ଗୃହରେ ହାଇକୋର୍ଟ ବେଞ୍ଚ ପ୍ରସଙ୍ଗ :  ମୁଖ୍ୟମନ୍ତ୍ରୀ ଏହାର ଉତ୍ତର ରଖନ୍ତୁ ବୋଲି ଦାବି କଲେ ନରସିଂହ ମିଶ୍ର

Published: Jul 16, 2019, 12:21 pm IST

ଗୃହରେ ହାଇକୋର୍ଟ ବେଞ୍ଚ ପ୍ରସଙ୍ଗ ଉଠାଇଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ଏହି ପରିପ୍ରେକ୍ଷୀରେ ଜଷ୍ଟିସ୍‌ ପାଲ୍‌ କମିଶନଙ୍କ ରିପୋର୍ଟ କୁଆଡେ ଗଲା ବୋଲି ପ୍ରଶ୍ନ କରିଛନ୍ତି ମିଶ୍ର ।  ଏହି ରିପୋର୍ଟ ଟି ୬ ମାସରେ ବିଧାନସଭାରେ ଉପସ୍ଥାପନ ହେବ କଥା, ମାତ୍ର ୬ ବର୍ଷ ବିତିଗଲାଣି  । ବଲାଙ୍ଗିରରେ ସ୍ଥାୟୀ ବେଞ୍ଚ ପାଇଁ ଯଶଓ୍ବନ୍ତ କମିଶନ ରିପୋର୍ଟ ଦେଇଥିଲେ । ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଓକିଲମାନେ କୋର୍ଟ ବର୍ଜନ କରିଛନ୍ତି । ଓକିଲମାନଙ୍କ ଆନ୍ଦୋଳନ ଯୋଗୁଁ ଲୋକେ ନ୍ୟାୟ ପାଇବାରୁ ବଞ୍ଚିତ ହେଉଛନ୍ତି ।  ତେବେ ଏଭଳି ଅଚଳାବସ୍ଥା ଆଉ କେତେ ଦିନ ଜାରି ରହିବ, ଏହାର ଉତ୍ତର ମୁଖ୍ୟମନ୍ତ୍ରୀ ରଖନ୍ତୁ ବୋଲି କହିଛନ୍ତି ନରସିଂହ ମିଶ୍ର । ଏହି ପ୍ରସଙ୍ଗରେ ବାଚସ୍ପତିଙ୍କ ରୁଲିଂ ଦାବି କରି କଂଗ୍ରେସ ସଦସ୍ୟ ଗୃହରେ ହଟ୍ଟଗୋଳ କରିଛନ୍ତି । ଗୃହକୁ ୨୦ ମିନିଟ୍‌ ପାଇଁ ମୁଲତବୀ ରଖିଛନ୍ତି ବାଚସ୍ପତି । ସେହିପରି  ଆଜି ବଲାଙ୍ଗିର ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଭୁବନେଶ୍ବରେ କ୍ରିୟାନୁଷ୍ଠାନ କମିଟି ଓ ଓକିଲ ସଂଘ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।

Related posts