
କେନ୍ଦ୍ରପଡା: ଜିଲ୍ଲା ଉନ୍ନୟନ ସମନ୍ଵୟ ଏବଂ ପର୍ଯ୍ୟବେକ୍ଷଣ କମିଟି (ଦିଶା)ର ଦ୍ୱିତୀୟ ବୈଠକ କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ଜୟ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆଜି ଜିଲ୍ଲା ପରିଷଦ ସଭାଗୃହଠାରେ ଅନୁଷ୍ଠିତ ହୋଇଥିଲା। ଏଥିରେ ପୂର୍ବ ବୈଠକରେ ଆଲୋଚିତ ହୋଇଥିବା ବିଷୟବସ୍ତୁ ଯଥା ଜଳ ଜୀବନ ମିଶନ ଓ ଜାତୀୟ ସ୍ଵାସ୍ଥ୍ୟ ମିଶନ ସମ୍ବଦ୍ଧୀୟ କାର୍ଯ୍ୟାନୁଷ୍ଠାନ ଉପରେ ଆଲୋଚନା କରାଯାଇଥିଲା। ପରେ ଏହି ବୈଠକରେ ବିଷୟବସ୍ତୁ ଯଥା ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଓ ସମଗ୍ର ଶିକ୍ଷା ଅଭିଯାନର ଅଗ୍ରଗତିର ସମୀକ୍ଷା କରାଯାଇଥିଲା। ସମସ୍ତ ଯୋଜନାଗୁଡିକର ସଫଳ ରୂପାୟନ ଏବଂ ନିର୍ଦ୍ଧିଷ୍ଟ ସମୟସୀମା ମଧ୍ୟରେ କାର୍ଯ୍ୟଗୁଡିକର ସମାପନ ତଥା ବିନିଯୋଗ ପତ୍ର ଦାଖଲ ଉପରେ ମାନ୍ୟବର ସାଂସଦ ଗୁରୁତ୍ୱାରୋପ କରିଥିଲେ।
ଉକ୍ତ ବୈଠକରେ କେନ୍ଦ୍ରାପଡା ବିଧାୟକ ଗଣେଶ୍ଵର ବେହେରା, ଆଳି ବିଧାୟକ ପ୍ରତାପ କେଶରୀ ଦେବ, ରାଜନଗର ବିଧାୟକ ପ୍ରତିନିଧି, ପଂଚାୟତ ସମିତି ଅଧ୍ୟକ୍ଷା, ଅଧ୍ୟକ୍ଷ, ପୌରପରିଷଦ ଅଧ୍ୟକ୍ଷାଙ୍କ ସମେତ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଯୋଗଦାନ କରିଥିଲେ। କେନ୍ଦ୍ରାପଡା ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ ସ୍ଵାଗତ ସମ୍ଭାଷଣ କରିଥିବା ସ୍ଥଳେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଅଜାମ୍ବର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।