ହିମାଚଳ ପ୍ରଦେଶର ରାଜ୍ୟପାଳ ଭାବେ କଲରାଜ୍‌ ମିଶ୍ର ଓ ଗୁଜୁରାତର ରାଜ୍ୟପାଳ ଭାବେ ଆଚାର୍ଯ୍ୟ ଦେବବ୍ରତଙ୍କୁ ନିଯୁକ୍ତି ଦେଲେ ରାଷ୍ଟ୍ରପତି

Published: Jul 15, 2019, 4:35 pm IST

ଗୁଜୁରାତ  ଏବଂ ହିମାଚଳ ପ୍ରଦେଶ ପାଇଁ ରାଜ୍ୟପାଳ ନିଯୁକ୍ତ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ହିମାଚଳ ପ୍ରଦେଶର ପୂର୍ବତନ ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତଙ୍କୁ ଗୁଜୁରାତର ରାଜ୍ୟପାଳ ନିଯୁକ୍ତ କରିଛନ୍ତି । ଆଚାର୍ଯ୍ୟ ଦେବବ୍ରତ ଗୁଜୁରାତର ପୂର୍ବତନ ରାଜ୍ୟପାଳ ଓମ ପ୍ରକାଶ କୋହଲିଙ୍କ ସ୍ଥାନ ନେବେ । ଅନ୍ୟପଟେ ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ କାଲରାଜ ମିଶ୍ରଙ୍କୁ ହିମାଚଳ ପ୍ରଦେଶର ରାଜ୍ୟପାଳ ଭାବେ ନିଯୁକ୍ତ କରିଛନ୍ତି ମହାମହିମ ରାଷ୍ଟ୍ରପତି । ଦୁଇ ରାଜ୍ୟପାଳଙ୍କ ନିଯୁକ୍ତିକୁ ନେଇ ରାଷ୍ଟ୍ରପତି ଆଦେଶ ଜାରି କରିଛନ୍ତି । ଦୁଇ ଜଣ ନିଜ ନିଜ ରାଜ୍ୟର ପଦ ସମ୍ଭାଳିବା ପରେ ନିଯୁକ୍ତି କାର୍ଯ୍ୟକାରୀ ହେବ ।  କାଲରାଜ ମିଶ୍ର ହେଉଛନ୍ତି ବିଜେପିର ଜଣେ ବରିଷ୍ଠ ନେତା । ପ୍ରଥମ ମୋଦୀ ସରକାରରେ କଲରାଜ ଏମଏସଏମଇ ସ୍ୱତନ୍ତ୍ର ରାଜ୍ୟମନ୍ତ୍ରୀ ହୋଇଥିଲେ । ଉତ୍ତର ପ୍ରଦେଶର ଦେଓରିଆରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ । ତେବେ ଚଳିତଥର ନିର୍ବାଚନ ଲଢିନଥିଲେ କଲରାଜ୍‌ । କଲରାଜ ପୂର୍ବ ଲକ୍ଷ୍ନୌ ବିଧାନସଭା ଆସନରୁ ବିଧାୟକ ମଧ୍ୟ ହୋଇଛନ୍ତି ।

Related posts