Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଅନନ୍ତ ଅମ୍ବାନୀଙ୍କ ବନ୍ତାରାକୁ ସମ୍ମାନଜନକ ଜାତୀୟ ‘ପ୍ରାଣୀ ମିତ୍ର’ ପୁରସ୍କାର
ଆଜିର ଖବର

ଅନନ୍ତ ଅମ୍ବାନୀଙ୍କ ବନ୍ତାରାକୁ ସମ୍ମାନଜନକ ଜାତୀୟ ‘ପ୍ରାଣୀ ମିତ୍ର’ ପୁରସ୍କାର

February 27, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଜାମନଗର (ଗୁଜରାଟ): ଅନନ୍ତ ଅମ୍ବାନୀଙ୍କ ବନ୍ତାରାକୁ ଭାରତ ସରକାରଙ୍କ ଦ୍ୱାରା ‘କର୍ପୋରେଟ୍’ ବର୍ଗରେ ପଶୁ କଲ୍ୟାଣ କ୍ଷେତ୍ରରେ ଭାରତର ସର୍ବୋଚ୍ଚ ସମ୍ମାନ ସମ୍ମାନଜନକ ‘ପ୍ରାଣୀ ମିତ୍ର’ ଜାତୀୟ ପୁରସ୍କାର ପ୍ରଦାନ କରାଯାଇଛି। ରାଧା କୃଷ୍ଣ ମନ୍ଦିର ହସ୍ତୀ କଲ୍ୟାଣ ଟ୍ରଷ୍ଟ (ଆରକେଟିଇଡବ୍ଲୁଟି) ର ଅସାଧାରଣ ଅବଦାନ ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଆୟୋଜିତ ଏକ ସମାରୋହରେ ଭାରତ ସରକାରଙ୍କ ମତ୍ସ୍ୟ, ପଶୁପାଳନ ଏବଂ ଦୁଗ୍ଧ ବିଭାଗର ମନ୍ତ୍ରୀ ଏହି ପୁରସ୍କାର ପ୍ରଦାନ କରିଛନ୍ତି।

ସୂଚନାଯୋଗ୍ୟ ଯେ ବନ୍ତାରା ହେଉଛି ହାତୀମାନଙ୍କର ଉଦ୍ଧାର, ଚିକିତ୍ସା ଏବଂ ଆଜୀବନ ଯତ୍ନ ପାଇଁ ଉତ୍ସର୍ଗୀକୃତ ଏକ ସଂଗଠନ। ୯୯୮ ଏକର ପରିମିତ ଏହି ବନ୍ତାରା କେନ୍ଦ୍ରରେ ୨୪୦ ରୁ ଅଧିକ ଉଦ୍ଧାର ହୋଇଥିବା ହାତୀ ରହିଛନ୍ତି। ଏଥିରେ ସର୍କସରୁ ୩୦ ଟି ହାତୀ, କାଠ ଶିଳ୍ପରୁ ୧୦୦ ରୁ ଅଧିକ ହାତୀ ଏବଂ ପରିବହନ ଓ ରାସ୍ତାରେ ଭିକ ମାଗିବା ଭଳି ଅପବ୍ୟବହାରରୁ ଉଦ୍ଧାର ହୋଇଥିବା ଅନ୍ୟ ହାତୀ ଅନ୍ତର୍ଭୁକ୍ତ। ଅବହେଳା ଏବଂ ଅତ୍ୟାଚାରର ଶିକାର ହୋଇଥିବା ଏହି ହାତୀମାନଙ୍କୁ ବନ୍ତାରାରେ ବିଶ୍ୱ ସ୍ତରୀୟ ପ୍ରାଣୀ ଚିକିତ୍ସା ଉପଚାର ଏବଂ ଯତ୍ନ ମିଳୁଛି। ବନ୍ତାରାରେ ହାତୀମାନଙ୍କ ପାଇଁ ବିଶ୍ୱର ସର୍ବବୃହତ ହସ୍ପିଟାଲ ମଧ୍ୟ ରହିଛି। ଏଠାରେ ହାତୀମାନଙ୍କ ପାଇଁ ପୋଖରୀ ଏବଂ ଜାକୁଜି ଭଳି ସୁବିଧାମାନ ମଧ୍ୟ ରହିଛି।

ବନ୍ତାରାର ସିଇଓ ଭିଭାନ କର୍ନି ଏହି ସମ୍ମାନ ଗ୍ରହଣ କରି କହିଛନ୍ତି, “ଏହି ପୁରସ୍କାର ସେହି ଅସଂଖ୍ୟ ବ୍ୟକ୍ତିବିଶେଷଙ୍କ ପାଇଁ ଏକ ଶ୍ରଦ୍ଧାଞ୍ଜଳି, ଯେଉଁମାନେ ଭାରତର ପଶୁମାନଙ୍କର ସୁରକ୍ଷା ଏବଂ ଯତ୍ନ ନେବା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଛନ୍ତି। ବନ୍ତାରାରେ ପଶୁମାନଙ୍କର ସେବା କରିବା କେବଳ ଏକ କର୍ତ୍ତବ୍ୟ ନୁହେଁ – ଏହା ଆମର ଧର୍ମ ଓ ସେବା ଅଟେ। ଆମେ ଆଗାମୀ ପିଢିମାନଙ୍କ ପାଇଁ ଭାରତର ସମୃଦ୍ଧ ଜୈବ ବିବିଧତାର ରକ୍ଷା କରିବାର ଆମ ମିଶନରେ ଅଥକ ପ୍ରୟାସ ଜାରିରଖିବୁ।”

କର୍ପୋରେଟ୍ ବର୍ଗରେ ପ୍ରାଣୀ ମିତ୍ର ପୁରସ୍କାର ବିଗତ ପାଞ୍ଚ ବର୍ଷରେ ପଶୁ କଲ୍ୟାଣ କ୍ଷେତ୍ରରେ ସେମାନଙ୍କର ନିରନ୍ତର ଯୋଗଦାନ ପାଇଁ ନିଗମ, ସରକାରୀ ସଂସ୍ଥା, ସରକାରୀ ଉଦ୍ୟୋଗ ଏବଂ ସମବାୟ ସମିତିଗୁଡିକ ସମେତ କର୍ପୋରେଟ୍ ସାମାଜିକ ଦାୟିତ୍ୱବୋଧ (ସିଏସ୍ଆର) ପାଣ୍ଠିରେ ପଶୁ କଲ୍ୟାଣ କ୍ଷେତ୍ରରେ ଉତ୍ସର୍ଗୀକୃତ କାର୍ଯ୍ୟକ୍ରମ ପାଇଁ ପ୍ରଦାନ କରାଯାଇଥାଏ।

ଉଦ୍ଧାର ହୋଇଥିବା ହାତୀମାନଙ୍କର ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ନିରାପଦ ଓ ସୁରକ୍ଷିତ ପରିବହନ ସୁବିଧା ପାଇଁ ବନ୍ତାରା ୭୫ ଟି ସ୍ୱତନ୍ତ୍ର ଡିଜାଇନ ହୋଇଥିବା ଯାନ ବା ହାତୀ ଆମ୍ବୁଲାନ୍ସଗୁଡିକର ସର୍ବ ବୃହତ ଶୃଙ୍ଖଳା ସଞ୍ଚାଳିତ କରୁଛି ଯେଉଁଥିରେ ହାଇଡ୍ରୋଲିକ୍ ଲିଫ୍ଟ, ରବର ମ୍ୟାଟ୍ ଫ୍ଲୋରିଙ୍ଗ, ଜଳର କୁଣ୍ଡ, ସାୱାର ଏବଂ କେୟାରଟେକର କ୍ୟାବିନ୍ ଭଳି ସୁବିଧା ରହିଛି।

ଅନନ୍ତ ଅମ୍ବାନୀ ବନ୍ତାରା
Share. Facebook Twitter LinkedIn Email WhatsApp Copy Link

Related Posts

ବଜେଟକୁ ନେଇ ନବୀନ କହିଲେ- Full Menu in Empty Kitchen

February 20, 2026

ଆସନ୍ତା ରବିବାର ସନ୍ଧ୍ୟା ୬:୩୦ରୁ ଜୀ ସାର୍ଥକରେ ଓଡିଆ ଚଳଚ୍ଚିତ୍ର “ଇନ୍ସପେକ୍ଟର ସନା” 

February 20, 2026

ବ୍ରହ୍ମପୁର ରେଳ ଷ୍ଟେସନର ପୁନଃବିକାଶକୁ ମଞ୍ଜୁରୀ

February 20, 2026

ଇଣ୍ଡିଆ ଏଆଇ ସମ୍ମିଳନୀରେ ବିରୋଧ ପ୍ରଦର୍ଶନ: ଅନେକ ଯୁବ କଂଗ୍ରେସ କର୍ମୀ ଅଟକ

February 20, 2026
Latest News

Odisha Budget 2026: ଓଡିଶା ବଜେଟ 2026, ଜାଣନ୍ତୁ କେଉଁ ବିଭାଗକୁ ମିଳିଲା କେତେ ??

February 20, 2026

ବଜେଟକୁ ନେଇ ନବୀନ କହିଲେ- Full Menu in Empty Kitchen

February 20, 2026

ଓଡିଶା ବଜେଟ ଉପସ୍ଥାପନା କଲେ ମୁଖ୍ୟମନ୍ତ୍ରୀ, ଏଥର ୩ ଲକ୍ଷ ୧୦ ହଜାର କୋଟି ଟଙ୍କା

February 20, 2026

ଆସନ୍ତା ରବିବାର ସନ୍ଧ୍ୟା ୬:୩୦ରୁ ଜୀ ସାର୍ଥକରେ ଓଡିଆ ଚଳଚ୍ଚିତ୍ର “ଇନ୍ସପେକ୍ଟର ସନା” 

February 20, 2026

ବ୍ରହ୍ମପୁର ରେଳ ଷ୍ଟେସନର ପୁନଃବିକାଶକୁ ମଞ୍ଜୁରୀ

February 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.