ବଙ୍ଗୋବସାଗର ଆନ୍ତଃସରକାରୀ ସଂଗଠନର ତ୍ରୟୋଦଶ ଗଭର୍ଣ୍ଣିଂ କାଉନସିଲ ବୈଠକରେ ଭାରତର ଅଧ୍ୟକ୍ଷତା

Published: Feb 22, 2025, 8:17 am IST

ନୂଆଦିଲ୍ଲୀ: ଏକ ଐତିହାସିକ ପଦକ୍ଷେପ ସ୍ୱରୂପ, ଭାରତ ମାଳଦ୍ୱୀପର ମାଲେଠାରେ ଅନୁଷ୍ଠିତ ତ୍ରୟୋଦଶ ବଙ୍ଗୋପସାଗର ଆନ୍ତଃ-ସରକାରୀ ସଂଗଠନର ଅଧ୍ୟକ୍ଷ ଦାୟିତ୍ୱ ଗ୍ରହଣ କରିଛି। ଏହି ଅବସରରେ ଶ୍ରୀଲଙ୍କା, ମାଳଦ୍ୱୀପ ଏବଂ ବାଂଲାଦେଶର ବରିଷ୍ଠ ସରକାରୀ ପ୍ରତିନିଧିମାନେ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମ ‘ଲଘୁ ମତ୍ସ୍ୟଚାଷରେ ମତ୍ସ୍ୟ ପରିଚାଳନା ପାଇଁ ମୁଖ୍ୟଧାରାର ଇକୋସିଷ୍ଟମ ଦୃଷ୍ଟିକୋଣ ପାଇଁ ନୀତି ମାର୍ଗଦର୍ଶନ’ ଶୀର୍ଷକ ଉଚ୍ଚସ୍ତରୀୟ ସମ୍ମିଳନୀର ଏକ ଅଂଶ ବିଶେଷ। ଏହି ସମ୍ମିଳନୀ ମାଳଦ୍ୱୀପ ସରକାରଙ୍କ ମତ୍ସ୍ୟ ଏବଂ ମହାସାଗର ସମ୍ପଦ ମନ୍ତ୍ରଣାଳୟ ଦ୍ୱାରା ବଙ୍ଗୋପସାଗର  ଆନ୍ତଃ-ସରକାରୀ ସଂଗଠନ  ସହଯୋଗରେ ଫେବୃୟାରୀ ୨୦ ରୁ ଆରମ୍ଭ ହୋଇ ୨୨ ପର୍ଯ୍ୟନ୍ତ ମାଳଦ୍ୱୀପର ଲଙ୍କାଫିନୋଲୁଠାରେ ସହିତ ଅନୁଷ୍ଠିତ ହେବ।

ଭାରତ ସରକାରଙ୍କ ମତ୍ସ୍ୟ ବିଭାଗ ସଚିବ ଡକ୍ଟର ଅଭିଲକ୍ଷ ଲେଖିଙ୍କ ନେତୃତ୍ୱରେ ଭାରତୀୟ ପ୍ରତିନିଧିମଣ୍ଡଳୀ ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା ଗ୍ରହଣ କରିଥିଲେ। ଏହି ଅବସରରେ ଡ. ଲେଖି କହିଥିଲେ ଯେ ବଙ୍ଗୋପସାଗର କାର୍ଯ୍ୟକ୍ରମ ଆନ୍ତଃ-ସରକାରୀ ସଂଗଠନର ନେତୃତ୍ୱ ବାଂଲାଦେଶରୁ ଭାରତକୁ ସ୍ଥାନାନ୍ତରଣ ହେବା ପରେ ସଂଗଠନର ସଫଳତାକୁ ବଜାୟ ରଖିବା ଏବଂ ଏହାକୁ ଆହୁରି ଆଗକୁ ନେବା ପାଇଁ ଭାରତ ପ୍ରତିବଦ୍ଧ। ସେ ଆଶ୍ୱାସନା ଦେଇଥିଲେ ଯେ ଭାରତ ସରକାରଙ୍କ ମତ୍ସ୍ୟ ବିଭାଗ ସଂଗଠନର ସଫଳତାକୁ ନୂତନ ଉଚ୍ଚତାରେ ପହଞ୍ଚାଇବା ପାଇଁ ନିଷ୍ଠାର ସହିତ କାର୍ଯ୍ୟ କରିବ ଏବଂ ସମସ୍ତ ସଦସ୍ୟ ଦେଶରେ ମତ୍ସ୍ୟ କ୍ଷେତ୍ରର ବିକାଶ ପାଇଁ ଭବିଷ୍ୟତରେ ଆବଶ୍ୟକ ପ୍ରୟାସ କରିବା ସହ ନିଶ୍ଚିତ ମାର୍ଗଦର୍ଶନ ପ୍ରଦାନ କରିବ।

 ଏହା ସହିତ, ଡକ୍ଟର ଅଭିଲକ୍ଷ ଲିଖି ଆଞ୍ଚଳିକ ସହଯୋଗର ଗୁରୁତ୍ୱ ଏବଂ ବିକାଶଶୀଳ ରାଷ୍ଟ୍ରଗୁଡ଼ିକର ସ୍ୱାର୍ଥକୁ ଆଗକୁ ନେବାରେ ଭାରତ ଏବଂ ଅନ୍ୟାନ୍ୟ ଦେଶଗୁଡ଼ିକ ନିର୍ବାହ କରୁଥିବା ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଗୁରୁତ୍ୱାରୋପ କରିଥିଲେ। ଆଞ୍ଚଳିକ ସହଯୋଗ ବୃଦ୍ଧି ପାଇଁ ମୁଖ୍ୟ କ୍ଷେତ୍ରଗୁଡ଼ିକ ଭିତରେ ସେ ସାମୁଦ୍ରିକ ସମ୍ବଳ ପରିଚାଳନା, ତାଲିମ ଏବଂ କ୍ଷମତା ବିକାଶ କାର୍ଯ୍ୟକ୍ରମ, ଗବେଷଣା ଏବଂ ନୀତିଗତ ସହାୟତା, ଅବୈଧ, ରିପୋର୍ଟ ହୋଇନଥିବା ଏବଂ ଅନିୟନ୍ତ୍ରିତ  ମାଛ ଧରା ଭଳି ଆଞ୍ଚଳିକ ସମସ୍ୟାର ସମାଧାନ ଇତ୍ୟାଦି ଉପରେ ଗୁରୁତ୍ୱାରୋପ କରିଥିଲେ। ଭାରତ ଖାଦ୍ୟ ଏବଂ କୃଷି ସଂଗଠନ, ଦକ୍ଷିଣ ପୂର୍ବ ଏସୀୟ ମତ୍ସ୍ୟ ବିକାଶ କେନ୍ଦ୍ର (SEAFDEC), ଜାତିସଂଘର ଔଷଧ ଏବଂ ଅପରାଧ କାର୍ଯ୍ୟାଳୟ (UNODC) ଏବଂ ଅନ୍ୟାନ୍ୟ ପ୍ରାସଙ୍ଗିକ ସଂଗଠନଗୁଡ଼ିକଠାରୁ ନିରନ୍ତର ସହଯୋଗ ପାଇବା ପାଇଁ ଆଶାବାଦୀ ଥିବାରୁ, ଭାରତ ସରକାରଙ୍କ ମତ୍ସ୍ୟ ବିଭାଗ ସଚିବ ସମସ୍ତ ସଦସ୍ୟ ରାଷ୍ଟ୍ରଙ୍କୁ ଜ୍ଞାନ, ପ୍ରଯୁକ୍ତିବିଦ୍ୟା, ଅଭିଜ୍ଞତା, ତଥ୍ୟ ଏବଂ ସର୍ବୋତ୍ତମ ଅଭ୍ୟାସ ଆଦାନପ୍ରଦାନ ମାଧ୍ୟମରେ ପାରସ୍ପରିକ ସମର୍ଥନ ବୃଦ୍ଧି ଏବଂ ପ୍ରୋତ୍ସାହିତ କରିବାକୁ ଅନୁରୋଧ କରିଛନ୍ତି। ଏହି ସହଯୋଗ ଆଞ୍ଚଳିକ ନୀଳ ଅର୍ଥନୀତିକୁ ମଜବୁତ କରିବ, ସାମୁଦ୍ରିକ ପରିବେଶ ସୁରକ୍ଷା ସହିତ ଆର୍ଥିକ ବିକାଶକୁ ସୁଗମ କରିବ ଏବଂ ଦାରିଦ୍ର୍ୟ ଦୂରୀକରଣରେ ସାହାଯ୍ୟ କରିବ ବୋଲି ଆଶା କରାଯାଉଛି। ବୈଠକ ସମୟରେ,  ଭାରତ ସରକାରଙ୍କ ମତ୍ସ୍ୟ ବିଭାଗ   ସଚିବ ଲଘୁ ମତ୍ସ୍ୟଚାଷର କଲ୍ୟାଣ ପାଇଁ ଲକ୍ଷ୍ୟ ରଖିଥିବା ଭାରତର ବିକାଶମୂଳକ ନୀତି ଏବଂ ଏହାର ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମ ଅଧୀନରେ କାର୍ଯ୍ୟକାରୀ ହେଉଥିବା ପରିପୂରକ ପଦକ୍ଷେପ ଉପରେ ଆଲୋକପାତ କରିଥିଲେ।

ଏହି କାର୍ଯ୍ୟକ୍ରମର ସଫଳ ଆୟୋଜନ ବା ଭାରତ ବିଓବିପି-ଆଇଜିଓର ନେତୃତ୍ୱ ନେଇ  ଯେ କେବଳ ସଦସ୍ୟ ରାଷ୍ଟ୍ରଗୁଡ଼ିକୁ ସହଯୋଗମୂଳକ ପ୍ରୟାସ ମାଧ୍ୟମରେ ସବୁଠାରୁ ପ୍ରଭାବଶାଳୀ ଏବଂ ଦକ୍ଷ ଭାବରେ ନେତୃତ୍ୱ ନେବ ତା’ ନୁହେଁ ବରଂ ଏହି କ୍ଷେତ୍ରରେ ଲଘୁ ମତ୍ସ୍ୟଚାଷ (ଏସ୍‍ଏସ୍‍ଏଫ) ବିକାଶରେ ଗୁରୁତ୍ୱପୂର୍ଣ୍ଣ ପ୍ରଗତିକୁ ନିଶ୍ଚିତ କରିବ। ଏହା ‘ବିକଶିତ ଭାରତ- ୨୦୪୭’ର ଜାତୀୟ ଲକ୍ଷ୍ୟ ହାସଲ ପାଇଁ ବହୁମୁଖୀ ପ୍ରଗତି ଆଣିବା ବୋଲି ମଧ୍ୟ ଆଶା କରାଯାଉଛି।

ଲଘୁ ମତ୍ସ୍ୟଚାଷ ଉପରେ ଭାରତର ଗୁରୁତ୍ୱ ଏବଂ ଆଗକୁ ବଢ଼ିବାର ମାର୍ଗ।

Related posts