
ଭୁବନେଶ୍ଵର: ୨୦୨୫ ଚାମ୍ପିଅନ୍ସ ଟ୍ରଫିର ହାଇ ଭୋଲଟେଜ୍ ମ୍ୟାଚ୍ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଖେଳାଯାଉଛି। ପାକିସ୍ତାନ ଟସ ଜିତି ପ୍ରଥମେ ବ୍ୟାଟିଂରେ ନିଷ୍ପତ୍ତି ନେଇଥିଲା। ୪୯.୪ ଓଭରରେ ପାକିସ୍ତାନ ସମସ୍ତ ୱିକେଟ ହରାଇ ୨୪୧ ରନ ସଂଗ୍ରହ କରିଛି। ଏହି ମହା ମୁକାବିଲାରେ ବିଜୟ ପାଇଁ ଭାରତକୁ ୨୪୨ ରନର ଲକ୍ଷ୍ୟ ରହିଛି।
ପାକିସ୍ତାନ ପକ୍ଷରୁ ସାଉଦ ଶକିଲ ସର୍ବାଧିକ ୬୨ ରନ କରିଥିବା ବେଳେ ଅଧିନାୟକ ମହମ୍ମଦ ରିଜୱାନ ୪୬ ରନ କରିଥିଲେ। ସେହିଭଳି ଖୁସଦିଲ ସାହ ୩୮ ରନ କରିଥିଲେ।
ଭାରତ ପକ୍ଷରୁ କୁଳଦୀପ ଯାଦବ ସର୍ବାଧିକ ୩ ଟି ୱିକେଟ ନେଇଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟା ୨ ଟି, ରବୀନ୍ଦ୍ର ଜାଦେଜା, ଅକ୍ସର ପଟେଲ ଓ ହର୍ଷିତ ରାଣା ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।