Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କାଶୀ-ତାମିଲ୍ ସଙ୍ଗମ ୩.୦ରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ
ଆଜିର ଖବର

କାଶୀ-ତାମିଲ୍ ସଙ୍ଗମ ୩.୦ରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ

February 24, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ବାରାଣାସୀ ଠାରେ ଆୟୋଜିତ କାଶୀ-ତାମିଲ ସଙ୍ଗମ ୩.୦ କାର୍ଯ୍ୟକ୍ରମରେ ଯୋଗ ଦେଇ କହିଛନ୍ତି ଯେ, କାଶୀ-ତାମିଲ୍ ସଙ୍ଗମ ହେଉଛି ଦେଶର ସାଂସ୍କୃତିକ ଐତିହ୍ୟ ଓ ଏକତାର ଅନନ୍ୟ ନିଦର୍ଶନ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଭାରତର ପ୍ରତ୍ୟେକ ଅଞ୍ଚଳର ଭାଷା, ରୀତିନୀତି ଓ ପ୍ରଥା ଅଲଗା ହୋଇପାରେ କିନ୍ତୁ ଆମ ସମସ୍ତଙ୍କର ପାରସ୍ପରିକ ସ୍ନେହ, ସୌହାର୍ଦ୍ଦ୍ୟ ଓ ଆଧ୍ୟାତ୍ମିକ ଚିନ୍ତାଧାରା ସମାନ। ଆମର ଏହି ସାଂସ୍କୃତିକ ଏକତା ଭାରତକୁ ଅନ୍ୟ ସବୁ ରାଷ୍ଟ୍ରମାନଙ୍କ ଠାରୁ ସ୍ୱତନ୍ତ୍ର କରିଛି। ଆମେ ସମସ୍ତେ ମହାଭାରତୀୟ ସାଂସ୍କୃତିକ ଐତିହ୍ୟର ଗୋଟିଏ ଗୋଟିଏ ଅଂଶ। ଆମେ ସମସ୍ତେ ଏହି ମହାଭାରତୀୟ ଚେତନାରେ ବାନ୍ଧି ହୋଇ ରହିଛୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ସୂଚନାଯୋଗ୍ୟ ଯେ, ଭାରତର ସାଂସ୍କୃତିକ ଏକତାକୁ ସୁଦୃଢ଼ କରିବା ପାଇଁ ଓ ଏହାର ପ୍ରଚାର ପ୍ରସାର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୨୨ରେ କାଶୀ-ତାମିଲ ସଙ୍ଗମ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଚଳିତ ବର୍ଷ ଏହା ଫେବୃଆରୀ ୧୫ ତାରିଖରୁ ବାରାଣାସୀର ନମୋ-ଘାଟରେ ଆୟୋଜିତ ହେଉଛି। ଆଜିର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସହିତ କେନ୍ଦ୍ର ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ଡଃ ସୁକାନ୍ତ ମଜୁମ୍‍ଦାର ଏବଂ ଉତ୍ତର ପ୍ରଦେଶର କ୍ୟାବିନେଟ ମନ୍ତ୍ରୀ ଅନିଲ ରାଜଭର ଯୋଗ ଦେଇଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଁ ନିଜକୁ ଖୁବ୍‍ ଗୌରବାନ୍ୱିତ ମନେ କରୁଛି। କାଶୀ ଓ ତାମିଲନାଡ଼ୁ ମଧ୍ୟରେ ଆଧ୍ୟାତ୍ମିକ ସମ୍ପର୍କ ଖୁବ୍‍ ପ୍ରାଚୀନ। କାଶୀ କେବଳ ଏକ ସହର ନୁହେଁ, ଏହା ଭାରତର ସାଶ୍ୱତ, ଆଧ୍ୟାତ୍ମିକ ପରମ୍ପରାର ପ୍ରତୀକ। ସେହିପରି ତାମିଲନାଡ଼ୁର ଶାସ୍ତ୍ରୀୟ ଭାଷା, ସାହିତ୍ୟ, ଭବ୍ୟମନ୍ଦିର ଓ ଦାର୍ଶନିକ ପରମ୍ପରା ଭାରତୀୟ ସଂସ୍କୃତିକୁ ସମୃଦ୍ଧ କରିଛି। କାଶୀ-ତାମିଲ ସଙ୍ଗମ ହେଉଛି ବିବିଧତା ମଧ୍ୟରେ ଆମ ଏକତାର ପ୍ରତୀକ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆମର ଓଡ଼ିଶା ମଧ୍ୟ ସେହି ଭାରତୀୟ ସାଂସ୍କୃତିକ ଭାବଧାରାର ପରିଚୟ ବହନ କରେ। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମନ୍ଦିରକୁ ଦେଶର ସବୁକୋଣରୁ ଭକ୍ତମାନେ ଆସିଥାନ୍ତି ଏବଂ ମହାପ୍ରଭୁଙ୍କ ରଥଯାତ୍ରାରେ ସବୁଧର୍ମ, ସବୁ ସଂସ୍କୃତିର ଲୋକ ଯୋଗ ଦେଇଥାନ୍ତି। ଏହି ମହାଭାରତୀୟ ଐଶ୍ୱରିକ ଚିନ୍ତାଧାରାର ପ୍ରସାରରେ ଶ୍ରୀ ଜଗନ୍ନାଥ ସଂସ୍କୃତି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଆସିଛି।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଓଡ଼ିଶାର ଓଡ଼ିଶୀ ନୃତ୍ୟ ଓ ତାମିଲନାଡ଼ୁର ଭାରତନାଟ୍ୟମ୍‍ ଆଞ୍ଚଳିକ ଭାଷାଗତ ପାର୍ଥକ୍ୟର ଉପରକୁ ଯାଇ ଶାସ୍ତ୍ରୀୟ ନୃତ୍ୟକଳା ଜରିଆରେ ଭକ୍ତିଭାବର କାହାଣୀ ବର୍ଣ୍ଣନା କରିଥାନ୍ତି।

କାଶୀ ଓ ତାମିଲନାଡ଼ୁର ସାସ୍କୃତିକ ଐତିହ୍ୟକୁ ଯୋଡ଼ିବା ପାଇଁ ଏହି ଅନନ୍ୟ ପ୍ରୟାସ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଦେବା ସହିତ ଆୟୋଜକ ମାନଙ୍କୁ ମଧ୍ୟ ପ୍ରଂଶସା କରିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆମର ଏହି ସାଂସ୍କୃତିକ ଓ ଆଧ୍ୟାତ୍ମିକ ଭାବର ଆଦାନ ପ୍ରଦାନ ଦେଶର ଭବିଷ୍ୟତର ପିଢ଼ିକୁ ପ୍ରେରଣା ଦେଇ ଏକତାର ବନ୍ଧନରେ ବାନ୍ଧି ରଖିବ।

ବାରାଣାସୀ ମୋହନ ଚରଣ ମାଝୀ ସାଂସ୍କୃତିକ ଐତିହ୍ୟ
Share. Facebook Twitter LinkedIn Email WhatsApp Copy Link

Related Posts

ଆସନ୍ତାକାଲି ରାଜ୍ୟସଭା ନିର୍ବାଚନ: ଓଡ଼ିଶାର ୪ଟି ଆସନ ପାଇଁ ହେବ ମତଦାନ

March 15, 2026

ଦିଲ୍ଲୀ-ସାହରନପୁର-ଡେରାଡୁନ ଏକ୍ସପ୍ରେସୱେ ପ୍ରକଳ୍ପ ପରିଦର୍ଶନ କଲେ ଗଣମାଧ୍ୟମ ପ୍ରତିନିଧି

March 15, 2026

ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ଭୁବନେଶ୍ବରରେ ଶୈଶବ ଯତ୍ନ ଓ ଶିକ୍ଷା ଉପରେ ଦୁଇଦିନିଆ କର୍ମଶାଳା

March 15, 2026

ପଶ୍ଚିମ ଏସିଆରେ ସାମ୍ପ୍ରତିକ ଘଟଣାକ୍ରମ ଉପରେ ଆନ୍ତଃମନ୍ତ୍ରଣାଳୟ ସାମ୍ବାଦିକ ସମ୍ମିଳନୀ

March 15, 2026
Latest News

ଆସନ୍ତାକାଲି ରାଜ୍ୟସଭା ନିର୍ବାଚନ: ଓଡ଼ିଶାର ୪ଟି ଆସନ ପାଇଁ ହେବ ମତଦାନ

March 15, 2026

ଦିଲ୍ଲୀ-ସାହରନପୁର-ଡେରାଡୁନ ଏକ୍ସପ୍ରେସୱେ ପ୍ରକଳ୍ପ ପରିଦର୍ଶନ କଲେ ଗଣମାଧ୍ୟମ ପ୍ରତିନିଧି

March 15, 2026

ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ଭୁବନେଶ୍ବରରେ ଶୈଶବ ଯତ୍ନ ଓ ଶିକ୍ଷା ଉପରେ ଦୁଇଦିନିଆ କର୍ମଶାଳା

March 15, 2026

ପଶ୍ଚିମ ଏସିଆରେ ସାମ୍ପ୍ରତିକ ଘଟଣାକ୍ରମ ଉପରେ ଆନ୍ତଃମନ୍ତ୍ରଣାଳୟ ସାମ୍ବାଦିକ ସମ୍ମିଳନୀ

March 15, 2026

ବରିଷ୍ଠ ପୁଲିସ ଅଧିକାରୀ ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ମିଳିଲା ଆଗାମୀ ରଥଯାତ୍ରାର ଦାୟିତ୍ୱ

March 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.