ଜାତୀୟ ସ୍ୱାସ୍ଥ୍ୟ ମିଶନ ପରିଚାଳନା କର୍ମଚାରୀଙ୍କ ଆନ୍ଦୋଳନ ପାଇଁ ପ୍ରସ୍ତୁତି ଓ ପୋଷ୍ଟ କାର୍ଡ ଅଭିଯାନ

Published: Feb 25, 2025, 8:22 pm IST

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗଞ୍ଜାମ ଜିଲ୍ଲା ଓଡ଼ିଶା ସ୍ଵାସ୍ଥ୍ୟ ମିଶନ ପରିଚାଳନା କର୍ମଚାରୀ ସଂଘର ଏକ ଜରୁରୀକାଳୀନ ବୈଠକ ବ୍ରହ୍ମପୁର ସିଡିଏମ ଓ କାର୍ଯ୍ୟାଳୟର ନୂତନ ସଭା ଗୃହ ରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲାର ସମସ୍ତ ୧୩୫ ଜଣ କର୍ମଚାରୀଙ୍କ ସମେତ ସଙ୍ଘର ରାଜ୍ୟ ସଭାପତି ପଞ୍ଚାନନ ଦାଶ ଯୋଗଦେଇ ଆଗାମୀ ଦିନରେ ଯଦି ଆମର ଦାବୀ ପୂରଣ ନହୁଏ ତାହେଲେ ଆନ୍ଦୋଳନକୁ କିଭଳି ଜୋରଦାର କରିହେବ ତା ଉପରେ ଆଲୋକପାତ କରିବା ସହିତ ଏକ ପୋଷ୍ଟ କାର୍ଡ ଅଭିଯାନ ର ଶୁଭାରମ୍ଭ କରିଥିଲେ। ମୁଖ୍ୟମନ୍ତ୍ରୀ, ସ୍ଵାସ୍ଥ୍ୟମନ୍ତ୍ରୀ, ଭାଜପା ସଭାପତି, ସ୍ଵାସ୍ଥ୍ୟ ସଚିବ ଓ ସ୍ଵାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ପ୍ରମୁଖ ଙ୍କୁ ସଙ୍ଘର ଥିବା ୪୨୦୦ ପୋଷ୍ଟ କାର୍ଡ ପଠେଇ ବାକୁ ବୈଠକ ରେ ରେ ସ୍ଥିର ହୋଇଛି।

ଓଡ଼ିଶା ଜାତୀୟ ସ୍ୱାସ୍ଥ୍ୟ ମିଶନ ଅଧୀନରେ ଦୀର୍ଘ ୨୦ ବର୍ଷ ଧରି କାର୍ଯ୍ୟରତ ପରିଚାଳନା କର୍ମଚାରୀ ମଧ୍ୟରେ ବର୍ତମାନ ଅସନ୍ତୋଷର ନିଆଁ କୁହୁଳିବାରେ ଲାଗିଛି। ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅଧିନରେ କର୍ଯ୍ୟକରି ସମସ୍ତଙ୍କ ଉତ୍ତମ ସ୍ଵାସ୍ଥ୍ୟ କଥା ବୁଝୁଥିବା ସ୍ଵାସ୍ଥ୍ୟ ମିଶନ ପରିଚାଳନା କର୍ମଚାରୀଙ୍କ ସ୍ଵାସ୍ଥ୍ୟ ଆଜି ବିପଦପୂର୍ଣ୍ଣ ଅବସ୍ଥାରେ ଅଛି। ସରକାରଙ୍କ ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ସହ ସହ ଯୋଜନାରେ ନିଜକୁ ସମର୍ପିତ କରି ସଫଳତା ହାସଲ କରାଯାଇପାରିଛି।

Related posts