
ଢେଙ୍କାନାଳ: ଆଜି ପବିତ୍ର ମହାଶିବରାତ୍ରିରେ ଶୈବପୀଠ କପିଳାସରେ ଭକ୍ତମୟ ପରିବେଶ ସୃଷ୍ଟି ହୋଇଛି। ବହୁ ଭକ୍ତଙ୍କ ଭିଡ ଲାଗିଛି। ଜ଼ିଲ୍ଲା ପ୍ରଶାସନ ଓ ଦେବୋତ୍ତର ବିଭାଗ ତରଫରୁ ଭକ୍ତ ମାନଙ୍କ ଦର୍ଶନ ଓ ସୁବିଧା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି। ଭୋର ୪ଟା ୩୦ ମିନିଟରେ ମହାଦୀପ ଉଠିବ ବୋଲି ଦେବୋତ୍ତର ବିଭାଗ ସୂତ୍ରରୁ ସୂଚନା ଦିଆଯାଇଛି।
ସେହିପରି ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱାବିଦ୍ୟାଳୟ ଢେଙ୍କାନାଳ ଶାଖା ତରଫରୁ ଆଜି ଶିବରାତ୍ରିରେ ଏକ ଶୋଭାଯାତ୍ରା ଆୟୋଜନ କରାଯାଇଥିଲା। ଆଧ୍ୟାତ୍ମିକ ଚେତନା ସଭା କରାଯାଇଥିଲା। କପିଳାଶରେ ଶାନ୍ତି ଶୃଙ୍ଖଳା ପାଇଁ ପ୍ରଶାସନ ୧୦ ପ୍ଲାଟୁନ ପୋଲିସ ନିୟାଜିତ କରିଛି। କପିଳାସରେ ଏସପି ନିଜେ ସରୁକ୍ଷା ତଦାରଖ କରୁଛନ୍ତି। ଭକ୍ତ ମାନେ ବାବା କପିଳାସଙ୍କ ଦର୍ଶନ କରିବା ପାଇଁ ଲମ୍ବା ଧାଡ଼ିରେ ଠିଆ ହେବାର ଦେଖା ଦେଇଛି।