ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ଦେବଗିରି ନୀଳକଣ୍ଠେଶ୍ଵର ଦର୍ଶନ

Published: Mar 1, 2025, 9:25 pm IST

ରାୟଗଡା: ରାୟଗଡା ଜିଲ୍ଲା ଦାୟିତ୍ୱରେ ଥିବା ଓଡିଶା ସରକାରଙ୍କ ବାଣିଜ୍ୟ, ପରିବହନ, ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୁତି ଭୂଷଣ ଜେନା ଆଜି କଲ୍ୟାଣସିଂପୁର ସ୍ଥିତ ଦେବଗିରି ପାହାଡ଼ ଉପରେ ଥିବା ପଞ୍ଚମୁଖୀ ନୀଳକଣ୍ଠେଶ୍ଵରଙ୍କୁ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିଛନ୍ତି। ଗତକାଲି ରାୟଗଡା ଓ ନବରଙ୍ଗପୁର ଠାରେ ବୁଦ୍ଧିଜୀବୀ ସମ୍ମିଳନୀ ଯୋଗ ଦେଇଥିବା ବେଳେ ଆଜି ଭୁବନେଶ୍ୱର ଫେରିବା ବାଟରେ ମନ୍ତ୍ରୀ କଲ୍ୟାଣସିଂପୁର ଗସ୍ତ କରି କଲ୍ୟାଣସିଂପୁରରେ ଥିବା ଦେବଗିରି ପାହାଡ଼ ଚଢ଼ିଥିଲେ ଓ ପାହାଡ଼ ଉପରେ ଥିବା ଗୁମ୍ଫା ଭିତରେ ଥିବା ପଞ୍ଚମୁଖୀ ନୀଳକଣ୍ଠେଶ୍ଵରଙ୍କୁ ପୂଜାର୍ଚନା କରିଛନ୍ତି।

ତେବେ ଆଗାମୀ ଦିନରେ ମନ୍ଦିରକୁ ଚଢିବା ଓ ପାହାଡ଼ ଉପରେ ଥିବା ଅସୁବିଧା ଦୂର କରିବାରେ ସେ ଦୃଷ୍ଟି ଦେବାକୁ କହିଛନ୍ତି। ଏହି ଅବସରରେ ମନ୍ତ୍ରୀଙ୍କ ସହ ପୂର୍ବତନ ବିଜେପି ଜିଲ୍ଲା ସଭାପତି ସମେତ ଦଳୀୟ କର୍ମକର୍ତ୍ତା ଉପସ୍ଥିତ ଥିଲେ।

Related posts