ଆସାମ ବନ୍ୟା ପରିସ୍ଥିତିକୁ ’ରାଷ୍ଟ୍ରୀୟ ସମସ୍ୟା’ ରୂପେ ଘାେଷଣା କରିବାକୁ କଂଗ୍ରେସର ଦାବି

Published: Jul 15, 2019, 12:48 pm IST

ଆସାମରେ ବନ୍ୟା ସମସ୍ୟାକୁ ନେଇ କଂଗ୍ରେସ ରାଜ୍ୟସଭାରେ ଧାରଣା ଦେଇଛନ୍ତି । ସୋମବାର ଗାନ୍ଧି ପ୍ରତିମା ସାମ୍ନାରେ କଂଗ୍ରେସ କର୍ମୀ ହାତରେ ପ୍ଲାକାଡ଼ ଧରି କେନ୍ଦ୍ର ସରକାରଙ୍କୁ ଆସାମ ବନ୍ୟାକୁ ‘ରାଷ୍ଟ୍ରୀୟ ସମସ୍ୟା’ ରୂପେ ଘୋଷଣା କରିବାକୁ ଦାବି କରିଛି । ଏହି ବନ୍ୟାରେ ପ୍ରାୟ୧୧ ଜଣ ମୃତ୍ୟୁବରଣ କରିସାରିଲେଣି । ଆସାମର ୩୩ଟି ଜିଲ୍ଲାରୁ ୧୭ଟି ଜିଲ୍ଲାରେ ବନ୍ୟା ଆସିଛି ।  ଏହି ସବୁ ଜିଲ୍ଲାରୁ ୪.୨୩ ଲକ୍ଷ ଲୋକଙ୍କୁ ବିସ୍ଥାପିତ କରାଯାଇଛି । ବ୍ରହ୍ମପୁତ୍ର ନଦୀର ଜଳସ୍ତର ବଢିବା କାରଣରୁ ୧୭ଟି ଜିଲ୍ଲାରେ ବନ୍ୟା ଆସିଛି । ବନ୍ୟା ପାଇଁ ୧୬,୭୩୦.୭୨ ହେକ୍ଟର ଫସଲ ନଷ୍ଟ ହୋଇଛି । ନଦୀ ତଟବର୍ତ୍ତୀ ପ୍ରାୟ ୧୯ଟି ଗାଁର ଅସ୍ତିତ୍ବ ନାହିଁ । ୬୪ରୁ ଅଧିକ ସଡକ ବନ୍ୟା ଜଳରେ ବୁଡି ରହିଛି । ଆସାମ ବ୍ୟତୀତ ତ୍ରିପୁରା ଓ ମିଜୋରାମ୍‌ର ତଳିଆ ଅଞ୍ଚଳଗୁଡ଼ିକରେ ବନ୍ୟାରେ ପ୍ରଭାବିତ ହୋଇଥିବା ୧୫,୦୦୦ରୁ ଅଧିକ ଲୋକଙ୍କୁ ଆଶ୍ରୟସ୍ଥଳ ତଥା ଅନ୍ୟ ସୁରକ୍ଷିତ ସ୍ଥାନକୁ ପଠାଯାଇଛି । ସେହିପରି ଅଗରତାଲାର ବାହାରୀ ଅଞ୍ଚଳ ଜିରାନିଆ, କଲ୍ୟାଣପୁର ଓ ପଶ୍ଚିମ ତ୍ରିପୁରା ଆଦି ଅଞ୍ଚଳରେ ଥିବା ସୁରକ୍ଷା ଶିବିରିରେ ୧୨,୦୦୦ରୁ ଅଧିକ ଲୋକ  ଶରଣ ନେଇଛନ୍ତି ।

Related posts