Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସାରସ ଆଜୀବିକା ମେଳାକୁ ଉଦଘାଟନ କଲେ କେନ୍ଦ୍ର ମନ୍ତ୍ରୀ ଶିବରାଜ ସିଂହ ଚୌହାନ
ଆଜିର ଖବର

ସାରସ ଆଜୀବିକା ମେଳାକୁ ଉଦଘାଟନ କଲେ କେନ୍ଦ୍ର ମନ୍ତ୍ରୀ ଶିବରାଜ ସିଂହ ଚୌହାନ

February 25, 2025No Comments3 Mins Read
Share Facebook Twitter LinkedIn Email WhatsApp Copy Link
shivraj
ଭିବି ଜୀ ରାମ ଜୀ ଯୋଜନା ଅଧୀନରେ ୧.୫୧ ଲକ୍ଷ କୋଟିରୁ ଅଧିକ ଟଙ୍କାର ଆବଣ୍ଟନ ପ୍ରସ୍ତାବିତ: କୃଷି ମନ୍ତ୍ରୀ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ନୋଏଡା ହାଟରେ ଆୟୋଜିତ ସାରସ ଆଜୀବିକା ମେଳାକୁ ଆଜି କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶିବରାଜ ସିଂହ ଚୌହାନ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଉଦଘାଟନ କରିଛନ୍ତି। ଏହି ବିଶେଷ ଅବସରରେ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ରାଷ୍ଟ୍ରମନ୍ତ୍ରୀ ଡ. ଚନ୍ଦ୍ରଶେଖର ପେମସାନି ଏବଂ କମଲେଶ ପାସୱାନ ମଧ୍ୟ ଉପସ୍ଥିତ ଥିଲେ। ଲକ୍ଷପତି ଦିଦିମାନଙ୍କୁ ସମ୍ବୋଧିତ କରି ସ୍ୱୟଂ ସହାୟକ ଗୋଷ୍ଠୀର ଭଉଣୀମାନଙ୍କୁ ଲକ୍ଷପତି କରିବାରେ ସାରସ ମେଳାର ବହୁତ ବଡ଼ ଅବଦାନ ରହିଛି ବୋଲି କେନ୍ଦ୍ର ମନ୍ତ୍ରୀ ଶିବରାଜ ସିଂହ ଚୌହାନ କହିଛନ୍ତି। ସେମାନେ ସେମାନଙ୍କ କଳା ମାଧ୍ୟମରେ ରୋଜଗାର କରୁଛନ୍ତି। ‘ମୁଁ ସମସ୍ତ ଭାଇ ଓ ଭଉଣୀମାନଙ୍କୁ ଗ୍ରାମୀଣ ଉତ୍ପାଦକୁ ପ୍ରୋତ୍ସାହିତ କରିବାକୁ ଅନୁରୋଧ କରୁଛି” ବୋଲି ଶ୍ରୀ ଚୌହାନ କହିଛନ୍ତି ।

ଚନ୍ଦ୍ରଶେଖର ପେମସାନି ତାଙ୍କ ଅଭିଭାଷଣରେ କହିଥିଲେ ଯେ ଏହା କେବଳ ଏକ ମେଳା ନୁହେଁ ବରଂ ଏକ ଆନ୍ଦୋଳନରେ ପରିଣତ ହୋଇଛି, ଏମିତି ଏକ ଆନ୍ଦୋଳନ ଯେଉଁଠାରେ ମହିଳାମାନେ ଶ୍ରମିକ ହେବା ପରିବର୍ତ୍ତେ ନିଯୁକ୍ତିଦାତା ହେଉଛନ୍ତି । ସେମାନେ କେବଳ ଗୃହିଣୀ ନୁହଁନ୍ତି, ବରଂ ଉଦ୍ୟୋଗୀ ମଧ୍ୟ ଏବଂ କେବଳ ହିତାଧିକାରୀ ନୁହଁନ୍ତି ବରଂ ଭାରତର ଅର୍ଥନୈତିକ ପ୍ରଗତିର ନେତୃତ୍ୱ ନେଉଛନ୍ତି । ସ୍ୱୟଂ ସହାୟକ ଗୋଷ୍ଠୀ – ଏସଏଚଜି ଦିଦିମାନେ ବର୍ତ୍ତମାନ ସରକାରୀ ଇ- ମାର୍କେଟପ୍ଲେସ ଜିଇଏମ ମାଧ୍ୟମରେ ସରକାରଙ୍କୁ ସିଧାସଳଖ ଉତ୍ପାଦ ବିକ୍ରି କରୁଛନ୍ତି ।

ସାରସ ମେଳା ଉଭୟ ଲକ୍ଷପତି ଦିଦି ଏବଂ ସ୍ୱୟଂ ସହାୟକ ଗୋଷ୍ଠୀ (ଏସଏଚଜି) ପାଇଁ ଏକ ପରିଚୟ ପାଲଟିଛି ବୋଲି ଶ୍ରୀ କମଲେଶ ପାସୱାନ କହିଛନ୍ତି। ଏହି ମେଳା କେବଳ ମେଳା ନୁହେଁ, ବରଂ ଏକ ବିରାଟ ମଞ୍ଚ ଯାହା ମାଧ୍ୟମରେ ଲୋକମାନେ ଜୈବିକ ଉତ୍ପାଦ ପ୍ରତି ଆକୃଷ୍ଟ ହେଉଛନ୍ତି।

ଗ୍ରାମୀଣ ଭାରତର ହସ୍ତଶିଳ୍ପ ଓ କଳାକୁ ପ୍ରଦର୍ଶିତ କରିବାର ମୁଖ୍ୟ ଉଦ୍ଦେଶ୍ୟ ନେଇ ଫେବୃଆରୀ ୨୧ ରୁ ମାର୍ଚ୍ଚ ୧୦, ୨୦୨୫ ପର୍ଯ୍ୟନ୍ତ ସାରସ ଆଜୀବିକା ମେଳା ୨୦୨୫ ଆୟୋଜନ କରାଯାଉଛି । ଜାତୀୟ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ପ୍ରତିଷ୍ଠାନ (ଏନଆଇଆରଡିପିଆର) ସହଯୋଗରେ ଗ୍ରାମୀଣ ଉନ୍ନୟନ ମନ୍ତ୍ରଣାଳୟ ପକ୍ଷରୁ ପଞ୍ଚମ ଥର ପାଇଁ ପରମ୍ପରା, କଳା ଓ ସଂସ୍କୃତି ଏବଂ “ଲକ୍ଷପତି ସ୍ୱୟଂ ସହାୟକ ଗୋଷ୍ଠୀ ଦିଦିଙ୍କ ରପ୍ତାନି ସମ୍ଭାବନାର ବିକାଶ” ଶୀର୍ଷକରେ ପ୍ରସିଦ୍ଧ ସାରସ ଆଜୀବିକା ମେଳା ୨୦୨୫ ଆୟୋଜନ କରାଯାଉଛି ।

ସାରସ ମେଳାର ପର୍ଯ୍ୟଟକମାନେ ୩୦ଟି ରାଜ୍ୟର ସ୍ୱୟଂ ସହାୟକ ଗୋଷ୍ଠୀ (ଏସ୍ଏଚଜି) ଦ୍ୱାରା ପ୍ରସ୍ତୁତ ବିଭିନ୍ନ ଉତ୍ପାଦର ମଜା ନେଉଛନ୍ତି। ସ୍ବୟଂ ସହାୟକ ଗୋଷ୍ଠୀ ଦ୍ବାରା ନିର୍ମିତ ହସ୍ତତନ୍ତ, ହସ୍ତଶିଳ୍ପ ଓ ପ୍ରାକୃତିକ ଖାଦ୍ୟ ସାମଗ୍ରୀକୁ ପ୍ରଦର୍ଶନ ଉଦ୍ଦେଶ୍ୟରେ ଓ ବିକ୍ରି ପାଇଁ ୨୦୦ଟି ଷ୍ଟଲ୍ ରେ ପ୍ରଦର୍ଶିତ କରାଯାଇଛି। ଏହା ବ୍ୟତୀତ ନୋଏଡା ହାଟରେ ୨୦ଟି ରାଜ୍ୟର ୨୫ଟି ଲାଇଭ୍ ଫୁଡ୍ ଷ୍ଟଲ୍ ରେ ସେମାନଙ୍କ ପାରମ୍ପରିକ ଖାଦ୍ୟ ଓ ସ୍ୱାଦିଷ୍ଟ ଖାଦ୍ୟ ସାମଗ୍ରୀ ପ୍ରଦର୍ଶିତ ହେଉଛି। ଏହି ସାରସ ଆଜୀବିକା ମେଳାରେ ସାରା ଦେଶରୁ ପ୍ରାୟ ୪୫୦ ଏସଏଚଜି ସଦସ୍ୟ ଅଂଶଗ୍ରହଣ କରୁଛନ୍ତି ।

ସାରସ ଆଜୀବିକା ମେଳା- ୨୦୨୫ରେ ବିଭିନ୍ନ ରାଜ୍ୟର ହସ୍ତତନ୍ତ ଶାଢ଼ୀ ଓ ପୋଷାକ ସାମଗ୍ରୀର ଚମତ୍କାର ପ୍ରଦର୍ଶନ କରାଯାଇଛି। ମେଳାରେ ବିଭିନ୍ନ ରାଜ୍ୟ ସେମାନଙ୍କ ଉତ୍ପାଦ ପ୍ରଦର୍ଶନ କରୁଛନ୍ତି, ଯାହା ମଧ୍ୟରେ ରହିଛି, ଆନ୍ଧ୍ରପ୍ରଦେଶର କଲମକାରୀ, ଆସାମର ମେଖଳା ଚାଦର, ବିହାରର କପା ଓ ରେଶମ, ଛତିଶଗଡ଼ର କୋସା ଶାଢୀ, ଗୁଜରାଟର ଭରତ ଗୁଣ୍ଠନ ଓ ପ୍ୟାଚ୍ ୱାର୍କ, ଝାଡ଼ଖଣ୍ଡର ଟସର ରେଶମ ଓ କପା, ମଧ୍ୟପ୍ରଦେଶର ଚନ୍ଦେରୀ ଓ ବାଗ ପ୍ରିଣ୍ଟ, ମେଘାଳୟର ଏରି ଉତ୍ପାଦ, ଓଡ଼ିଶାର ଟସର ଓ ବାନ୍ଧ, ତାମିଲନାଡୁର କାଞ୍ଚିପୁରମ୍, ତେଲଙ୍ଗାନାର ପଚମପଲ୍ଲୀ, ଉତ୍ତରାଖଣ୍ଡର ପଶମିନା, ପଶ୍ଚିମବଙ୍ଗର କାନ୍ଥା, ବାଟିକ ପ୍ରିଣ୍ଟ, ତନ୍ତ ଓ ବାଲୁଚରୀ ଶାଢ଼ୀ ଇତ୍ୟାଦି। ।  ମେଳାରେ ବିଭିନ୍ନ ରାଜ୍ୟର ହସ୍ତଶିଳ୍ପ, ଅଳଙ୍କାର ଓ ଗୃହସଜ୍ଜା ସାମଗ୍ରୀ ପ୍ରଦର୍ଶିତ ହେଉଛି। ଏହାବ୍ୟତୀତ ଖାଦ୍ୟ ଷ୍ଟଲ ଗୁଡ଼ିକରେ ଅଦା, ଚା’ , ବିଭିନ୍ନ ପ୍ରକାରର ଡାଲି, କଫି, ପାପଡ଼, ସେଓ ଜାମ୍ ଓ ଆଚାର ଭଳି ପ୍ରାକୃତିକ ଖାଦ୍ୟ ସାମଗ୍ରୀ ମଧ୍ୟ ଉପଲବ୍ଧ ହେଉଛି।

ସାରସ ମେଳାରେ ବରିଷ୍ଠ ନାଗରିକମାନଙ୍କ ପାଇଁ ବିଶେଷ ବ୍ୟବସ୍ଥା, ପିଲାଙ୍କ ପାଇଁ ଜୋନ୍ ଏବଂ ମା’ଙ୍କ ଯତ୍ନ ପାଇଁ ବ୍ୟବସ୍ଥା କରାଯାଇଛି। ସାରସ ମେଳାରେ ପ୍ରତିଦିନ ପର୍ଯ୍ୟଟକମାନେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ମଜା ମଧ୍ୟ ନେଉଛନ୍ତି । ଏସ୍ଏଚଜି ଭଉଣୀମାନଙ୍କ ରପ୍ତାନି କ୍ଷମତାକୁ ବିକଶିତ କରିବା ପାଇଁ ନୋଏଡା ହାଟସ୍ଥିତ ସାରସ ମେଳା ପରିସରରେ ଏକ ଉତ୍ସର୍ଗୀକୃତ ରପ୍ତାନି ପ୍ରୋତ୍ସାହନ ମଣ୍ଡପ ନିର୍ମାଣ କରାଯାଇଛି।

ଦୀନଦୟାଲ ଅନ୍ତ୍ୟୋଦୟ ଯୋଜନା – ଜାତୀୟ ଗ୍ରାମୀଣ ଆଜୀବିକା ମିଶନ ଅଧୀନରେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ ଦ୍ୱାରା ଆରମ୍ଭ କରାଯାଇଥିବା ଏହି ଅଭିଯାନର ଉଦ୍ଦେଶ୍ୟ ଶିଳ୍ପୀ ଏବଂ କାରିଗରମାନଙ୍କୁ ସେମାନଙ୍କ ଜୀବିକା ଏବଂ ସାମଗ୍ରିକ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବାରେ ସାହାଯ୍ୟ କରିବା। ଏହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ଭୋକାଲ୍ ଫର୍ ଲୋକାଲ୍’ ଅଭିଯାନ ଏବଂ ‘୨୦୪୭ ସୁଦ୍ଧା ବିକଶିତ ଭାରତ’ ପରିକଳ୍ପନାକୁ ପ୍ରୋତ୍ସାହିତ କରିବ।

ଉତ୍ତର ପ୍ରଦେଶ ଭିଡିଓ କନଫରେନ୍ସିଂ ଶିବରାଜ ସିଂହ ଚୌହାନ
Share. Facebook Twitter LinkedIn Email WhatsApp Copy Link

Related Posts

ମୁଖ୍ୟମନ୍ତ୍ରୀଙ୍କୁ ବିଶ୍ୱ ଆଥଲେଟିକ୍ସ ଚମ୍ପିଅନସିପ୍ ର ପତାକା ପ୍ରଦାନ କଲେ ସୂର୍ଯ୍ୟବଂଶୀ ସୂରଜ

April 5, 2026

୨୦୨୫-୨୬ରେ ରେକର୍ଡ ମାଲ ପରିବହନ ସହ ରେଳବାଇର ଉଲ୍ଲେଖନୀୟ ସଫଳତା

April 5, 2026

ଏସଆଇଆର କାର୍ଯ୍ୟରେ ଗୁରୁତର ଅବହେଳା ଅଭିଯୋଗରେ ସହକାରୀ ଶିକ୍ଷକ ନିଲମ୍ବିତ

April 5, 2026

ସୁବର୍ଣ୍ଣପୁର ଜିଲ୍ଲାର ହାଇଟେକ୍ ସର୍ଭେ ସମ୍ପର୍କରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

April 5, 2026
Latest News

ମୁଖ୍ୟମନ୍ତ୍ରୀଙ୍କୁ ବିଶ୍ୱ ଆଥଲେଟିକ୍ସ ଚମ୍ପିଅନସିପ୍ ର ପତାକା ପ୍ରଦାନ କଲେ ସୂର୍ଯ୍ୟବଂଶୀ ସୂରଜ

April 5, 2026

୨୦୨୫-୨୬ରେ ରେକର୍ଡ ମାଲ ପରିବହନ ସହ ରେଳବାଇର ଉଲ୍ଲେଖନୀୟ ସଫଳତା

April 5, 2026

ଏସଆଇଆର କାର୍ଯ୍ୟରେ ଗୁରୁତର ଅବହେଳା ଅଭିଯୋଗରେ ସହକାରୀ ଶିକ୍ଷକ ନିଲମ୍ବିତ

April 5, 2026

ସୁବର୍ଣ୍ଣପୁର ଜିଲ୍ଲାର ହାଇଟେକ୍ ସର୍ଭେ ସମ୍ପର୍କରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

April 5, 2026

୩୯୮.୩୬ କୋଟିର ଅପ୍ଟିକାଲ ଫାଇବର କେବୁଲ ପ୍ରକଳ୍ପକୁ ଭାରତୀୟ ରେଳବାଇର ମଞ୍ଜୁରୀ

April 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.