Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କୋଲ ଇଣ୍ଡିଆ ଲିମିଟେଡ୍‌ର ୫୦ ବର୍ଷ ପୂର୍ତ୍ତି: ଏମ୍‌ସିଏଲ୍ ପକ୍ଷରୁ ହାଫ୍ ମାରାଥନ୍‌
ଆଜିର ଖବର

କୋଲ ଇଣ୍ଡିଆ ଲିମିଟେଡ୍‌ର ୫୦ ବର୍ଷ ପୂର୍ତ୍ତି: ଏମ୍‌ସିଏଲ୍ ପକ୍ଷରୁ ହାଫ୍ ମାରାଥନ୍‌

March 2, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: କୋଲ ଇଣ୍ଡିଆର ୫୦ ବର୍ଷ ପୂର୍ତ୍ତି ଅବସରରେ ମହାନଦୀ କୋଲ ଫିଲ୍‌ଡ୍‌ସ ଲିମିଟେଡ୍ (ଏମ୍‌ସିଏଲ୍‌) ପକ୍ଷରୁ ‘କୋଲ ଇଣ୍ଡିଆ ଭୁବନେଶ୍ୱର ହାଫ୍ ମାରାଥନ’ ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମ୍‌ଠାରେ ଆୟୋଜିତ ହୋଇଯାଇଛି। ଏଥିରେ ୨୧ କିମି ହାଫ୍ ମାରାଥନ, ୧୦ କିମି ରନ୍‌, ୫ କିମି ଏବଂ ୧.୫ କିମି ଫନ୍ ରନ୍ ବର୍ଗରେ ବିଭିନ୍ନ ବୟସ ବର୍ଗର ୫ ହଜାରରୁ ଊର୍ଦ୍ଧ୍ୱ ମାରାଥନ ଧାବକ ଏବଂ ଉତ୍ସାହୀ ପ୍ରତିଯୋଗୀମାନେ ଅଂଶଗ୍ରହଣ କରିଥିଲେ। ଯାହାର ପୁରସ୍କାର ରାଶି ୪୫.୩୪ ଲକ୍ଷ ଟଙ୍କା ରଖାଯାଇଥିଲା। ଗତ ୫ ଦଶନ୍ଧି ଧରି କୋଲ୍ ଇଣ୍ଡିଆ ଲିମିଟେଡ୍‌ର ସଫଳ ଓ ଅନନ୍ୟ ଯାତ୍ରାକୁ ସ୍ମରଣୀୟ କରିବା ପାଇଁ ଓଡ଼ିଶା ସରକାରଙ୍କର କ୍ରୀଡ଼ା ବିଭାଗର ସହଭାଗିତାରେ ଆୟୋଜିତ ଏହି ମାରାଥନ ଥିଲା ଏକ ଅଭିନବ ପ୍ରୟାସ।

ମାରାଥନ୍ କାର୍ଯ୍ୟକ୍ରମରେ ଓଡ଼ିଶା ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ, ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି, ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା, ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ, ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ, ଓଡ଼ିଶା ମୁଖ୍ୟ ସଚିବ ମନୋଜ ଆହୁଜା(ଆଇଏଏସ), କୋଲ ଇଣ୍ଡିଆ ଅଧ୍ୟକ୍ଷ ପି ଏମ୍ ପ୍ରସାଦ, ଏମ୍‌ସିଏଲ୍ ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ଉଦୟ ଅନନ୍ତ କାଓଲେଙ୍କ ସମେତ କୋଲ୍ ଇଣ୍ଡିଆର ସଂଚାଳନା ନର୍ଦ୍ଦେର୍ଶକ ତଥା ଓଡ଼ିଶାର ବିଭିନ୍ନ ଜିଲ୍ଲାର ବରିଷ୍ଠ ଏମସିଏଲ୍ ଅଧିକାରୀମାନେ ଯୋଗ ଦେଇଥିଲେ।

ମାରାଥନ୍‌ରେ ସ୍ୱଳ୍ପ ବୟସ୍କଙ୍କ ଠାରୁ ଆରମ୍ଭ କରି ବୟସ୍କ ଧାବକଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ମଧ୍ୟରେ ଦେଖିବାକୁ ମିଳିଥିଲା ଫୂର୍ତ୍ତି, ଆଗ୍ରହ ଓ ଉତ୍ସାହ। କେବଳ କ୍ରୀଡ଼ାପ୍ରେମୀ ନୁହେଁ, ଶକ୍ତିର ସୁରକ୍ଷା ପରିଚାଳନା ଦାୟିତ୍ୱରେ କୋଲ ଇଣ୍ଡିଆର ଉଲ୍ଲେଖନୀୟ ଅବଦାନକୁ ସମ୍ମାନ ଜଣାଇବା ପାଇଁ ପ୍ରତିଯୋଗୀମାନେ ଏହି ମାରାଥନ୍‌ରେ ଭାଗ ନେଇଥିଲେ। ପ୍ରତିଯୋଗିତାର ବିଭିନ୍ନ ବର୍ଗ ତଥା ବୟସ ବର୍ଗ ଅନୁଯାୟୀ ବିଜେତାମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା।

ଲୋକପ୍ରିୟ ବ୍ୟାଡ୍‌ମିଣ୍ଟନ୍ ତାରକା ତଥା ସ୍ପୋର୍ଟସ ଆଇକନ୍ ସାଇନା ନେହୱାଲ ଏହି କାର୍ଯ୍ୟକ୍ରମରେ ଆମ୍ବାସାଡର ଭାବେ ଯୋଗ ଦେଇ ନିଜର କ୍ରୀଡ଼ାଯାତ୍ରା ଅନୁଭୂତି ବର୍ଣ୍ଣନା କରିବା ସହ ଉତ୍ସାହୀ ପ୍ରତିଯୋଗୀମାନଙ୍କ ମନୋବଳ ବଢାଇଥିଲେ। ହାଫ୍ ମାରାଥନ୍‌ରେ ପଶ୍ଚିମବଙ୍ଗରୁ ଲିଲି ଦାଶ ଓ ଉତ୍ତର ପ୍ରଦେଶରୁ ପ୍ରିନ୍ସ କୁମାର ଯଥାକ୍ରମେ ମହିଳା ଓ ପୁରୁଷ ବର୍ଗରେ ବିଜେତା ହୋଇଥିଲେ। ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ସହ କାର୍ଯ୍ୟକ୍ରମ ଆମ୍ବାସାଡ଼ର ସାଇନା ନେହୱାଲ ଓ ପ୍ରମୁଖ ଅତିଥି ମାନେ ପୁରସ୍କାର ରାଶି ବିତରଣ କରିଥିଲେ।

କେବଳ କୋଲ୍ ଇଣ୍ଡିଆର ଉତ୍କର୍ଷର ଏହି ୫୦ ବର୍ଷକୁ ପାଳନ କରିବା ପାଇଁ ନୁହେଁ ବରଂ ଏକ ସୁସ୍ଥ ଜୀବନଶୈଳୀର ଗୁରୁତ୍ୱକୁ ଲୋକଙ୍କ ନିକଟରେ ପହଞ୍ଚାଇବା ଲକ୍ଷ୍ୟ ନେଇ ଏହି ମାରାଥନ ଆୟୋଜିତ ହୋଇଥିଲା। ଏଥିସହ ଏମ୍‌ସିଏଲ୍ ଏବଂ କୋଲ ଇଣ୍ଡିଆ ଲିମିଟେଡ୍ ସ୍ୱାସ୍ଥ୍ୟ ସଚେତନତା ନେଇ ସମଗ୍ର ଦେଶରେ ଲୋକଙ୍କୁ ସଜାଗ କରିଆସୁଛି ଏବଂ ଭବିଷ୍ୟତରେ ମଧ୍ୟ ଏହି ସଚେତନତାର ପ୍ରଚାର ପାଇଁ ପ୍ରତିଶ୍ରୁତିବଦ୍ଧ।

ଏମ୍‌ସିଏଲ୍ କୋଲ ଇଣ୍ଡିଆ ଲିମିଟେଡ୍
Share. Facebook Twitter LinkedIn Email WhatsApp Copy Link

Related Posts

ବ୍ରହ୍ମପୁର ରେଳଷ୍ଟେସନ ପରାମର୍ଶ ଦାତା କମିଟି ଗଠନ

October 13, 2025

ଦେଶବ୍ୟାପୀ ‘ବିକଶିତ ଭାରତ ବିଲ୍ଡାଥନ୍ -୨୦୨୫’ ଉଦଘାଟିତ

October 13, 2025

କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟରେ ଆୟୋଜିତ ରାଷ୍ଟ୍ରୀୟ ଶିକ୍ଷାନୀତି ୨୦୨୦ ଆଲୋଚନାରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ

October 13, 2025

ପୁରୀ ଯିବା ରାସ୍ତାରେ ହଠାତ କାହିଁକି ଅଟକିଗଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

October 13, 2025
Latest News

ବ୍ରହ୍ମପୁର ରେଳଷ୍ଟେସନ ପରାମର୍ଶ ଦାତା କମିଟି ଗଠନ

October 13, 2025

ଦେଶବ୍ୟାପୀ ‘ବିକଶିତ ଭାରତ ବିଲ୍ଡାଥନ୍ -୨୦୨୫’ ଉଦଘାଟିତ

October 13, 2025

କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟରେ ଆୟୋଜିତ ରାଷ୍ଟ୍ରୀୟ ଶିକ୍ଷାନୀତି ୨୦୨୦ ଆଲୋଚନାରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ

October 13, 2025

ପୁରୀ ଯିବା ରାସ୍ତାରେ ହଠାତ କାହିଁକି ଅଟକିଗଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

October 13, 2025

ଗଞ୍ଜେଇ ଜବତ କଲା ବ୍ରହ୍ମପୁର ଅବକାରୀ ବିଭାଗ: ମୋଟରସାଇକେଲ ସମେତ ଦୁଇ ଅଟକ

October 13, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.