ଆଜି ଶ୍ରୀଜୀଉଙ୍କ ନିଳାଦ୍ରୀ ବିଜେ : ଭୋଗ ହେବ ରସଗୋଲା

Published: Jul 15, 2019, 12:12 pm IST

ଆଜି ଶ୍ରୀଜୀଉଙ୍କ ନିଳାଦ୍ରୀ ବିଜେ । ନବଦିବସୀୟ ରଥଯାତ୍ରା ଶେଷ ହେବାପରେ ମହାପ୍ରଭୁଙ୍କ ରଥ ଉପରେ ଗତକାଲି ଅଧରପଣା ଶେଷ ହୋଇଛି । ନିଳାଦ୍ରୀ ବିଜେ ପାଇଁ ଭୋର ନୀତିକାନ୍ତି ଶେଷ ହୋଇଛି ।  ଚଳିତ ଥର ନିଳାଦ୍ରୀ ବିଜେ ପୂର୍ବ ବର୍ଷ ମାନଙ୍କ ଅପେକ୍ଷା ଆଗୁଆ କରାଯାଉଛି। ଏହି ଆଧାରରେ ଅପରାହ୍ଣ ସାଢ଼େ ୩ଟାରେ ସିଂହାସନ ମାଜଣା ହେବ। ଏହା ପରେ ୪ଟାରୁ ଗୋଟି ପହଣ୍ଡି ନୀତି ଅନୁଷ୍ଠିତ ହେବ। ପହଣ୍ଡି ବିଜେ ରାତି ୧୦ଟା ସୁଦ୍ଧା ଶେଷ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ଏହି ଦିନ ଜଗନ୍ନାଥଙ୍କ ପାଖରେ ରସଗୋଲା ଭୋଗ ହୋଇଥାଏ । ମାତା ଲକ୍ଷ୍ମୀଙ୍କୁ ସାଙ୍ଗରେ ନେଇ ମାଉସୀ ଘରକୁ ସାଙ୍ଗରେ ନେଇ ନଥିବାରୁ ଅଭିମାନ କରିଥା’ନ୍ତି ମାତା ଲକ୍ଷ୍ମୀ । ଶ୍ରୀଜଗନ୍ନାଥ ଆଜି ନିଳାଦ୍ରି ବିଜେ ସମୟରେ ମାତା ଲକ୍ଷ୍ମୀଙ୍କୁ ରସଗୋଲା ଦେଇ ମାନଭଞ୍ଜନ କରିଥା’ନ୍ତି ।

Related posts