ଘୋଷଣା ହେଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ନାମ, ରେଖା ଗୁପ୍ତା ହେବେ ନୂଆ ମୁଖ୍ୟମନ୍ତ୍ରୀ

Published: Feb 19, 2025, 8:14 pm IST

ନୂଆଦିଲ୍ଲୀ: ବହୁ ପ୍ରତୀକ୍ଷା ପରେ ବର୍ତ୍ତମାନ ଘୋଷଣା ହେଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ନାମ। ଆଜି ବିଧାୟକ ଦଳ ବୈଠକ ପରେ ଦିଲ୍ଲୀ ପାଇଁ ନିଯୁକ୍ତ ଦୁଇ ପର୍ଯ୍ୟବେକ୍ଷକ ନାମ ଘୋଷଣା କରିଛନ୍ତି। ସେହି ଅନୁସାରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ହେବେ ରେଖା ଗୁପ୍ତା। ତାଙ୍କ ନାମରେ କେନ୍ଦ୍ରୀୟ ବିଜେପି ମୋହର ମାରିଛନ୍ତି। ସେ ଶାଲିମାରବାଗ ନିର୍ବାଚନ ମଣ୍ଡଳିରୁ ନିର୍ବାଚିତ ହୋଇଛନ୍ତି।

ଦିଲ୍ଲୀ ପରି ଏକ ମର୍ଯ୍ୟଦା ସଂପର୍ଣ୍ଣ କେନ୍ଦ୍ର ଶାସିତ ଅଞ୍ଚଳର କିଏ ମୁଖ୍ୟମନ୍ତ୍ରୀ ହେବ ସେ ନେଇ କଳ୍ପନା ଜଳ୍ପନା ପ୍ରକାଶ ପାଇଥିଲା। ଏ ନେଇ ବହୁ ବିଧାୟକ ଓ ବିଧାୟିକାଙ୍କ ନାମ ଚର୍ଚ୍ଚାରେ ରହିଥିଲା। ହେଲେ ସେ ସବୁର ଚର୍ଚ୍ଚାର ଅବସାନ ଘଟାଇ ରେଖା ଗୁପ୍ତା ବାଜି ମାରି ନେଇଛନ୍ତି।

ଆସନ୍ତାକାଲି ସକାଳ ୧୧ ଟା ସମୟରେ ନୂଆ ମନ୍ତ୍ରୀ ମଣ୍ଡଳର ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ। ଏହି ସମାରୋହ ରାମଲିଲା ମଇଦାନରେ କରାଯିବ। ଏଥିରେ ପ୍ରଧାନମନ୍ତ୍ରୀଙ୍କ ସହିତ ସମସ୍ତ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଯୋଗଦେବେ।

Related posts