ନୟାଗଡ଼ ଦଶପଲ୍ଲାରେ ଆଜି କ୍ରିୟାନୁଷ୍ଠାନ କମିଟି ପକ୍ଷରୁ 12 ଘଣ୍ଟିଆ ବନ୍ଦ ପାଳନ କରାଯାଉଛି । ଉପ କାରାଗାର ସ୍ଥାନାନ୍ତରକୁ ପ୍ରତିବାଦରେ କମିଟି ପକ୍ଷରୁ ଏନଏଚ 57 ରେ ଧାରଣା ଦିଆଯାଇଛି । ଫଳରେ ଗାଡ଼ି ଚଳାଚଳ ସହ ସମସ୍ତ ଦୋକାନ ବଜାର ବନ୍ଦ ରହିଛି । ସୂଚନାନୁସାରେ, ନୟାଗଡ଼ ଜିଲ୍ଲା ଦଶପଲ୍ଲାସ୍ଥିତ ସବ୍ ଜେଲ ବା ଉପକାରାଗାର ସ୍ଥାନାନ୍ତରକୁ ପ୍ରତିବାଦ କରି ଆଜି କ୍ରିୟାନୁଷ୍ଠାନ କମିଟି ପକ୍ଷରୁ 12 ଘଣ୍ଟିଆ ଦଶପଲ୍ଲା ବନ୍ଦ ପାଳନ ହେଉଛି । 1910 ମସିହା ବ୍ରିଟିଶ ଶାସନ କାଳରୁ ପ୍ରତିଷ୍ଠିତ ହୋଇଥିବା ଉପକାରାଗାରକୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବା ନିଷ୍ପତିକୁ ପ୍ରତିବାଦ କରାଯାଇଛି । ଫଳରେ କ୍ରିୟାନୁଷ୍ଠାନ କମିଟି ଧାରଣାରେ ବସିଛି । ଉକ୍ତ ରାଜପଥରେ ଗାଡ଼ି ଚଳାଚଳ ଠପ୍ ହୋଇଯାଇଛି । ବନ୍ଦ ପ୍ରଭାବରେ ଦଶପଲ୍ଲାରେ ସମସ୍ତ ଦୋକାନ ବଜାର ବନ୍ଦ ରହିଛି ।