Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ହିତାଧିକାରୀଙ୍କୁ ବସୁନ୍ଧରା ଓ ଗ୍ରାମକଣ୍ଠ ଘରବାରୀ ପଟ୍ଟା ବଣ୍ଟନ
ଆଜିର ଖବର

ହିତାଧିକାରୀଙ୍କୁ ବସୁନ୍ଧରା ଓ ଗ୍ରାମକଣ୍ଠ ଘରବାରୀ ପଟ୍ଟା ବଣ୍ଟନ

February 19, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଭଞ୍ଜନଗର ନିର୍ବାଚନମଣ୍ଡଳୀର ଭଞ୍ଜନଗର ଓ ଜଗନ୍ନାଥପ୍ରସାଦ ଠାରେ ଗ୍ରାମକଣ୍ଠ ଘରବାରୀ ଓ ବସୁନ୍ଧରା ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଭଞ୍ଜନଗର ଉପଜିଲ୍ଲାପାଳ ଉମାଶଙ୍କର ବେହେରାଙ୍କ ଅଧ୍ୟକ୍ଷତାରେ ଭଞ୍ଜନଗର ଟାଉନ୍ ହଲ୍ ଠାରେ ଘୁମୁସର ତହସିଲ ପକ୍ଷରୁ ୭୧୦ ଜଣ ହିତାଧିକାରୀଙ୍କୁ ପଟ୍ଟା ବଣ୍ଟନ କରାଯାଇଛି।

ମୁଖ୍ୟ ଅତିଥି ଭାବେ ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମାନ୍ୟବର ମନ୍ତ୍ରୀ ସୁରେଶ ପୁଜାରୀ ଯୋଗଦେଇ ଭଞ୍ଜନଗର ବ୍ଲକ ଓ ଏନଏସି ର ୭୦୧ ଜଣ ହିତାଧିକାରୀଙ୍କୁ ଗ୍ରାମକଣ୍ଠ ଘରବାରୀ ଓ ୯ ଜଣ ହିତାଧିକାରୀଙ୍କୁ ବସୁନ୍ଧରା ପଟ୍ଟା ବଣ୍ଟନ କରିଥିଲେ।ଆସନ୍ତା ଦିନରେ ଜିଲ୍ଲାର ସମସ୍ତ ଯୋଗ୍ୟ ହିତାଧିକାରୀ ଙ୍କୁ ଗ୍ରାମକଣ୍ଠ ଓ ବସୁନ୍ଧରା ପଟ୍ଟା ପ୍ରଦାନ କରାଯିବ।ଏହା ସହ କଚ୍ଚା ଘରେ ରହୁଥିବା ପରିବାରର ସର୍ଭେ କରାଯାଇ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକ୍କା ଘର ପ୍ରଦାନ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ପୁଜାରୀ କହିଥିଲେ।

ଗ୍ରାମକଣ୍ଠ ଜମି ପ୍ରଜାଙ୍କର ହସ୍ତାନ୍ତର ଯୋଗ୍ୟ ନଥାଏ।ଏହାର ସତ୍ବ ଘରବାରୀ ଥାଏ ତେଣୁ ଜନସାଧାରଣ ଏହି ଜମିକୁ ବିକ୍ରି କିମ୍ବା ବନ୍ଧକ ରଖିବା ପାଇଁ ନାନାବିଧ ଅସୁବିଧାର ସମ୍ମୁଖୀନ ହୁଅନ୍ତି।ଗ୍ରାମକଣ୍ଠ ଜମି କୁ ରୟତି ସତ୍ବ ପ୍ରଦାନ କରି ଜନସାଧାରଣ ଙ୍କୁ ନିଜର ଅଧିକାରୀ ପ୍ରଦାନ କରିବା ଓଡିଶା ସରକାରଙ୍କ ଏକ ନିଆରା ପ୍ରୟାସ।ଜନସାଧାରଣଙ୍କର ଏହି ସମସ୍ୟା ସମାଧାନ ପାଇଁ ଘୁମୁସର ତହସିଲଦାର, ଅତିରିକ୍ତ ତହସିଲଦାର ଓ ରାଜସ୍ବ ନିରୀକ୍ଷକ ମାନଙ୍କ ସହାୟତାରେ ଘୁମୁସର ତହସିଲର ର ବିଭିନ୍ନ ରାଜସ୍ବ ଗ୍ରାମରେ କ୍ୟାମ୍ପ୍ କୋର୍ଟ ମାଧ୍ୟମରେ ଜନସାଧାରଣଙ୍କ ନିକଟରୁ ୧୨୧୭ ଆବେଦନ ପତ୍ର ଗ୍ରହଣ କରାଯାଇଛି।ରାଜସ୍ବ ନିରୀକ୍ଷକ ଙ୍କ ପରିଦର୍ଶନ ରିପୋର୍ଟ ପରେ ତହସିଲଦାର ଓ ଅତିରିକ୍ତ ତହସିଲଦାରଙ୍କ ତଦନ୍ତ ପରେ ଯୋଗ୍ୟ ହିତାଧିକାରୀଙ୍କୁ ପଟ୍ଟା ପ୍ରଦାନ କରାଯାଇଛି। ଆସନ୍ତା ଦିନରେ ଅନ୍ୟ ମାନଙ୍କୁ ମଧ୍ୟ ପଟ୍ଟା ପ୍ରଦାନ କରାଯିବ।

ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଭଞ୍ଜନଗର ମାନ୍ୟବର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ, ଭଞ୍ଜନଗର ବିଜ୍ଞାପିତ ଅଞ୍ଚଳ ପରିଷଦର ନଗରପାଳ ଗୋପବନ୍ଧୁ ମହାପାତ୍ର, ବ୍ଲକ ଅଧ୍ୟକ୍ଷ ନରିସଭା ନାୟକ, ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା, ଅତିରିକ୍ତ ଜିଲ୍ଲାପାଳ ସୁଧାଂଶୁ କୁମାର ଭୋଇ ପ୍ରମୁଖ ମଞ୍ଚାସୀନ ଥିଲେ।

ଆବେଦନ କରିଥିବା ଯୋଗ୍ୟ ହିତାଧିକାରୀଙ୍କୁ ଯଥାଶୀଘ୍ର ଗ୍ରାମକଣ୍ଠ ଘରବାରୀ ଓ ବସୁନ୍ଧରା ପଟ୍ଟା ପ୍ରଦାନ କରାଯିବ ବୋଲି ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା କହିଥିଲେ। ଦୀର୍ଘ ବର୍ଷ ପରେ ସ୍ଥାନୀୟ ବାସିନ୍ଦାଙ୍କୁ ଗ୍ରାମକଣ୍ଠ ଓ ବସୁନ୍ଧରା ପଟ୍ଟା ମିଳିଥିବାରୁ ମାନ୍ୟବର ଭଞ୍ଜନଗର ବିଧାୟକ ଶ୍ରୀ ନାୟକ ରାଜ୍ୟ ସରକାର ଓ ମାନ୍ୟବର ରାଜସ୍ବ ମନ୍ତ୍ରୀ ଙ୍କୁ ପ୍ରଶଂସା କରିଥିଲେ।

କାର୍ଯ୍ୟକ୍ରମରେ ଉପଖଣ୍ଡ ଅଧିନ ସମସ୍ତ ତହସିଲର ତହସିଲଦାର ଓ ରାଜସ୍ବ ବିଭାଗ କର୍ମଚାରୀଙ୍କ ସମେତ ଭଞ୍ଜନଗର ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ମୁରଲୀ କୃଷ୍ଣ ପଣ୍ଡା, ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଗୌରୀଶଙ୍କର ଶତପଥୀ ଉପସ୍ଥିତ ଥିଲେ। ଭଞ୍ଜନଗର ଅତିରିକ୍ତ ତହସିଲ ଦାର ଅବିନାଶ ମହାର ଧନ୍ୟବାଦ ଅର୍ପଣ କରିଥିଲେ। ସେହିପରି ଅପରାହ୍ନ ସମୟରେ ଜଗନ୍ନାଥପ୍ରସାଦ ତହସିଲ ପକ୍ଷରୁ ଜଗନ୍ନାଥପ୍ରସାଦ ଠାରେ ମଧ୍ୟ ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି।

ଗଞ୍ଜାମ ଜିଲ୍ଲା ପଟ୍ଟା ବଣ୍ଟନ ସୁରେଶ ପୁଜାରୀ
Share. Facebook Twitter LinkedIn Email WhatsApp Copy Link

Related Posts

ବଡ ଆତଙ୍କବାଦୀ ମଡ୍ୟୁଲ୍‌ର ପର୍ଦ୍ଦାଫାସ୍: ୭ ଗିରଫ, ବିପୁଳ ଅସ୍ତ୍ରଶସ୍ତ୍ର ଏବଂ ବିସ୍ଫୋରକ ସାମଗ୍ରୀ ଜବତ

November 10, 2025

ସତରେ କେଡ଼େ ବିଚିତ୍ର!: ଏପଟେ ଜଳୁଛି ସ୍ଵାମୀ ଆଉ ଶାଶୁର ଜୁଇ, ସେପଟେ କନ୍ୟା ସନ୍ତାନ ଜନ୍ମ ଦେଲେ ମହିଳା

November 10, 2025

ନୂଆପଡା ଉପନିର୍ବାଚନ ମତଦାନ ପାଇଁ କାହିଁକି ହେଲିକାପ୍ଟରରେ ଗଲେ ପୋଲିଂ ପାର୍ଟି

November 10, 2025

ଟି-୨୦ ବିଶ୍ୱକପ୍ ସମ୍ପର୍କରେ ଗମ୍ଭୀର ଦେଲେ ବଡ ବୟାନ: ଖେଳାଳିଙ୍କୁ ଦେଲେ ଏହି ପରାମର୍ଶ

November 10, 2025
Latest News

ବଡ ଆତଙ୍କବାଦୀ ମଡ୍ୟୁଲ୍‌ର ପର୍ଦ୍ଦାଫାସ୍: ୭ ଗିରଫ, ବିପୁଳ ଅସ୍ତ୍ରଶସ୍ତ୍ର ଏବଂ ବିସ୍ଫୋରକ ସାମଗ୍ରୀ ଜବତ

November 10, 2025

ସତରେ କେଡ଼େ ବିଚିତ୍ର!: ଏପଟେ ଜଳୁଛି ସ୍ଵାମୀ ଆଉ ଶାଶୁର ଜୁଇ, ସେପଟେ କନ୍ୟା ସନ୍ତାନ ଜନ୍ମ ଦେଲେ ମହିଳା

November 10, 2025

ନୂଆପଡା ଉପନିର୍ବାଚନ ମତଦାନ ପାଇଁ କାହିଁକି ହେଲିକାପ୍ଟରରେ ଗଲେ ପୋଲିଂ ପାର୍ଟି

November 10, 2025

Union Budget 2026: ବଜେଟ ପ୍ରସ୍ତୁତି ପାଇଁ ଦେଶର ଅର୍ଥନୀତିଜ୍ଞ ସହ ବୈଠକ କଲେ କେନ୍ଦ୍ର ଅର୍ଥମନ୍ତ୍ରୀ

November 10, 2025

ଟି-୨୦ ବିଶ୍ୱକପ୍ ସମ୍ପର୍କରେ ଗମ୍ଭୀର ଦେଲେ ବଡ ବୟାନ: ଖେଳାଳିଙ୍କୁ ଦେଲେ ଏହି ପରାମର୍ଶ

November 10, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.