ଓ୍ବିମ୍ବିଲଡନ୍ ଫାଇନାଲ୍ରେ ନିଜର ଚିରାଚରିତ ପ୍ରତିଦ୍ବନ୍ଦୀ ରୋଜର ଫେଡେରରଙ୍କୁ ପରାସ୍ତ କରିଛନ୍ତି ନୋଭାକ୍ ଜୋକୋଭିକ୍ । ରବିବାର କ୍ରିକେଟ୍ ବିଶ୍ବକପ୍ ଅବସରରେ କ୍ରୀଡାପ୍ରେମୀଙ୍କ ନଜର ଟେନିସ୍ ଉପରେ ନଥିବା ବେଳେ ଉଭୟ ଚାମ୍ପିୟନ୍ଙ୍କ ମଧ୍ୟରେ 4 ଘଣ୍ଟା 55 ମିନିଟ୍ର ଏକ ମାରାଥନ ମୁକାବିଲା ଦେଖିବାକୁ ମିଳିଥିଲା । 8 ଥର ଚାମ୍ପିୟନ୍ ଫେଡେରର ନିଜର ନବମ ଟାଇଟଲ ଲକ୍ଷ୍ୟରେ ରହିଥିବା ବେଳେ ଜୋକୋଭିକ୍ ନିଜର ପଞ୍ଚମ ଟାଇଟଲ ହାସଲରେ ସକ୍ଷମ ହୋଇଥିଲେ । ଜୋକୋଭିକ୍7-6(5), 1-6, 7-6(4), 4-6, 13-12(3) ସେଟ୍ରେ ଫେଡେରରଙ୍କୁ ପରାସ୍ତ କରିଥିଲେ । ଉଭୟଙ୍କ ମଧ୍ୟରେ ଅନୁଷ୍ଠିତ ଅନ୍ତିମ ସେଟ୍ ଦୁଇ ଘଣ୍ଟା ଧରି ଅନୁଷ୍ଠିତ ହୋଇଥିବା ବେଳେ କ୍ରମାଗତ ତିନୋଟି ବ୍ରେକ୍ ପଏଣ୍ଟ ସହିତ ବାଜି ମାରି ନେଇଥିଲେ ସର୍ବିଆ ତାରକା ଜୋକୋଭିକ୍ । ମ୍ୟାଚ୍ ପରେ ଉଭୟ ଖେଳାଳି ପରସ୍ପରକୁ ପ୍ରଶଂସା କରିଛନ୍ତି । ଫେଡେରର କହିଛନ୍ତି ଉଭୟଙ୍କ ନିକଟରେ ଟାଇଟଲ ହାସଲର ସମାନ ସୁଯୋଗ ରହିଥିଲା ମାତ୍ର ଜୋକୋଭିକ୍ ଉନ୍ନତ ଖେଳ ପ୍ରଦର୍ଶନ କରି ଟାଇଟଲ ହାସଲ କରିବାରେ ସକ୍ଷମ ହେଲେ । ଏହି ଟାଇଟଲ ସହିତ ଜୋକୋଭିକ୍ ନିଜ କ୍ୟାରିୟରର ଷୋଡଶ ଗ୍ରାଣ୍ଡସ୍ଲାମ ହାସଲ କରିଛନ୍ତି ।