
ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବ୍ରହ୍ମପୁର ଅବକାରୀ ବିଭାଗ ଭ୍ରାମ୍ୟମାଣ ଶାଖା କର୍ମଚାରୀ ମାନେ ପାଟ୍ରୋଲିଂ ବେଳେ ସ୍ଥାନୀୟ ରେଳଷ୍ଟେସନ ରାସ୍ତା ନେହେରୁ ପାର୍କ ନିକଟରେ ସନ୍ଦେହ ଜନକ ଭାବେ ତିନି ଯୁବକଙ୍କୁ ଅଟକାଇ ଯାଞ୍ଚ କରିଥିଲେ। ସେହି ସମୟରେ ସେମାନଙ୍କ ଠାରୁ ଦୁଇଟି ମୋଟରସାଇକେଲ ସହ ୧୦୧ କିଲୋ ଗଞ୍ଜେଇ ଜବତ କରିଥିଲେ। ଅଟକ ଯୁବକ ମାନେ ଗଜପତି ଜିଲ୍ଲା ମୋହନା ଥାନା ଅଞ୍ଚଳର ରାମଚନ୍ଦ୍ର ଗୌଡ, ଶ୍ରୀକାନ୍ତ ଗୌଡ ଗଞ୍ଜାମ ଜିଲ୍ଲା କେ ନୁଆ ଗାଁ ଥାନା ଅଞ୍ଚଳର ନକୁଳ ନାୟକ ଗଜପତି ଜିଲ୍ଲାରୁ ଉକ୍ତ ଗଞ୍ଜେଇ ଆଣି ଟ୍ରେନ୍ ଯୋଗେ ବାହାର ଜିଲ୍ଲାକୁ ରପ୍ତାନି କରିବା ପାଇଁ ଉଦ୍ୟମ କରୁଥିବା ବେଳେ ଅବକାରୀ ବିଭାଗ କର୍ମଚାରୀଙ୍କ ହାବୁଡ଼ରେ ପଡ଼ିଯାଇଛନ୍ତି।
କୌଣସି ସୁତ୍ରରୁ ଖବର ପାଇ ଅବକାରୀ ଅଧିକ୍ଷକ ପ୍ରବୀଣ ପ୍ରଧାନ, ସହ ଅଧିକ୍ଷକ କୁମୁଦ ରଞ୍ଜନ କହଁର, ନୀରିକ୍ଷକ ମନୀଷା ଭୋଳ ଓ ବି ମନୋଜ କୁମାରଙ୍କ ସମେତ ଅନ୍ୟ କର୍ମଚାରୀ ମାନେ ଉକ୍ତ ରାକେଟ କୁ ଧରିବା ପାଇଁ ଉଦ୍ୟମ କରି ସଫଳତା ପାଇଛନ୍ତି। ଅନ୍ୟ ପକ୍ଷରେ ଗଞ୍ଜେଇ ଜବତ କରି ଅଟକ ଯୁବକ ମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।