ଶାରଦା ଚିଟ୍‌ଫଣ୍ଡ୍‌ ଦୁର୍ନୀତି ମାମଲା : ଟିଏମ୍‌ସି ସାଂସଦ ଶତାବ୍ଦୀ ରାୟଙ୍କ ସମେତ ୬ଜଣଙ୍କୁ ଇଡିର ନୋଟିସ୍‌

Published: Jul 15, 2019, 4:59 pm IST

ସାରଦା ଚିଟ୍‌ଫଣ୍ଡ୍‌ ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ତୃଣମୂଳ କଂଗ୍ରେସ (ଟିଏମ୍‌ସି) ସାଂସଦ ଶତାବ୍ଦୀ ରାୟଙ୍କ ସମେତ ୬ଜଣଙ୍କୁ ନୋଟିସ୍‌ ଜାରି କରିଛନ୍ତି । ଇଡି ଶତାବ୍ଦୀ ରାୟଙ୍କ ବ୍ୟତୀତ ପୂର୍ବ ଟିଏମ୍‌ସି ସାଂସଦ କୃଣାଳ ଘୋଷ, ନୀତୁ ସରକାର, ସଜ୍ଜନ ଅଗ୍ରଓ୍ବାର, ସୁଧୀର ଅଗ୍ରଓ୍ବାଲ ଓ ବମ୍ବାଙ୍କୁ ମଧ୍ୟ ନୋଟିସ୍‌ ଜାରି କରିଛନ୍ତି । ଏହି ସମସ୍ତଙ୍କୁ ଚଳିତ ମାସରେ ପଚରଉଚୁରା କରାଯିବା ପାଇଁ ଉପସ୍ଥିତ ରହିବାକୁ କୁହାଯାଇଛି । ଏହା ପୂର୍ବରୁ ଜୁଲାଇ ୯ରେ ବଙ୍ଗଳା ଅଭିନେତା ପ୍ରସନ୍ନଜିତ୍‌ ଚାଟ୍ଟାର୍ଜୀଙ୍କୁ ମଧ୍ୟ ଇଡି ରୋଜ୍‌ ଭ୍ୟାଲି ଚିଟ୍‌ଫଣ୍ଡ୍‌ ଦୁର୍ନୀତି ମାମଲାରେ ଆସନ୍ତା ୧୯ ତାରିଖରେ ହାଜର ହେବାକୁ କହିଛନ୍ତି । ଇଡିର ଜଣେ ବରିଷ୍ଠ ଅଧିକାରୀଙ୍କ ମତରେ ଚାଟ୍ଟାର୍ଜୀଙ୍କୁ ମନି ଲଣ୍ଡ୍ରିଂ ଅଧିନିୟମ ଜରିଆରେ ପଚରାଉଚୁରା କରାଯିବ । କେନ୍ଦ୍ରୀୟ ଯାଞ୍ଚ ବ୍ୟୁରୋ (ସିବିଆଇ)ଙ୍କ ତରଫରୁ ମଧ୍ୟ ଏକ ପ୍ରାଥମିକ ମାମଲା ଆଧାରରେ ଇଡି ଏହି ମାମଲାକୁ ରୁଜୁ କରିଛି । ଗତ ମାସରେ ସିବିଆଇ ଲେଣ୍ଡ ଏଗ୍ରୋ ଚିଟ୍‌ ଫଣ୍ଡ୍‌ ମାମଲାରେ ପଶ୍ଚିମ ବଙ୍ଗଳାର ୨୨ଟି ଅଲଗା ଅଲଗା ସ୍ଥାନରେ ଚଢାଉ କରିଥିଲେ । ଏହି ସମ୍ବନ୍ଧିତ ଦସ୍ତାବିଜ୍‌ ମଧ୍ୟ ଜବତ କରାଯାଇଛି ।

Related posts