ଜୁଲାଇ ୧୬ ତାରିଖ ମଙ୍ଗଳବାରରେ ଦିଲ୍ଲୀର ଏକ କୋର୍ଟ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଏବଂ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଜାମିନ ପ୍ରଦାନ କରିଛି। ଭାରତୀୟ ଜନତା ପାର୍ଟି ନେତା ବିଜେନ୍ଦର ଗୁପ୍ତାଙ୍କ ପକ୍ଷରୁ ଦାୟର କରାଯାଇଥିବା ଅପରାଧିକ ମାନହାନି ମାମଲାରେ କୋର୍ଟ ଉଭୟଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଆପ୍ ପକ୍ଷରୁ ତାଙ୍କର ସାମାଜିକ ଭାବମୂର୍ତ୍ତିକୁ କ୍ଷୁର୍ଣ୍ଣ କରାଯାଇଥିବା ନେଇ ଅଭିଯୋଗ କରିଥିଲେ ବିଜେନ୍ଦର। ବିଜେନ୍ଦର ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା କରିବାକୁ ଚେଷ୍ଟା କରୁଛନ୍ତି ବୋଲି ଆପ୍ ପକ୍ଷରୁ ଅଭିଯୋଗ କରାଯାଇଥିଲା। ସହକାରୀ ମେଟ୍ରୋପଲିଟାନ୍ ମାଜିଷ୍ଟ୍ରେଟ୍ ସମର ବିଶାଲ ୧୦ ହଜାର ଟଙ୍କାର ବ୍ୟକ୍ତିଗତ ମୁଚାଲିକାରେ ଉଭୟ ନେତାଙ୍କୁ ଜାମିନ ପ୍ରଦାନ କରିଥିଲେ। ଦିଲ୍ଳୀ ବିଧାନସଭାରେ ବିରୋଧୀ ଦଳର ନେତା ରହିଥିବା ଗୁପ୍ତା ଉଭୟ ନେତାଙ୍କର କ୍ଷମାପ୍ରାର୍ଥନା ଦାବି କରିଛନ୍ତି।