Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସୋଲ୍ ଲିଡରସିପ୍ କନକ୍ଲେଭର ପ୍ରଥମ ସଂସ୍କରଣକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ
ଆଜିର ଖବର

ସୋଲ୍ ଲିଡରସିପ୍ କନକ୍ଲେଭର ପ୍ରଥମ ସଂସ୍କରଣକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

February 21, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ଭାରତ ମଣ୍ଡପମରେ ସୋଲ୍ ଲିଡରସିପ୍ ସମ୍ମିଳନୀର ପ୍ରଥମ ସଂସ୍କରଣକୁ ଉଦଘାଟନ କରିଛନ୍ତି। ଏହି ଅବସରରେ ସେ ଉପସ୍ଥିତ ଜନସାଧାରଣଙ୍କୁ ମଧ୍ୟ ସମ୍ବୋଧିତ କରିଛନ୍ତି। ଭୁଟାନର ପ୍ରଧାନମନ୍ତ୍ରୀ ଦାଶୋ ସେରିଙ୍ଗ ତୋବଗେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦବୋଧନ ଦେଇଛନ୍ତି।

ଆଜିଠାରୁ ଦୁଇ ଦିନ ଧରି ହେବାକୁ ଥିବା ସୋଲ୍ ଲିଡରସିପ୍ ସମ୍ମିଳନୀ ଏକ ମିଳିତ ମଞ୍ଚ ଭାବେ କାର୍ଯ୍ୟ କରିବ, ଯେଉଁଥିରେ କି ନେତାମାନେ ରାଜନୀତି, ଖେଳ, କଳା, ମିଡିଆ, ଆଧ୍ୟାତ୍ମିକ ଦୁନିଆ, ସାର୍ବଜନୀକ ନୀତି, ବ୍ୟବସାୟ ଏବଂ ସାମାଜିକ କ୍ଷେତ୍ର ଭଳି ବିଭିନ୍ନ କ୍ଷେତ୍ରରେ ନିଜ ପ୍ରେରଣାପୂର୍ଣ୍ଣ ଜୀବନ ଯାତ୍ରା ସମ୍ପର୍କରେ ବିଚାର ବ୍ୟକ୍ତ କରିବେ ଏବଂ ନେତୃତ୍ୱ ସମ୍ବନ୍ଧିତ ପଦକ୍ଷେପ ଉପରେ ଚର୍ଚ୍ଚା କରିବେ। ସମ୍ମିଳନୀ ସହଯୋଗ ଓ ବିଚାର ନେତୃତ୍ୱର ଏକ ଇକୋ ସିଷ୍ଟମକୁ ଆଗକୁ ନେବ, ଯେଉଁଥିରେ ଯୁବା ଦର୍ଶକମାନଙ୍କୁ ପ୍ରେରିତ କରିବା ପାଇଁ ବିଫଳତା ଏବଂ ସଫଳତା ଉଭୟକୁ ଶିଖିବାର ସୁବିଧା ମିଳିବ।

ଗୁଜରାଟରେ ଆଗାମୀ ଦିନରେ ଖୋଲିବାକୁ ଯାଉଥିବା ସ୍କୁଲ ଅଫ୍ ଅଲଟିମେଟ ଲିଡରସିପ୍ ଏକ ନେତୃତ୍ୱ ସଂସ୍ଥାନ ହେବ ଯାହାକି ଜନସେବକଙ୍କୁ ଜନହିତରେ ଅଗ୍ରସର ହେବାକୁ ସକ୍ଷମ କରାଇବ। ଏହାର ଉଦ୍ଦେଶ୍ୟ ଔପଚାରିକ ପ୍ରଶିକ୍ଷଣ ମାଧ୍ୟମରେ ଭାରତରେ ରାଜନୀତିକ ନେତୃତ୍ୱର ପରିଦୃଶ୍ୟକୁ ବ୍ୟାପକ କରିବା। ଏହି ପ୍ରକ୍ରିୟାରେ ଏଭଳି ଲୋକଙ୍କୁ ସାମିଲ କରାଯିବ ଯେଉଁମାନେ କି କେବଳ ବଂଶାନୁଗତ ରାଜନୀତି ନୁହେଁ, ବରଂ ସାର୍ବଜନୀକ ସେବା ପାଇଁ ଯୋଗ୍ୟତା, ପ୍ରତିବଦ୍ଧତା ଏବଂ ଉତ୍ସାହ ମାଧ୍ୟମରେ ଆଗକୁ ବଢ଼ିବେ। ସୋଲ ଆଜିର ଦୁନିଆରେ ନେତୃତ୍ୱ ପାଇଁ କଠିନ ଆହ୍ୱାନକୁ ମାର୍ଗନିଦର୍ଶନ କରିବା ପାଇଁ ଆବଶ୍ୟକ ତଥ୍ୟ, କୌଶଳ ଏବଂ ବିଶେଷଜ୍ଞତା ଆଣିପାରିବ।

ପ୍ରଥମ ସଂସ୍କରଣ ଭାରତ ମଣ୍ଡପମ ସୋଲ୍ ଲିଡରସିପ୍ କନକ୍ଲେଭ
Share. Facebook Twitter LinkedIn Email WhatsApp Copy Link

Related Posts

ସଡ଼କ ଦୁର୍ଘଟଣାରେ ପିତା ମୃତ: ପୁଅ ଗୁରୁତର

April 5, 2026

ବାଣପୁର କୋର୍ଟର ଉନ୍ନତି ପାଇଁ ଆଇନ ମନ୍ତ୍ରୀଙ୍କ ସହ ଆଲୋଚନା କଲେ ଓକିଲ ସଂଘର ନୂତନ ସଭାପତି

April 5, 2026

ମୁଖ୍ୟମନ୍ତ୍ରୀଙ୍କୁ ବିଶ୍ୱ ଆଥଲେଟିକ୍ସ ଚମ୍ପିଅନସିପ୍ ର ପତାକା ପ୍ରଦାନ କଲେ ସୂର୍ଯ୍ୟବଂଶୀ ସୂରଜ

April 5, 2026

୨୦୨୫-୨୬ରେ ରେକର୍ଡ ମାଲ ପରିବହନ ସହ ରେଳବାଇର ଉଲ୍ଲେଖନୀୟ ସଫଳତା

April 5, 2026
Latest News

ସଡ଼କ ଦୁର୍ଘଟଣାରେ ପିତା ମୃତ: ପୁଅ ଗୁରୁତର

April 5, 2026

କାଠଯୋଡି ସେତୁ ଟେଣ୍ଡର ବିବାଦକୁ ନେଇ ସରକାରଙ୍କୁ ଘେରିଲା କଂଗ୍ରେସ

April 5, 2026

ଚିଲିକାରେ ପଣ୍ତିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନ ୨୦୨୬, ଯୋଗ ଦେଲେ ଆଇନ ମନ୍ତ୍ରୀ

April 5, 2026

ବାଣପୁର କୋର୍ଟର ଉନ୍ନତି ପାଇଁ ଆଇନ ମନ୍ତ୍ରୀଙ୍କ ସହ ଆଲୋଚନା କଲେ ଓକିଲ ସଂଘର ନୂତନ ସଭାପତି

April 5, 2026

ମୁଖ୍ୟମନ୍ତ୍ରୀଙ୍କୁ ବିଶ୍ୱ ଆଥଲେଟିକ୍ସ ଚମ୍ପିଅନସିପ୍ ର ପତାକା ପ୍ରଦାନ କଲେ ସୂର୍ଯ୍ୟବଂଶୀ ସୂରଜ

April 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.