଉତ୍କ୍ଷେପଣ ତାରିଖ ଘୋଷଣା କରାଯିବ ବୋଲି ଇସ୍ରୋ ପକ୍ଷରୁ ଏକ ଟ୍ବିଟ୍ରେ କୁହାଯାଇଛି। ଉତ୍କ୍ଷେପଣର ୫୬ ମିନିଟ୍ ପୂର୍ବରୁ ଇସ୍ରୋ ପକ୍ଷରୁ ଏହାକୁ ରୋକାଯାଇଥିଲା। ଉତ୍କ୍ଷେପଣ ନିମନ୍ତେ ବ୍ୟବହୃତ ହେବାକୁ ଥିବା ରକେଟ୍ରେ ଯାନ୍ତ୍ରିକ ସମସ୍ୟାକୁ ନେଇ ଉତ୍କ୍ଷେପଣ ବନ୍ଦ ରଖାଯାଇଛି। ଆସନ୍ତା କିଛି ସପ୍ତାହ କିମ୍ବା କିଛି ମାସ ମଧ୍ୟରେ ଏହାକୁ ପୁନର୍ବାର ଉତ୍କ୍ଷପଣ କରାଯିବ ବୋଲି ଇସ୍ରୋ ମୁଖ୍ୟ କେ ଶିବନ୍ ପ୍ରକାଶ କରିଛନ୍ତି।