ବିଦେଶିନୀଙ୍କ ଜଙ୍ଘରେ ଟାଟୁ କରିବା ମାମଲା, ଗିରଫ ହେଲେ ଟାଟୁ ଷ୍ଟୁଡିଓର ମାଲିକ ଓ ସହଯୋଗୀ

Published: Mar 3, 2025, 6:53 pm IST
Tatto3

ଭୁବନେଶ୍ବର: ପ୍ରଭୃ ଜଗନ୍ନାଥଙ୍କ ଚିତ୍ରକୁ ଜଣେ ବିଦେଶୀନିଙ୍କ ଜଙ୍ଘରେ ଆଙ୍କିବା ଘଟଣା ମହାଙ୍ଗା ପଡିଲା। ଗିରଫ ହେଲେ ଟାଟୁ ଷ୍ଟୁଡିଓର ମାଲିକ ଏବଂ ଜଣେ ସହଯୋଗୀ। ସହୀଦ ନଗର ପୋଲିସ ଯେଉଁ ଦୁଇଜଣଙ୍କୁ ଗିରଫ କରିଛନ୍ତି ସେମାନେ ହେଲେ ରକି ଟାଟୋଜ ର ମାଲିକ ରକି ବିଶ୍ବୋଇ ଏବଂ ତାଙ୍କର ଜଣେ ସହଯୋଗୀ ଅଶ୍ବିନୀ ପ୍ରଧାନ।

ଇଟାଲୀର ଜଣେ ଯୁବତୀଙ୍କ ଜଙ୍ଗରେ ରକି ଜଗନ୍ନାଥଙ୍କ ମୁହଁକୁ ଟାଟୁ କରିଥିଲେ। ଏହାପରେ ସେ ତାହାକୁ ସାମାଜିକ ଗଣମାଧ୍ୟମ ମଧ୍ୟ ପ୍ରକାଶ କରିଥିଲେ। ଏହାପରେ ଆରମ୍ଭ ହୋଇଯାଇଥିଲା ବିବାଦ। ଗଣମାଧ୍ୟମରେ ରକିଙ୍କୁ ଗାଳି କରାଯିବା ସହିତ କ୍ଷମାପ୍ରାର୍ଥନା କରିବାକୁ ଦାବୀ କରାଯାଇଥିଲା। ଏହାପରେ ତାଙ୍କ ବିରୋଧରେ ସହିଦନଗର ଥାନାରେ ମାମାଲା ଋଜୁ କରାଯାଇଥିଲା।

ପୋଲିସ କାର୍ଯ୍ୟାନୁଷ୍ଠାନ ନେବା ଭୟରେ ରକି ସାମାଜିକ ଗଣମାଧ୍ୟମରେ କ୍ଷମା ପ୍ରାର୍ଥନା କରିଥିଲେ। ଏପରିକି ଯୁବତୀ ଜଣଙ୍କ ମଧ୍ୟ କ୍ଷମା ପ୍ରାର୍ଥନା କରି ମୁଁ ଜଗନ୍ନାଥଙ୍କୁ ଭକ୍ତି କରେ ବୋଲି କହିଥିଲେ। ହେଲେ ତାହା କୌଣସି କାମ ଦେଇ ନ ଥିଲା। ମାମାଲା ଧିରେ ଧିରେ ଗମ୍ଭିର ହେଉଥିବାର ଲକ୍ଷ କରି ପୋଲିସ ଏମାନଙ୍କୁ ଗରିଫ କରିଥିଲା।

Related posts