କଂଗ୍ରେସ ପରି ବିଧାୟକ ଶୂନ୍ୟ ହୋଇଯିବ ଟିଡିପି ବୋଲି କହିଛନ୍ତି ପୂର୍ବତନ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ । ତେଲୁଗୁ ଦେଶମ ପାର୍ଟିର ସଂଖ୍ୟାଧିକ ବିଧାୟକ ବିଜେପିରେ ଯୋଗ ଦେବା ପାଇଁ ଇଚ୍ଛୁକ ଅଛନ୍ତି । ଏହି ଧାରା ଜାରି ରହିଲେ କିଛି ଦିନ ମଧ୍ୟରେ ଟିଡିପି କଂଗ୍ରେସ ପରି ବିଧାୟକ ଶୂନ୍ୟ ହୋଇ ରହିଯିବ । ଦଳର ମୁଖିଆ ଏନ୍ ଚନ୍ଦ୍ରବାବୁ ନାଇଡୁ ରାଜ୍ୟ ରାଜନୀତି ଉପରୁ ଧ୍ୟାନ ହଟାଇ କେନ୍ଦ୍ର ରାଜନୀତିରେ ମନୋନିବେଶ କରିବା ସହିତ ବିଜେପିକୁ ସମାଲୋଚନା କରୁଥିଲେ । ରାଜ୍ୟର ବିକାଶ ପରିବର୍ତ୍ତେ ମୋଦିଙ୍କୁ ସମାଲୋଚନା କରିବା ନାଇଡୁଙ୍କୁ ମହଙ୍ଗା ପଡିଲା ବୋଲି କହିଛନ୍ତି । ଆନ୍ଧ୍ର ରାଜନୀତିରେ ସର୍ବଦା ପରିବାରବାଦକୁ ପ୍ରାଧାନ୍ୟ ଦିଆଯାଇଥାଏ ବିଜେପି ଏହି ଧାରାକୁ ବିରୋଧ କରୁଛି ବୋଲି କହିଥିଲେ । ବିଜେପି ବର୍ତ୍ତମାନ ସମସ୍ତ ରାଜ୍ୟରେ କ୍ଷମତାକୁ ଆସିବାକୁ ଚେଷ୍ଟା କରିବ କିମ୍ବା ନିଜର ଆସନ ସଂଖ୍ୟା ବୃଦ୍ଧି କରିବାକୁ ଚେଷ୍ଟା କରିବ ବୋଲି ଶିବରାଜ ପ୍ରକାଶ କରିଛନ୍ତି ।