
ଭୁବନେଶ୍ବର: ଓଡିଆ ଚଳଚିତ୍ରର ପ୍ରଖ୍ୟାତ ତଥା ଲୋକପ୍ରିୟ ଅଭିନେତା ଉତ୍ତମ ମହାନ୍ତିଙ୍କ 68 ବର୍ଷ ବୟସରେ ପରଲୋକ ହୋଇଯାଇଛି। ସେ ଅସୁସ୍ଥ ହୋଇ ନୂଆଦିଲ୍ଲୀର ମେଦାନ୍ତ ହସପିଟାଲରେ ଚିକିତ୍ସିତ ହେଉଥିଲେ।
ତାଙ୍କ ମରଶରୀର ଭୁବନେଶ୍ବର ଅଣାଯିବ। ସତ୍ୟନଗର ମଶାଣୀରେ ତାଙ୍କର ଶେଷକୃତ୍ୟ କରାଯିବ ବୋଲି ଜଣାପଡିଛି। ନୂଆଦିଲ୍ଲୀରେ ତାଙ୍କର ପୁଅ ବାବୁସାନ ଅଛନ୍ତି। ସେଠାରେ ତାଙ୍କର ଧର୍ମପତ୍ନୀ ଅପରାଜିତା ଥିବା ବେଳେ ଆଜି ସେ ଭୁବନେଶ୍ବର ଫେରିଆସିଛନ୍ତି।
ଉତ୍ତମ ମହାନ୍ତି ଗତ 6 ତାରିଖରେ ଅସୁସ୍ଥ ହୋଇପଡିଥିଲେ। ଫଳରେ ତାଙ୍କୁ ଭୁବନେଶ୍ବରର ଏକ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ପରିସ୍ଥିତି ଭଲ ନ ରହିବାରୁ ତାଙ୍କୁ ଏୟାର ଲିଫ୍ଟ କରି ନୂଆ ଦିଲ୍ଲୀ ନିଆଯାଇଥିଲା।