ଆଶାରାମ ବାପୁଙ୍କୁ ଲାଗିଲା ବଡ୍ ଝଟ୍କା । ଯୌନ କେଳେଙ୍କାରୀ ଅଭିଯୋଗରେ ଜେଲରେ ଥିବା ଆଶାରାମ ବାପୁଙ୍କ ଜାମିନ୍ ଆବେଦନ ପୁଣି ଖାରଜ କରିଦେଇଛନ୍ତି ସୁପ୍ରିମକୋର୍ଟ। ଗୁଜରାଟ ସୁରତର ଦୁଷ୍କର୍ମ ମାମଲାରେ ଆଶାରାମ ସୁପ୍ରିମକୋର୍ଟରେ ଜାମିନ ଆବେଦନ କରିଥିଲେ। ଗୁଜରାଟ ସରକାର ପକ୍ଷ ରଖି ସୁପ୍ରିମକୋର୍ଟରେ କହିଥିଲେ ଆଶାରାମଙ୍କ ବିରୋଧରେ ଥିବା ଏହି ଦୁଷ୍କର୍ମ ମାମଲାରେ ଆହୁରି ୧୦ ଜଣଙ୍କ ବୟାନ ରେକର୍ଡ ହୋଇନାହିଁ। ଏହାପରେ ମାମଲା ଶୀଘ୍ର ଶେଷ କରିବାକୁ ତଳ କୋର୍ଟକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ୨୬ ମାର୍ଚ୍ଚ ୨୦୧୯ରେ ହାଇକୋର୍ଟରେ ଆଜୀବନ ଦଣ୍ଡ ବିରୋଧରେ ରୋକ୍ ଲଗାଇବା ପାଇଁ ହାଇକୋର୍ଟରେ ଜାମିନ୍ ଆବେଦନ କରିଥିଲେ ଆଶାରାମ୍। ହେଲେ ଶୁଣାଣି ପାଇଁ ହାଇକୋର୍ଟ ମନା କରି ଦେଇଥିଲେ। ସୁରତରେ ରହୁଥିବା ଦୁଇ ଭଉଣୀଙ୍କ ସହ ଆଶାରାମ ବାପୁ ଏବଂ ତାଙ୍କ ପୁଅ ନାରାୟଣ ସାଇ ଦୁଷ୍କର୍ମ କରିବା ସହ ସେମାନଙ୍କୁ ବନ୍ଦୀ କରିଥିବାର ଅଭିଯୋଗ ହୋଇଥିଲା । ରାଜସ୍ଥାନ ଯୋଧପୁର ସ୍ଥିତ ତାଙ୍କ ଆଶ୍ରମରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ୨୦୧୩ରେ ଯୋଧପୁର କୋର୍ଟ ଆଶାରାମଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଣି କରିଛନ୍ତି।
ଆଶାରାମଙ୍କ ଜାମିନ୍ ଆବେଦନକୁ ଖାରଜ କଲେ ସୁପ୍ରିମ୍କୋର୍ଟ
Published:
Jul 15, 2019, 2:28 pm IST
Tags: