ମାଲକାନଗିରି ଜିଲ୍ଲାର ଛାତ୍ରୀ ପ୍ରସବ ଘଟଣାର ଆଜି ଆରଡିସି ସ୍ତରୀୟ ଆରମ୍ଭ

Published: Mar 2, 2025, 2:31 pm IST

ଭୁବନେଶ୍ଵର: ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ଅନୁସୂଚିତ ଜାତି ଜନଜାତି ଆବାସିକ ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ରୀ ପ୍ରସବ ଘଟଣାର ଆଜି ଆରଡିସି ସ୍ତରୀୟ ତନାଘନା ଆରମ୍ଭ ହୋଇଛି। କେନ୍ଦ୍ରାଞ୍ଚଳ ଆରଡିସି ଓ ତଥା ଭାରପ୍ରାପ୍ତ ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର ବି.ପରମେଶ୍ୱରଣ ବିଦ୍ୟାଳୟରେ ପହଞ୍ଚି ବିଦ୍ୟାଳୟର ଛାତ୍ରୀ ମାନଙ୍କ ସହ ଆଲୋଚନା କରିବା ସହିତ ବିଦ୍ୟାଳୟରେ ଥିବା ଆନୁଷଙ୍ଗିକ ବ୍ୟବସ୍ଥା, ହଷ୍ଟେଲ ଓ ବିଦ୍ୟାଳୟ ପରିସର ବୁଲି ଦେଖିଛନ୍ତି।

ଏହାବ୍ୟତୀତ ଜିଲ୍ଲା ଆଦିବାସୀ ମହାସଂଘର କର୍ମକର୍ତା ବିଦ୍ୟାଳୟକୁ ଆସି ସମସ୍ତ ବ୍ୟବସ୍ଥା ବୁଲି ଦେଖିବା ସହ ଛାତ୍ରୀ ମାନଙ୍କ ସହ ଆଲୋଚନା କରିଛନ୍ତି। ଜିଲ୍ଲା ଆଦିବାସୀ ମହାସଂଘ ଆରଡିସିଙ୍କ ସହ ଆଲୋଚନା କରି ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଙ୍କୁ ଅନ୍ୟତ୍ର ବଦଳି କରି ନୂତନ ଶିକ୍ଷକ ଶିକ୍ଷୟତ୍ରୀ ଙ୍କୁ ନିଯୁକ୍ତି ଦେବାକୁ ଦାବି କରିଛନ୍ତି।

Related posts