Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ନ୍ୟୁଜିଲ୍ୟାଣ୍ଡକୁ ପରାସ୍ତ କରିପାରିବ କି ଭାରତ?: ଜାଣନ୍ତୁ କିପରି ରହିଛି ଉଭୟ ଦଳର ରେକର୍ଡ
ଆଜିର ଖବର

ନ୍ୟୁଜିଲ୍ୟାଣ୍ଡକୁ ପରାସ୍ତ କରିପାରିବ କି ଭାରତ?: ଜାଣନ୍ତୁ କିପରି ରହିଛି ଉଭୟ ଦଳର ରେକର୍ଡ

March 2, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଟିମ୍ ଇଣ୍ଡିଆ
IPL ପରେ ତୁରନ୍ତ ଟିମ୍ ଇଣ୍ଡିଆ ଖେଳିବ ନୂତନ ସିରିଜ୍: ଆକ୍ସନରେ ଆସିବେ ରୋହିତ ଏବଂ ବିରାଟ

ନୂଆଦିଲ୍ଲୀ: ଆଜି ଭାରତୀୟ ଦଳ ଚାମ୍ପିଅନ୍ସ ଟ୍ରଫିରେ ନ୍ୟୁଜିଲ୍ୟାଣ୍ଡକୁ ଭେଟିବ। ଦୁଇ ଦଳ ମଧ୍ୟରେ ମ୍ୟାଚ୍ ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଖେଳାଯିବ। ଏହି ମ୍ୟାଚ୍ ଭାରତୀୟ ସମୟ ଅପରାହ୍ନ ୨.୩୦ ରେ ଆରମ୍ଭ ହେବ। ବାସ୍ତବରେ ଏହା ଭାରତୀୟ ଦଳର ଶେଷ ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍। ବାଂଲାଦେଶ ଏବଂ ପାକିସ୍ତାନକୁ ପରାସ୍ତ କରି ଟିମ୍ ଇଣ୍ଡିଆ ସେମିଫାଇନାଲରେ ପ୍ରବେଶ କରିଛି। ଏଭଳି ପରିସ୍ଥିତିରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଭାରତୀୟ ଦଳରେ ପରିବର୍ତ୍ତନ ସମ୍ଭବ କି? ଏହା ବ୍ୟତୀତ ODI ଫର୍ମାଟରେ ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡର ରେକର୍ଡ କିପରି ରହିଛି? ଦୁଇ ଦଳ ମଧ୍ୟରେ କେଉଁ ଦଳର ପଲ୍ଲା ଭାରି ରହିଛି?

ପରିସଂଖ୍ୟାନ ଦର୍ଶାଉଛି ଯେ, ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡର ଦଳ ODI ଫର୍ମାଟରେ ୧୧୮ ଥର ମୁହାଁମୁହିଁ ହୋଇଛନ୍ତି। ଯେଉଁଥିରେ ଭାରତ ନ୍ୟୁଜିଲ୍ୟାଣ୍ଡକୁ ୬୦ ଥର ପରାସ୍ତ କରିଛି। ଯେଉଁଠାରେ ନ୍ୟୁଜିଲ୍ୟାଣ୍ଡ ଭାରତ ବିପକ୍ଷରେ ୫୦ ଟି ବିଜୟ ହାସଲ କରିଛି। ଏହା ବ୍ୟତୀତ ଦୁଇ ଦଳ ମଧ୍ୟରେ ୭ ଟି ODI କୌଣସି ଫଳାଫଳ ବିନା ଶେଷ ହୋଇଛି । ଏଥିସହ ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଗୋଟିଏ ମ୍ୟାଚ୍ ଟାଇ ରହିଛି। ଏହି ଆକଳନରୁ ଏହା ସ୍ପଷ୍ଟ ହୋଇଛି ଯେ, ନ୍ୟୁଜିଲାଣ୍ଡ ବିପକ୍ଷ ODI ଫର୍ମାଟରେ ଭାରତୀୟ ଦଳର ପଲ୍ଲା ଭାରି ରହିଛି।

ଭାରତୀୟ ଦଳର ଖେଳାଳି ଏକାଦଶ କ’ଣ ହେବ?:

ଭାରତୀୟ ଦଳ ଏହାର ଅଧିନାୟକ ରୋହିତ ଶର୍ମାଙ୍କ ବିନା ନ୍ୟୁଜିଲାଣ୍ଡକୁ ଭେଟିପାରେ। ରୋହିତ ଶର୍ମାଙ୍କ ସ୍ଥାନରେ ଋଷଭ ପନ୍ତ ସୁଯୋଗ ପାଇପାରନ୍ତି। ଏହା ବ୍ୟତୀତ ଦ୍ରୁତ ବୋଲର ମହମ୍ମଦ ଶାମିଙ୍କୁ ବିଶ୍ରାମ ଦିଆଯାଇପାରେ। ମହମ୍ମଦ ଶାମିଙ୍କ ସ୍ଥାନରେ ଖେଳାଳି ଏକାଦଶରେ ଅର୍ଶଦୀପ ସିଂଙ୍କୁ ଅନ୍ତର୍ଭୁକ୍ତ କରାଯାଇପାରେ। ଯଦି ରୋହିତ ଶର୍ମାଙ୍କ ସ୍ଥାନରେ ଋଷଭ ପନ୍ତଙ୍କୁ ସୁଯୋଗ ମିଳେ, ତେବେ ଶୁଭମନ ଗିଲଙ୍କ ସହ କିଏ ଓପନର୍ ହେବେ? ବାସ୍ତବରେ ଯଦି ରୋହିତ ଶର୍ମାଙ୍କୁ ବିଶ୍ରାମ ଦିଆଯାଏ ତେବେ କେ.ଏଲ୍ ରାହୁଲ ଶୁଭମନ ଗିଲଙ୍କ ସହ ଓପନିଂ କରିପାରନ୍ତି। ଏହା ବ୍ୟତୀତ ବ୍ୟାଟିଂ କ୍ରମରେ ଅନ୍ୟାନ୍ୟ ପରିବର୍ତ୍ତନ ହେବାର କମ୍ ସମ୍ଭାବନା ଅଛି।

ଭାରତୀୟ ଦଳର ସମ୍ଭାବ୍ୟ ଖେଳାଳି ଏକାଦଶ:

କେଏଲ ରାହୁଲ, ଶୁଭମନ ଗିଲ (ଅଧିନାୟକ), ବିରାଟ କୋହିଲି, ଶ୍ରେୟଶ ଆୟାର, ରିଷଭ ପନ୍ତ, ଅକ୍ଷର ପଟେଲ, ହାର୍ଦ୍ଦିକ ପାଣ୍ଡ୍ୟା, ୱାଶିଂଟନ ସୁନ୍ଦର, ହର୍ଷିତ ରାଣା, ଅର୍ଶଦୀପ ସିଂହ ଏବଂ କୁଲଦୀପ ଯାଦବ।

Champions Trophy 2025 IND VS NZ IND Vs NZ Head To Head Record Rohit Sharma
Share. Facebook Twitter LinkedIn Email WhatsApp Copy Link

Related Posts

MI କୁ RCB ପରାସ୍ତ କରିବା ପରେ ବଦଳିଲା ପଏଣ୍ଟ ଟେବୁଲର ସ୍ଥିତି: ଜାଣନ୍ତୁ ଶୀର୍ଷରେ କିଏ?

April 13, 2026

ଆଜି ମଧ୍ୟ କମିଲା ସୁନା ଏବଂ ରୂପାର ମୂଲ୍ୟ: ଜାଣନ୍ତୁ ଭୁବନେଶ୍ଵରରେ କେତେ?

April 13, 2026

ଚୀନ୍ ଏବଂ ଆମେରିକାକୁ ପଛରେ ପକାଇବ ଭାରତର ଅଟୋ ଶିଳ୍ପ: ନୀତିନ୍ ଗଡକରୀ କହିଲେ ମାଷ୍ଟର ପ୍ଲାନ 

April 13, 2026

ଟ୍ରକ୍ ଧକ୍କାରେ ୭ ମୃତ

April 13, 2026
Latest News

MI କୁ RCB ପରାସ୍ତ କରିବା ପରେ ବଦଳିଲା ପଏଣ୍ଟ ଟେବୁଲର ସ୍ଥିତି: ଜାଣନ୍ତୁ ଶୀର୍ଷରେ କିଏ?

April 13, 2026

ଆଜି ମଧ୍ୟ କମିଲା ସୁନା ଏବଂ ରୂପାର ମୂଲ୍ୟ: ଜାଣନ୍ତୁ ଭୁବନେଶ୍ଵରରେ କେତେ?

April 13, 2026

ଚୀନ୍ ଏବଂ ଆମେରିକାକୁ ପଛରେ ପକାଇବ ଭାରତର ଅଟୋ ଶିଳ୍ପ: ନୀତିନ୍ ଗଡକରୀ କହିଲେ ମାଷ୍ଟର ପ୍ଲାନ 

April 13, 2026

ଟ୍ରକ୍ ଧକ୍କାରେ ୭ ମୃତ

April 13, 2026

ଟିଏମସିରେ ଯୋଗଦେଲେ ସୁଭାଷ ଚନ୍ଦ୍ର ବୋଷଙ୍କ ନାତି: ବିଜେପି ଉପରେ କଲେ କଡ଼ା ଆକ୍ରମଣ

April 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.