ଆନ୍ଦୋଳନରେ ଷ୍ଟାଫ୍‌ ନର୍ସ : ଭୀମଭୋଇ ମେଡିକାଲ କଲେଜ୍‌ରେ ସ୍ବାସ୍ଥ୍ୟସେବା ଠପ୍‌

Published: Jul 15, 2019, 11:32 am IST
bolangir bhima bhoi college

ଭୀମଭୋଇ ମେଡିକାଲ କଲେଜ୍‌ରେ ଷ୍ଟାଫ୍‌ ନର୍ସ ଏବଂ ପାରା ମେଡିକାଲ୍‌ ସ୍ବାସ୍ଥ୍ୟକର୍ମୀ ଧାରଣାରେ ବସିଛନ୍ତି । ଏହି ଆନ୍ଦୋଳନ ଫଳରେ ସାଧାରଣ ଲୋକ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ବଲାଙ୍ଗୀରର ଭୀମଭୋଇ ମେଡିକାଲ କଲେଜରେ ଷ୍ଟାଫ୍‌ ନର୍ସ ଏବଂ ପାରା ମେଡିକାଲ କର୍ମୀଙ୍କ ଉପରେ ଆକ୍ରମଣ ପ୍ରତିବାଦରେ ଏହି ଆନ୍ଦୋଳନ କରାଯାଇଛି । ଆକ୍ରମଣ ଘଟଣାରେ ଅଭିଯୁକ୍ତଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବାରୁ ଆନ୍ଦୋଳନରେ ବସିଛନ୍ତି ଷ୍ଟାଫ୍‌ ନର୍ସ । ସୂଚନାଯୋଗ୍ୟ ଯେ, ଗତ ୨୬ରେ ଷ୍ଟାଫ ନର୍ସଙ୍କୁ ମାଡ଼ ପ୍ରତିବାଦରେ ସମସ୍ତ ଅଭିଯୁକ୍ତଙ୍କ ଗିରଫ ଦାବିରେ ଆଜି କର୍ମଚାରୀ ଓ ନର୍ସ ଧାରଣାରେ ବସିଥିବାରୁ ରୋଗୀସେବା ବାଧାପ୍ରାପ୍ତ ହୋଇଛି ।

Related posts