Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଏନ୍ଆଇଏ ସଂଶୋଧନ ବିଲକୁ ନେଇ ଲୋକସଭାରେ ଓଓ୍ବେସୀ ଓ ଶାହାଙ୍କ ବାକ୍‌ ଯୁଦ୍ଧ
ଆଜିର ଖବର

ଏନ୍ଆଇଏ ସଂଶୋଧନ ବିଲକୁ ନେଇ ଲୋକସଭାରେ ଓଓ୍ବେସୀ ଓ ଶାହାଙ୍କ ବାକ୍‌ ଯୁଦ୍ଧ

July 15, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଆଜି ଲୋକସଭାରେ ଜାତୀୟ ତଦନ୍ତକାରୀ ସଂସ୍ଥା(ଏନ୍‌ଆଇଏ) ସଂଶୋଧନ ବିଲ୍‌ ଉପରେ ଆଲୋଚନା ହୋଇଛି। ଏହି ଆଲୋଚନା ବେଳେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଓ ହାଇଦ୍ରାବାଦ୍‌ ସାଂସଦ ତଥା ଏଆଇଏମଆଇଏମ୍‌ ନେତା ଓସାଦୁଦ୍ଦିନ ଓଓ୍ବେସୀଙ୍କ ମଧ୍ୟରେ ବାକ୍‌ଯୁଦ୍ଧ ଦେଖିବାକୁ ମିଳିଛି। ବିଜେପିର ସତ୍ୟପାଲ ସିଂହ ଏନ୍‌ଆଇଏ ସଂଶୋଧିତ ବିଲ୍‌ ଉପରେ ନିଜର ମତ ରଖୁଥିବା ବେଳେ ଓଓ୍ବେସୀଙ୍କ ସମେତ ବିରୋଧୀ ଦଳର ସଦସ୍ୟମାନେ ନାରାବାଜି କରିଥିଲେ। ସୋମବାର ଲୋକସଭାରେ ମୁମ୍ବାଇ ପୋଲିସ୍‌ର ପୂର୍ବ କମିଶନର ଓ ବିଜେପି ସାଂସଦ ସତ୍ୟପାଲ୍‌ ସିଂହ କହିଥିଲେ ଯେ, ଆତଙ୍କବାଦ ଏଥିପାଇଁ ବଢୁଛି, କାରଣ ଆମେ ତାହାକୁ ରାଜନୈତିକ ଚଷମାରେ ଦେଖୁଛେ। ଆତଙ୍କବାଦ ବିରୋଧରେ ମିଶି କରି ଲଢେଇ କରିବା ଦରକାର ବୋଲି କହିଥିଲେ । ସେହିପରି ସତ୍ୟପାଲ୍‌ ହାଇଦ୍ରାବାଦ୍‌ର ହୋଇଥିବା ବିସ୍ଫୋରଣରେ ଯେତେବେଳେ ପୋଲିସ୍‌ କିଛି ସଂଖ୍ୟାଲଘୁ ସମ୍ପ୍ରଦାୟର ସନ୍ଦିଗ୍ଧଙ୍କୁ ଗିରଫ କରିଥିଲା ସେତେବେଳେ ମୁଖ୍ୟମନ୍ତ୍ରୀ କମିଶନରଙ୍କୁ ଏପରି କରିବାକୁ ବାରଣ କରିବା ସହିତ ଚାକିରି ଚାଲିଯିବାର ଭୟ ଦେଖାଇଥିଲେ। ତେବେ ଓଓ୍ବେସୀ ଏହାକୁ ବିରୋଧ କରିଥିଲେ। ସେ କହିଥିଲେ, ଯଦି ଶ୍ରୀ ସିଂହଙ୍କ ଅଭିଯୋଗର ସତ୍ୟତା ରହିଛି, ତା’ହେଲେ ସେ ପ୍ରମାଣ ଦିଅନ୍ତୁ। ଗୃହ ଆଗରେ ପୂରା ରେକର୍ଡ ସହ ତଥ୍ୟ ଉପସ୍ଥାପନ କରନ୍ତୁ।” ଓୱେସୀଙ୍କ ଏଭଳି ବୟାନ ଶୁଣି ଅମିତ ଶାହ କହିଥିଲେ ଯେ, “ସରକାରୀ ଦଳର ସାଂସଦମାନେ କେବେ ହେଲେ ବିରୋଧୀ ଦଳର ସଦସ୍ୟମାନେ କହୁଥିବା ବେଳେ ମଝିରେ ବିଶୃଙ୍ଖଳା ସୃଷ୍ଟି କରୁନାହାନ୍ତି। ହେଲେ ବିରୋଧୀ କାହିଁକି ମଝିରେ ଏଭଳି ବିଶୃଙ୍ଖଳା କରୁଛନ୍ତି? ତେଣୁ ବିରୋଧୀ ସରକାରୀ ଦଳର ସଦସ୍ୟଙ୍କ ଠାରୁ ଶିଖିବା ଦରକାର। ବିରୋଧୀ ଦଳର ସଦସ୍ୟମାନେ ଅନ୍ୟମାନଙ୍କ କଥାକୁ ମଧ୍ୟ ଧୈର୍ଯ୍ୟର ସହ ଶୁଣିବା ଦରକାର।” ଶାହାଙ୍କ ଉତ୍ତର ଶୁଣି ଓଓ୍ବେସୀ କହିଥିଲେ, ସେ କାହାକୁ ଡରନ୍ତି ନାହିଁ କି ତାଙ୍କୁ ଆଙ୍ଗୁଳି ଦେଖାଇବା ଆବଶ୍ୟକତା ନାହିଁ ।  ଏହାର ଜବାବ ଦେଇ ଶାହ କହିଥିଲେ, “ମୁଁ କାହାକୁ ଭୟଭୀତ କରାଉନାହିଁ। ମୁଁ କେବଳ ଅନ୍ୟମାନଙ୍କ ମତ ଶୁଣିବାକୁ କହୁଛି।

 

Share. Facebook Twitter LinkedIn Email WhatsApp Copy Link

Related Posts

‘ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧମକ, ବାଚସ୍ପତିଙ୍କୁ ଦୁର୍ବ୍ୟବହାର’: ବିରୋଧୀଙ୍କ ହଟ୍ଟଗୋଳର ଭିଡିଓ ଜାରି କଲେ ରିଜିଜୁ

February 12, 2026

ନାମିବିୟା ମ୍ୟାଚ୍ ପୂର୍ବରୁ ଟିମ୍ ଇଣ୍ଡିଆର ଫିଟନେସ୍ ସମ୍ବନ୍ଧୀୟ ଚିନ୍ତା: ପ୍ଲେଇଂ ଇଲେଭେନରେ ପରିବର୍ତ୍ତନ ସମ୍ଭବ

February 12, 2026

ଶ୍ରମ କୋଡକୁ ବିରୋଧ କରୁଥିବା ଶ୍ରମିକ ସଂଗଠନର ନେତାମାନଙ୍କୁ ସମାଲୋଚନା କଲା ବିଜେପି

February 12, 2026

୨୦ତମ ଭବ୍ୟ ତୋଷାଳି ସ୍ଵଦେଶୀ ମେଳା ପାଇଁ ସାମ୍ବାଦିକ ସମ୍ମିଳନୀ

February 12, 2026
Latest News

କଂଗ୍ରେସ ସାଂସଦ ପାପୁ ଯାଦବଙ୍କ ହାଜର ହେବ ପୂର୍ବରୁ ପାଟନା ସିଭିଲ୍ କୋର୍ଟକୁ ପୁଣି ଥରେ ବୋମା ଧମକ

February 12, 2026

‘ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧମକ, ବାଚସ୍ପତିଙ୍କୁ ଦୁର୍ବ୍ୟବହାର’: ବିରୋଧୀଙ୍କ ହଟ୍ଟଗୋଳର ଭିଡିଓ ଜାରି କଲେ ରିଜିଜୁ

February 12, 2026

ଲାଲକିଲ୍ଲା ବିସ୍ଫୋରଣରେ ଜୈଶ-ଏ-ମହମ୍ମଦର ହାତ: UNSC ରିପୋର୍ଟକୁ ପାକିସ୍ତାନର ଆପତ୍ତି

February 12, 2026

ନାମିବିୟା ମ୍ୟାଚ୍ ପୂର୍ବରୁ ଟିମ୍ ଇଣ୍ଡିଆର ଫିଟନେସ୍ ସମ୍ବନ୍ଧୀୟ ଚିନ୍ତା: ପ୍ଲେଇଂ ଇଲେଭେନରେ ପରିବର୍ତ୍ତନ ସମ୍ଭବ

February 12, 2026

Modi Meets Rolls-Royce CEO: ପ୍ରଧାନମନ୍ତ୍ରୀ ମୋଦିଙ୍କ ସାକ୍ଷାତ କଲେ ରୋଲ୍ସ-ରଏସ୍ କଂପାନୀ ସିଇଓ

February 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.