Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ ଶୁବମାନ ଗିଲଙ୍କ ବଡ ସଫଳତା: ଛଡ଼ାଇ ଆଣିଲେ ବାବର ଆଜମଙ୍କ ମୁକୁଟ
ଆଜିର ଖବର

ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ ଶୁବମାନ ଗିଲଙ୍କ ବଡ ସଫଳତା: ଛଡ଼ାଇ ଆଣିଲେ ବାବର ଆଜମଙ୍କ ମୁକୁଟ

February 19, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
ଶୁଭମନ ଗିଲ
ଶୁଭମନ ଗିଲଙ୍କୁ ମିଳିଲା ନାହିଁ ନେତୃତ୍ଵ: ୧୮ ସଦସ୍ୟ ବିଶିଷ୍ଟ ଦଳରେ ସାମିଲ ହେଲେ ଅଭିଷେକ ଏବଂ ଅର୍ଶଦୀପ

ନୂଆଦିଲ୍ଲୀ: ଭାରତୀୟ ବ୍ୟାଟ୍ସମ୍ୟାନ୍ ଶୁବମାନ ଗିଲ ଆଇସିସିର ODI ବ୍ୟାଟିଂ ମାନ୍ୟତାରେ 1 ନମ୍ବର ସ୍ଥାନରେ ପହଞ୍ଚିଛନ୍ତି। ଆଇସିସି ଆଜି ସର୍ବଶେଷ ମାନ୍ୟତା ପ୍ରକାଶ କରିଛି ଯେଉଁଥିରେ ଶୁଭମାନ ଗିଲ 796 ପଏଣ୍ଟ ସହ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ସେ ପାକିସ୍ତାନୀ ବ୍ୟାଟ୍ସମ୍ୟାନ୍ ବାବର ଆଜାମଙ୍କୁ ପଛରେ ପକାଇଦେଇଛନ୍ତି। ବାବର ଏବେ ଦ୍ୱିତୀୟ ସ୍ଥାନକୁ ଖସି ଆସିଛନ୍ତି। ଏହି ତାଲିକାରେ ଭାରତୀୟ ଅଧିନାୟକ ରୋହିତ ଶର୍ମା 761 ପଏଣ୍ଟ ସହ ତୃତୀୟ ସ୍ଥାନରେ ଅଛନ୍ତି।

ନିକଟରେ ଇଂଲଣ୍ଡ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଏକଦିବସୀୟ ସିରିଜରେ ଶୁଭମାନ ଗିଲ ଚମତ୍କାର ପ୍ରଦର୍ଶନ କରିଥିଲେ। ନାଗପୁରରେ ଖେଳାଯାଇଥିବା ପ୍ରଥମ ମ୍ୟାଚରେ ସେ 87 ରନ୍ ଏବଂ କଟକ ଖେଳାଯାଇଥିବା ଦ୍ୱିତୀୟ ମ୍ୟାଚରେ 60 ରନ୍ ସଂଗ୍ରହ କରିଥିଲେ।

ଇଂଲଣ୍ଡ ବିପକ୍ଷ ପ୍ରଥମ ଦୁଇଟି ମ୍ୟାଚରେ ଅର୍ଦ୍ଧଶତକ ହାସଲ କରିବା ପରେ ଶୁଭମାନ ଗିଲ ଅହମ୍ମଦାବାଦରେ ଖେଳାଯାଇଥିବା ତୃତୀୟ ତଥା ଅନ୍ତିମ ମ୍ୟାଚରେ ଶତକ ହାସଲ କରିଥିଲେ। ସେ 102 ବଲରେ 112 ରନର ଇନିଂସ ଖେଳିଥିଲେ, ଯେଉଁଥିରେ ସେ 3 ଛକା ଓ 14 ଚୌକା ମାରିଥିଲେ। ଏହା ଥିଲା ଗିଲଙ୍କ 50 ତମ ODI ମ୍ୟାଚ୍। ଗିଲଙ୍କ ODI କ୍ୟାରିୟର ବିଷୟରେ କହିବାକୁ ଗଲେ ସେ 50 ଟି ମ୍ୟାଚରେ 2587 ରନ୍ ସଂଗ୍ରହ କରିଛନ୍ତି, ଯେଉଁଥିରେ 7 ଶତକ ଏବଂ 15 ଅର୍ଦ୍ଧଶତକ ଅନ୍ତର୍ଭୁକ୍ତ।

ରୋହିତ ଶର୍ମାଙ୍କ ସମେତ 4 ଜଣ ଭାରତୀୟ ଶ୍ରେଷ୍ଠ-10 ରେ ଅନ୍ତର୍ଭୁକ୍ତ:

ଆଇସିସି ODI ବ୍ୟାଟିଂ ମାନ୍ୟତାର ଶ୍ରେଷ୍ଠ-10 ରେ 4 ଜଣ ଭାରତୀୟ ଅଛନ୍ତି। 761 ପଏଣ୍ଟ ସହ ରୋହିତ ଶର୍ମା ତୃତୀୟ ସ୍ଥାନରେ ଏବଂ ବିରାଟ କୋହଲି 727 ପଏଣ୍ଟ ସହ ଷଷ୍ଠ ସ୍ଥାନରେ ଅଛନ୍ତି। ତେବେ ସର୍ବଶେଷ ର଼୍ୟାଙ୍କିଙ୍ଗରେ ଦୁଇଟି ସ୍ଥାନରେ କୌଣସି ପରିବର୍ତ୍ତନ ହୋଇନାହିଁ। ଏହି ତାଲିକାରେ ଶ୍ରେୟସ୍ ଆୟର 9 ନମ୍ବରରେ ଅଛନ୍ତି, ତାଙ୍କର 679 ପଏଣ୍ଟ ରହିଛି।

babar azam Champions Trophy 2025 ICC Rankings indian cricket team Shubman Gill team india
Share. Facebook Twitter LinkedIn Email WhatsApp Copy Link

Related Posts

ଚିଲିକାରେ ମେଗା ସ୍ୱାସ୍ଥ୍ୟ ଶିବିରକୁ ଉଦଘାଟନ କଲେ ଆଇନ ମନ୍ତ୍ରୀ

January 11, 2026

ଜାନୁଆରୀ ୧୨ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ

January 11, 2026

ସମ୍ବଲପୁରରେ ଅତ୍ୟାଧୁନିକ ଟ୍ରମା କେୟାର ସେଣ୍ଟର ଏବଂ OPD ବିଲ୍‌ଡିଙ୍ଗର ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

January 11, 2026

ଅନ୍ୟ ପିଲାମାନଙ୍କ ସହିତ ନିଜ ପିଲାକୁ ତୁଳନା କରୁଛନ୍ତି କି?: ଛାଡନ୍ତୁ ଏହି ଅଭ୍ୟାସ

January 11, 2026
Latest News

ଚିଲିକାରେ ମେଗା ସ୍ୱାସ୍ଥ୍ୟ ଶିବିରକୁ ଉଦଘାଟନ କଲେ ଆଇନ ମନ୍ତ୍ରୀ

January 11, 2026

ଜାନୁଆରୀ ୧୨ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ

January 11, 2026

ସମ୍ବଲପୁରରେ ଅତ୍ୟାଧୁନିକ ଟ୍ରମା କେୟାର ସେଣ୍ଟର ଏବଂ OPD ବିଲ୍‌ଡିଙ୍ଗର ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

January 11, 2026

ସମ୍ବଲପୁର ପାଇଁ ୪୫୧ କୋଟି ଟଙ୍କା ବ୍ୟୟର ୨୪ ଘଣ୍ଟିଆ ପାନୀୟ ଜଳ ପ୍ରକଳ୍ପର ଭିତ୍ତିପ୍ରସ୍ତର କଲେ ମୁଖ୍ୟମନ୍ତ୍ରୀ

January 11, 2026

ଅନ୍ୟ ପିଲାମାନଙ୍କ ସହିତ ନିଜ ପିଲାକୁ ତୁଳନା କରୁଛନ୍ତି କି?: ଛାଡନ୍ତୁ ଏହି ଅଭ୍ୟାସ

January 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.