ପିସି କାରବାରକୁ ବରଦାସ୍ତ କରାଯିବ ନାହିଁ: ପଂଚାୟତିରାଜ ମନ୍ତ୍ରୀ 

Published: Feb 25, 2025, 2:30 pm IST

ସମ୍ବଲପୁର: ପିସି କାରବାରକୁ ବରଦାସ୍ତ କରାଯିବ ନାହିଁ। ଏନେଇ ସମ୍ବଲପୁର ଗସ୍ତରେ ଥିବାବେଳେ ପଂଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ କହିଛନ୍ତି। ପିସି କାରବାର କଲେ କଠୋର ଦଣ୍ଡ ଦେବା ପାଇଁ ବ୍ୟବସ୍ଥା ରହିଥିବା ମନ୍ତ୍ରୀ କହିଛନ୍ତି। ଏହାକୁ ରୋକିବା ପାଇଁ ଅନେକ ଗୁଡିଏ ପଦକ୍ଷେପ ନିଆଯାଇଛି।

ବିଗତ ଦିନରେ ଜନ ପ୍ରତିନିଧି ଠାରୁ ଆରମ୍ଭ କରି ପ୍ରସାଶନିକ ଅଧିକାରୀଙ୍କୁ ନିଲମ୍ବନ ତଥା ବରଖାସ୍ତ କରାଯାଇଛି। ପଂଚାୟତରାଜ ବିଭାଗ ଗାଁର ବିକାଶ ତଥା ପଂଚାୟତର ବିକାଶ ପାଇଁ ଅଛି। ଯେଉଁଠି ବି ଅବ୍ୟବସ୍ଥା ହୁଏ ସେଠାରେ ଆମେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ ବୋଲି ପଂଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ କହିଛନ୍ତି।

Related posts