ଅନଶନରତ ଚାଷୀନେତା ଅକ୍ଷୟ କୁମାରଙ୍କୁ ସାକ୍ଷାତ କଲେ ପିସିସି ସଭାପତି

Published: Mar 1, 2025, 7:06 am IST

ଭୁବନେଶ୍ଵର: ଆଜି ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଭକ୍ତଚରଣ ଦାସ ନବନିର୍ମାଣ କୃଷକ ସଂଗଠନର ରାଜ୍ୟ କାର୍ଯ୍ୟାଳୟ ଗସ୍ତ କରି ସେଠାରେ ଚାଷୀର ସମସ୍ତ ଧାନକୁ ବିନା କଟନୀ ଛଟନୀ, ନିର୍ଦ୍ଧାରିତ ମୂଲ୍ୟ ଓ ଦୁର୍ନୀତି ବିବର୍ଜିତ କ୍ରୟ କରିବା ଦାବିରେ ଅନଶନରତ ନବନିର୍ମାଣ କୃଷକ ସଂଗଠନର ଅଧ୍ୟକ୍ଷ ଶ୍ରୀ ଅକ୍ଷୟ କୁମାରଙ୍କୁ ସାକ୍ଷାତ କରି କଂଗ୍ରେସ ସମର୍ଥନ ଜ୍ଞାପନ କରିଥିଲେ। ଏହି ଅବସରରେ ପିସିସି ସଭାପତି ଶ୍ରୀ ଦାସ କହିଥିଲେ ଯେ କଂଗ୍ରେସ ଦଳ ସଦାସର୍ବଦା ଚାଷୀର ସ୍ୱାର୍ଥ ପାଇଁ ସଂଗ୍ରାମ କରିଆସିଛି। ଓଡ଼ିଶାର ଏକ କୃଷକ ବିରୋଧ ସରକାର ଚାଲିଛି। ନିର୍ବାଚନ ପୂର୍ବରୁ କୃଷକମାନଙ୍କୁ ଲୋଭନୀୟ ପ୍ରତିଶ୍ରୁତି ଦେଇଥିଲେ। କ୍ଷମତାସୀନ ହେଲା ପରେ ଏହି ସରକାର କୃଷକମାନଙ୍କୁ ପ୍ରତାରିତ କରୁଛନ୍ତି । ପ୍ରତାରିତ ଓ ଅବହେଳିତ କୃଷକ ଓ କୃଷି ଶ୍ରମିକ ପାଇଁ ରାଜ୍ୟ କଂଗ୍ରେସ ଦୁର୍ବାର ଆନ୍ଦୋଳନ କରି ବୋଲି ଶ୍ରୀ ଦାସ କହିଥିଲେ।

ପିସିସି ସଭାପତି ଶ୍ରୀ ଦାସଙ୍କ ସହ ସେହି ଅନଶନ ସ୍ଥଳକୁ ମାନସ ଚୌଧୁରୀ, ବିଶ୍ୱଜିତ ଦାସ, ୟାସିର ନଓ୍ୱାଜ, ରଞ୍ଜିତ ପାତ୍ର, ରଜନୀ ମହାନ୍ତି, ମନୋଜ ବିଶ୍ଵାଳ, ଅମୀୟ ପଟ୍ଟନାୟକ, ଅମୀୟ ପାଣ୍ଡବ, ସୁବ୍ରତ ମହାପାତ୍ର, ପ୍ରଶାନ୍ତ ଚମ୍ପତି ଓ ମହମ୍ମଦ ପରଭେଜ ପ୍ରମୁଖ ଗସ୍ତ କରିଥିଲେ ।

Related posts