Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କର୍ଣ୍ଣାଟକ ରାଜନୀତି ହାଇଡ୍ରାମା : ଗୁରୁବାର ଦିନ ଆସ୍ଥା ଭୋଟ୍‌ର ସମ୍ମୁଖୀନ ହେବେ କୁମାରସ୍ବାମୀ ସରକାର
ଆଜିର ଖବର

କର୍ଣ୍ଣାଟକ ରାଜନୀତି ହାଇଡ୍ରାମା : ଗୁରୁବାର ଦିନ ଆସ୍ଥା ଭୋଟ୍‌ର ସମ୍ମୁଖୀନ ହେବେ କୁମାରସ୍ବାମୀ ସରକାର

July 15, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

କର୍ଣ୍ଣାଟକ ରାଜନୈତିକ ନାଟକରେ ସବୁଦିନ କିଛି ଭିନ୍ନ ଭିନ୍ନ ମୋଡ଼ ଦେଖିବାକୁ ମିଳୁଛି । କଂଗ୍ରେସ-ଜେଡିଏସ୍‌ ମେଣ୍ଟ ଆସନ୍ତା ଗୁରୁବାର ଦିନ ୧୧ଟାରେ ବିଧାନସଭାରେ ଆସ୍ଥା ଭୋଟର ସମ୍ମୁଖୀନ ହେବେ। ପୂର୍ବରୁ ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀଗୃହରେ ଆସ୍ଥା ଭୋଟ ପାଇଁ ତାରିଖ ନିର୍ଦ୍ଧାରଣ କରିବାକୁ ବାଚସ୍ପତିଙ୍କୁ କହିଥିବା ବେଳେ ଆଜି ବିଜେପି ମଧ୍ୟ ଆସ୍ଥା ଭୋଟ ହେବା ସପକ୍ଷରେ ଯୁକ୍ତି ବାଢ଼ିଥିଲା। ତେବେ ଆସନ୍ତାକାଲି ସୁପ୍ରିମକୋର୍ଟରେ କର୍ଣ୍ଣାଟକରେ ଚାଲିଥିବା ରାଜନୈତିକ ସଂକଟ ସମ୍ପର୍କରେ ଶୁଣାଣି ହେବ। ସୁପ୍ରିମକୋର୍ଟ ବିଦ୍ରୋହୀ ବିଧାୟକମାନଙ୍କ ଆବେଦନର ଶୁଣାଣି କରିବେ। ଏଥିସହ ବାଚସ୍ପତି ରମେଶ କୁମାର କରିଥିବା ଆବେଦନର ମଧ୍ୟ ଶୁଣାଣି ହେବ। ବିଦ୍ରୋହୀ ବିଧାୟକମାନଙ୍କ ଇସ୍ତଫାପତ୍ର ବାଚସ୍ପତି ଗ୍ରହଣ କରୁ ନଥିବାରୁ ସେମାନେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ତେବେ ବିଜେପି ବିଧାନସଭାରେ ହଙ୍ଗାମା କରିବାରୁ ବାଚସ୍ପତି ଆସନ୍ତା ଗୁରୁବାର ଦିନ ୧୧ଟା ଯାଏ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି। ଆସ୍ଥା ଭୋଟ ପରେ ହିଁ ବିଧାନସଭା ଚାଲିବ ବୋଲି ମଧ୍ୟ ସେ କହିଛନ୍ତି। ଅନ୍ୟପକ୍ଷରେ ସ୍ଥିତି ସମ୍ଭାଳିବା ପାଇଁ ଆଜି କଂଗ୍ରେସ ବିଧାୟକ ଦଳ ନେତା ସିଦ୍ଧରମୈୟା ଦଳର ସଦସ୍ୟମାନଙ୍କ ସହ ବୈଠକ କରିଥିଲେ। ଏହି ବୈଠକ ପରେ ଆସନ୍ତା ଗୁରୁବାର ଦିନ ୧୧ଟାରେ ବିଧାନସଭାରେ ସରକାର ଶକ୍ତି ପରୀକ୍ଷାର ସମ୍ମୁଖୀନ ହେବେ ବୋଲି ଘୋଷଣା କରିଥିଲେ।

Share. Facebook Twitter LinkedIn Email WhatsApp Copy Link

Related Posts

‘ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧମକ, ବାଚସ୍ପତିଙ୍କୁ ଦୁର୍ବ୍ୟବହାର’: ବିରୋଧୀଙ୍କ ହଟ୍ଟଗୋଳର ଭିଡିଓ ଜାରି କଲେ ରିଜିଜୁ

February 12, 2026

ନାମିବିୟା ମ୍ୟାଚ୍ ପୂର୍ବରୁ ଟିମ୍ ଇଣ୍ଡିଆର ଫିଟନେସ୍ ସମ୍ବନ୍ଧୀୟ ଚିନ୍ତା: ପ୍ଲେଇଂ ଇଲେଭେନରେ ପରିବର୍ତ୍ତନ ସମ୍ଭବ

February 12, 2026

ଶ୍ରମ କୋଡକୁ ବିରୋଧ କରୁଥିବା ଶ୍ରମିକ ସଂଗଠନର ନେତାମାନଙ୍କୁ ସମାଲୋଚନା କଲା ବିଜେପି

February 12, 2026

୨୦ତମ ଭବ୍ୟ ତୋଷାଳି ସ୍ଵଦେଶୀ ମେଳା ପାଇଁ ସାମ୍ବାଦିକ ସମ୍ମିଳନୀ

February 12, 2026
Latest News

କଂଗ୍ରେସ ସାଂସଦ ପାପୁ ଯାଦବଙ୍କ ହାଜର ହେବ ପୂର୍ବରୁ ପାଟନା ସିଭିଲ୍ କୋର୍ଟକୁ ପୁଣି ଥରେ ବୋମା ଧମକ

February 12, 2026

‘ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧମକ, ବାଚସ୍ପତିଙ୍କୁ ଦୁର୍ବ୍ୟବହାର’: ବିରୋଧୀଙ୍କ ହଟ୍ଟଗୋଳର ଭିଡିଓ ଜାରି କଲେ ରିଜିଜୁ

February 12, 2026

ଲାଲକିଲ୍ଲା ବିସ୍ଫୋରଣରେ ଜୈଶ-ଏ-ମହମ୍ମଦର ହାତ: UNSC ରିପୋର୍ଟକୁ ପାକିସ୍ତାନର ଆପତ୍ତି

February 12, 2026

ନାମିବିୟା ମ୍ୟାଚ୍ ପୂର୍ବରୁ ଟିମ୍ ଇଣ୍ଡିଆର ଫିଟନେସ୍ ସମ୍ବନ୍ଧୀୟ ଚିନ୍ତା: ପ୍ଲେଇଂ ଇଲେଭେନରେ ପରିବର୍ତ୍ତନ ସମ୍ଭବ

February 12, 2026

Modi Meets Rolls-Royce CEO: ପ୍ରଧାନମନ୍ତ୍ରୀ ମୋଦିଙ୍କ ସାକ୍ଷାତ କଲେ ରୋଲ୍ସ-ରଏସ୍ କଂପାନୀ ସିଇଓ

February 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.