Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କୃଷକ ଉତ୍ପାଦକ ସଂଘର ରାଜ୍ୟ ସ୍ତରୀୟ ସମୀକ୍ଷା କର୍ମଶାଳା ଅନୁଷ୍ଠିତ
ଆଜିର ଖବର

କୃଷକ ଉତ୍ପାଦକ ସଂଘର ରାଜ୍ୟ ସ୍ତରୀୟ ସମୀକ୍ଷା କର୍ମଶାଳା ଅନୁଷ୍ଠିତ

March 2, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ଓଡ଼ିଶା କୃଷି ଓ ବୈଷୟିକ ବିଶ୍ଵବିଦ୍ୟାଳୟ ଅଧିନସ୍ଥ ସଂପ୍ରସାରଣ ଶିକ୍ଷା ନିର୍ଦ୍ଦେଶାଳୟର କୃଷକ ଉତ୍ପାଦକ ସଂଘ ଉତ୍କର୍ଷ କେନ୍ଦ୍ର ଦ୍ବାରା ଆୟୋଜିତ ରାଜ୍ୟ ସ୍ତରୀୟ ସମୀକ୍ଷା କର୍ମଶାଳା ରେ ଗଞ୍ଜାମ, ଗଜପତି, କନ୍ଧମାଳ ଓ ରୟଗଡା ଜିଲ୍ଲାରୁ ପ୍ରାୟ କୃଷକ ଉତ୍ପାଦକ ସଂଘ ର ଶତାଧିକ କର୍ମକର୍ତ୍ତା ଯୋଗ ଦେଇଥିଲେ। କୃଷି ବିଜ୍ଞାନ କେନ୍ଦ୍ର ଗଞ୍ଜାମ, ବ୍ରହ୍ମପୁର ର ସମନ୍ବୟରେ ସ୍ଥାନୀୟ ବିଜ୍ଞାନ ବୈଷୟିକ ଅନୁଷ୍ଠାନ ରେ ଅନୁଷ୍ଠୀତ ହୋଇଥିବା ସମ୍ମାନିତ ଅତିଥି ଭାବେ ଜିଲ୍ଲା ଉପ ଉଦ୍ୟାନ ନିର୍ଦ୍ଦେଶକ କନ୍ଧ ଜେନା, ନାବାର୍ଡ ବ୍ୟାଙ୍କ୍ ର ଜିଲ୍ଲା ଉପ ନିବନ୍ଧକ ଡ୍ ସଂଜୀବ ମିଶ୍ର, ଓରମାସ୍ ର ମ୍ୟାନେଜର ଶ୍ରୀନିବାସ ରାଓ, ଜିଲ୍ଲା ମୁଖ୍ୟ ବ୍ୟାଙ୍କ୍ ଅଧିକାରୀ ହିମାଚଳ ସାହୁ, କୃଷି ଜିଲ୍ଲା ଅଧିକାରୀ ସୁରେଶ ମଲ୍ଲିକ, ଓୟୁଏଟି ଚିପିଲିମା କୃଷି ମହାବିଦ୍ୟାଳୟ ର ସହଯୋଗୀ ପ୍ରଫେସର୍ ଡ୍ ରଞ୍ଜନ କୁମାର ତରାଇ, କେଭିକେ ଗଞ୍ଜାମ-୧ ର ମୁଖ୍ୟ ବୈଜ୍ଞାନିକ ଡ ସୁତନୁ କୁମାର ଶତପଥୀ, କେଭିକେ ଗଜପତି ର ପ୍ରମୁଖ ବୈଜ୍ଞାନିକ ଡ ସଂଗ୍ରାମ ପରମଗୁରୁ ଓ କେଭିକେ ରାୟଗଡ଼ାର ବୈଜ୍ଞାନିକ ଗଣ ଯୋଗ ଦେଇଥିଲେ।

ଓୟୁଏଟି ସମ୍ପ୍ରସାରଣ ନିର୍ଦ୍ଦେଶାଳୟର ଯୁଗ୍ମ ନିର୍ଦ୍ଦେଶକ ତଥା କୃଷକ ଉତ୍ପାଦନ ସଂଘ ଉତ୍କର୍ଷ କେନ୍ଦ୍ରର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡ଼ ସର୍ବାଣୀ ଦାସ କର୍ମଶାଳା ର ଅଧ୍ୟକ୍ଷତା କରି ଉତ୍କର୍ଷ କେନ୍ଦ୍ରର ଆଭିମୁଖ୍ୟ ଓ କାର୍ଯ୍ୟଧାରା ଉପରେ ସମ୍ୟକ ସୂଚନା ଦେବା ସହିତ କୃଷି ବିଶ୍ୱ ବିଦ୍ୟାଳୟ କୃଷକ ଓ କୃଷିଜୀବୀ ମାନଙ୍କର ଉନ୍ନତି ଓ ବିକାଶ ନିମନ୍ତେ ସଦାସର୍ବଦା ଚେଷ୍ଟିତ ବୋଲି ମତ ଦେଇଥିଲେ। ସଂଘ ଗୁଡ଼ିକର ବର୍ତ୍ତମାନର କାର୍ଯ୍ୟପନ୍ଥା ଓ ଭବିଷ୍ୟତର କାର୍ଯ୍ୟ ଖସଡ଼ା ଉପରେ ଆଲୋଚନା କରିଥିଲେ। ଉପ ଉଦ୍ୟାନ ନିର୍ଦ୍ଦେଶକ ସରକାରଙ୍କର ବିଭିନ୍ନ ସଂଘ ଆଭିମୁଖି ଯୋଜନା ଗୁଡିକ ଉପସ୍ଥାପନ କରିବା ସହିତ ଚାଷୀ ଓ ବ୍ୟବସାୟଙ୍କର ସମନ୍ୱୟ ଦ୍ଵାରା କୃଷକ ଉତ୍ପାଦକ ସଂଘ ସୁଦୃଢ ହୋଇ ପାରିବ ବୋଲି କହିଥିଲେ।

ଜିଲ୍ଲା ମୁଖ୍ୟ ବ୍ୟାଙ୍କ୍ ଅଧିକାରୀ ବ୍ୟାଙ୍କର ସହଯୋଗିତାରେ କୃଷକ ଉତ୍ପାଦକସଂଘ ଆଗକୁ ବଢିବା ସହିତ ସରଳିକୃତ ନବୀକରଣ ଉପରେ ମତ ବ୍ୟକ୍ତ କରିଥିଲେ। କୃଷକ ଉତ୍ପାଦକ ସଂଘ୍ ସହିତ ନାବାର୍ଡ ଯୋଡ଼ି ହୋଇ ରହିଛି ଏବଂ ଆଗକୁ ଆହୁରି ସାଯୋଗିତା ଜାରି ରହିବ ବୋଲି ନାବାର୍ଡ ଉପନିର୍ଦେଶକ ପରିପ୍ରକାଶ କରିଥିଲେ। ଉଦ୍ୟାନ କୃଷି ଭିତ୍ତିକ ରପ୍ତାନି ଉପଯୋଗୀ ବିଭିନ୍ନ ପନିପରିବା ଓ ଫଳ ଚାଷକୁ ଗୁରୁତ୍ଵ ଦେବା ସହିତ ବିପଣନ ଉପରେ ଚିପିଲିମା କୃଷି ମହାବିଦ୍ୟାଳୟର ସହଯୋଗୀ ପ୍ରଫେସର ଧାରଣା ଦେଇଥିଲେ। କୃଷି ବିଜ୍ଞାନ କେନ୍ଦ୍ର ଗଞ୍ଜାମ-୨ ର ମୁଖ୍ୟ ବୈଜ୍ଞାନିକ ଡ଼. ସୁଜିତ କୁମାର ନାଥ କର୍ମଶାଳା ପରିଚାଳନା କରି କେଭିକେ ଉତ୍ପାଦକ ସଂଘ କୁ ସୁଦୃଢ଼ କରିବା କାର୍ଯ୍ୟକ୍ରମକୁ ସଦାସର୍ବଦା ଚେଷ୍ଟିତ ବୋଲି ପ୍ରକାଶ କରିଥିଲେ।

ଏହି କର୍ମଶାଳାରେ ଓୟୁଏଟି ର ଫୁଲବାଣୀ ସ୍ଥିତ ଆଞ୍ଚଳିକ ଗବେଷଣା କେନ୍ଦ୍ର ର ନିର୍ଦେଶକ ଡ଼ ଜ୍ଞାନଲୋକ ଦାଶ ଯୋଗଦେଇ, ଚାଷ ର ଆଧୁନୀକରଣ ଏବଂ ଚାଷୀ କୁଳ ର ଉନ୍ନତି ଓ ବିକାଶ ଧାରା ରେ କୃଷକ ଉତ୍ପାଦକ ସଂଘ ର ଭୂମିକା ଉପରେ ଆଲୋଚନା କରିଥିଲେ। ଉପସ୍ଥିତ 4 ଟି ଜିଲ୍ଲାରୁ ଆସିଥିବା କୃଷକ ଉତ୍ପାଦକ ସଂଘର କର୍ମକର୍ତ୍ତା ଓ ଅଧିକାରୀ ମାନଙ୍କ ମଧ୍ୟରେ ଆଗକୁ କିପରି ସଂଘ ଗୁଡିକ ଉନ୍ନତି ପଥରେ ଆଗେଇଚାଲି, ବିକାଶଧାରାକୁ ତ୍ୱରାନ୍ୱିତ ରଖିବା ପାଇଁ ସବିଶେଷ ମତ ପ୍ରକାଶ ପାଇଥିଲା। କୃଷି ବିଜ୍ଞାନ କେନ୍ଦ୍ର ର ବୈଜ୍ଞାନିକ ଗଣ ଡ଼ ଦେବାଶିଷ ଷଡଙ୍ଗୀ, ଡ଼ ସିଦ୍ଧର୍ଥ ଦାସ, ଦେବାଶିଷ ମହାନ୍ତି, ସସ୍ମିତା ପ୍ରିୟଦର୍ଶିନୀ କର୍ମଶାଳା ପରିଚାଳନା ରେ ସହଯୋଗ କରିଥିଲେ।

କୃଷକ ଉତ୍ପାଦକ ସଂଘ
Share. Facebook Twitter LinkedIn Email WhatsApp Copy Link

Related Posts

ଓଡ଼ିଶା ଓମେନ୍ ଇନ୍ ମିଡିଆର ବୃତ୍ତିଗତ ଦାୟିତ୍ୱ ଓ ବ୍ୟକ୍ତିଗତ ସୁଖର ସନ୍ତୁଳନ ଉପରେ ଆଲୋଚନା

March 16, 2026

ଓଡ଼ିଶା ଲଳିତ କଳା ଏକାଡେମୀର ୬୬ତମ ପ୍ରତିଷ୍ଠା ଦିବସ ପାଳିତ

March 16, 2026

ସାଂସଦ ନିଶୁଳ୍କ ସ୍ବାସ୍ଥ୍ୟ ଶିବିରକୁ ଉଦ୍ଘାଟନ କଲେ ଅପରାଜିତା ଷଡ଼ଙ୍ଗୀ

March 16, 2026

ପୋଲିସ ଡିଜି ଙ୍କ ଉପସ୍ଥିତିରେ ଅସ୍ତ୍ରଶସ୍ତ୍ର ସହ ଆତ୍ମସମର୍ପଣ କଲେ ୧୧ ମାଓବାଦୀ

March 16, 2026
Latest News

ଆଫଗାନିସ୍ତାନ ଉପରେ ପାକିସ୍ତାନୀର ବିମାନ ଆକ୍ରମଣ: କଡ଼ା ନିନ୍ଦା କଲା ଭାରତ

March 16, 2026

ଓଡ଼ିଶା ଓମେନ୍ ଇନ୍ ମିଡିଆର ବୃତ୍ତିଗତ ଦାୟିତ୍ୱ ଓ ବ୍ୟକ୍ତିଗତ ସୁଖର ସନ୍ତୁଳନ ଉପରେ ଆଲୋଚନା

March 16, 2026

ମମତା ବାନାର୍ଜୀ ବିଜୟର ହ୍ୟାଟ୍ରିକ୍ ମାରିବେ, ନା ପ୍ରଥମ ଥର ପାଇଁ ପଦ୍ମ ଫୁଟିବ?: ଜାଣନ୍ତୁ ସର୍ଭେ

March 16, 2026

ଓଡ଼ିଶା ଲଳିତ କଳା ଏକାଡେମୀର ୬୬ତମ ପ୍ରତିଷ୍ଠା ଦିବସ ପାଳିତ

March 16, 2026

ସାଂସଦ ନିଶୁଳ୍କ ସ୍ବାସ୍ଥ୍ୟ ଶିବିରକୁ ଉଦ୍ଘାଟନ କଲେ ଅପରାଜିତା ଷଡ଼ଙ୍ଗୀ

March 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.