ଭାରତର ପଡୋଶୀ ରାଷ୍ଟ୍ର ନେପାଳରେ ବର୍ଷା ଯୋଗୁଁ ବନ୍ୟାରେ ନଦୀକୂଳିଆ ଅଞ୍ଚଳରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ରିପୋର୍ଟ ଅନୁସାରେ ବନ୍ୟା ଯୋଗୁଁ ରବିବାର ସୁଦ୍ଧା 65 ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ 30 ଜଣ ନିଖୋଜ ଅଛନ୍ତି । ସେହିପରି 38 ଜଣ ଲୋକ ଆହତ ହୋଇଛନ୍ତି । ନେପାଳ ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ପ୍ରବଳ ବର୍ଷା ଓ ଭୂସ୍ଖଳନ ଯୋଗୁଁ ପ୍ରାକୃତିକ ବିପର୍ଯ୍ୟୟ ସୃଷ୍ଟି ହୋଇଛି । ଉଦ୍ଧାରକାରୀ ଟିମ ବନ୍ୟା ପୀଡ଼ିତଙ୍କୁ ଉଦ୍ଧାର କରୁଛନ୍ତି । ଲଲିତପୁରରେ, କାଠମାଣ୍ଡୁ, କୋଠାଙ୍ଗ, ଭୋଜପୁର, କାଭରେ, ମକୱାନପୁର, ସିନ୍ଧୁଲ, ଧାଡିଙ୍ଗ, ଇଲାମ, ଝପା, ଓଖାଳଡୁଙ୍ଗା, ସୁନସାରି, ବାରା, ପାର୍ସା, ରାମଛପ ଏବଂ ଚିତୱାନ ଜିଲ୍ଲାରେ ଜଣେ ଲୋକଙ୍କର ପ୍ରାଣହାନୀ ଘଟିଛି । 22 ଟି ଜିଲ୍ଲାରୁ 1146 ଜଣଙ୍କୁ ଉଦ୍ଧାର କରାଯାଇଛି ।