
ଭୁବନେଶ୍ବର: ଏଣିକି ଟିଭି ମିଡିଆରେ ମନଇଚ୍ଛା କୌଣସି ମତ ଦେଇପାରିବେ ନାହିଁ। ଯଦି କିଛି କହିବାର ଅଛି ତେବେ ପିସିସି ସଭାପତି କିମ୍ବା ମିଡିଆ କମିଟ ଅଧ୍ୟକ୍ଷଙ୍କ ସହ କଥା ହେବେ। ଏହିପରି ଏକ ବିଜ୍ଞପ୍ତି କଂଗ୍ରେସ ସଭାପତି ଭକ୍ତ ଚରଣ ଦାସଙ୍କ ଦସ୍ତଖତରେ ପ୍ରକାଶିତ ହୋଇଛି। ଏଥିରେ କୁହାଯାଇଛି ଯେ, ଦଳର ନେତାଙ୍କ ଗୋଟିଏ ପ୍ରସଂଗରେ ଭିନ୍ନ ଭିନ୍ନ ମତ ରହୁଛି। ଫଳରେ ପାର୍ଟି ଆଭିମୁଖ୍ୟ ଠିକ ରହିପାରୁ ନାହିଁ।
ନିକଟରେ କିଟ ବିଶ୍ବବିଦ୍ୟାଳୟ ନେପାଳି ଛାତ୍ରୀ ଆତ୍ମହତ୍ୟା ଘଟଣାରେ କଂଗ୍ରେସର କେତେକ ନେତା ଭିନ୍ନ ଭିନ୍ନ ମତ ଦେଇଥିଲେ। ଯାହାକୁ ନେଇ କଂଗ୍ରେସ ଅଡୁଆରେ ପଡିଯାଇଛି। କିଟ୍ ଘଟଣାରେ କଂଗ୍ରେସର ଦୁଇ ପ୍ରକାର ମତ ଆସିବାରୁ ବିଭିନ୍ନ ମହଲରେ ତାହାକୁ ନେଇ ସମାଲୋଚନା କରାଯାଇଛି। ଫଳରେ ଭବିଷ୍ୟତରେ ଯେପରି ଏମିତି ନ ହୁଏ ସେଥିପାଇଁ ଏହି ବିଜ୍ଞପ୍ତି ଜାରୀ କରାଯାଇଛି।