Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ପଶୁ ସଂରକ୍ଷଣ କେନ୍ଦ୍ର ‘ବନ୍ତାରା’ ଉଦଘାଟିତ
ଆଜିର ଖବର

ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ପଶୁ ସଂରକ୍ଷଣ କେନ୍ଦ୍ର ‘ବନ୍ତାରା’ ଉଦଘାଟିତ

March 4, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଜାମନଗର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶ୍ୱ ବନ୍ୟପ୍ରାଣୀ ଦିବସ ଅବସରରେ ଗୁଜରାଟର ଜାମନଗରରେ ଅବସ୍ଥିତ ପଶୁ ସଂରକ୍ଷଣ କେନ୍ଦ୍ର ‘ବନ୍ତାରା’ର ଉଦଘାଟନ କରିଛନ୍ତି। ବନ୍ତାରା ହେଉଛି ବନ୍ୟପ୍ରାଣୀଙ୍କ ସଂରକ୍ଷଣ ଏବଂ ପ୍ରୋତ୍ସାହନ ପାଇଁ ଉତ୍ସର୍ଗୀକୃତ ଏକ କେନ୍ଦ୍ର। ପ୍ରଧାନମନ୍ତ୍ରୀ ୩,୦୦୦ ଏକର ପରିମିତ ବନ୍ତାରାରେ ବେଶ କିଛି ସମୟ ବିତାଇଥିଲେ ଏବଂ ପଶୁମାନଙ୍କ ପାଇଁ ସେଠାରେ ନିର୍ମିତ ବିଶ୍ୱସ୍ତରୀୟ ସୁବିଧାଗୁଡ଼ିକର ନିରୀକ୍ଷଣ କରିଥିଲେ। ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ପୁଅ ଅନନ୍ତ ଅମ୍ବାନୀଙ୍କ ଉଦ୍ୟମରେ ବନ୍ତାରା ନିର୍ମାଣ କରାଯାଇଛି।

ବନ୍ତାରାରେ ପହଞ୍ଚିବା ପରେ, ଅମ୍ବାନୀ ପରିବାର ପ୍ରଧାନମନ୍ତ୍ରୀଙ୍କୁ ପାରମ୍ପରିକ ରୀତିରେ ସ୍ୱାଗତ କରିଥିଲେ। ଶଙ୍ଖ ଧ୍ୱନି, ମନ୍ତ୍ର ଉଚ୍ଚାରଣ ଏବଂ ଲୋକ କଳାକାରଙ୍କ ଗୀତ-ସଂଗୀତ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବନ୍ତାରାର ଉଦଘାଟନ କରିଥିଲେ। ନରେନ୍ଦ୍ର ମୋଦି ମଧ୍ୟ ଏହି ପରିସରରେ ନିର୍ମିତ ମନ୍ଦିରରେ ଅନୁଷ୍ଠିତ ପୂଜାର୍ଚ୍ଚନାରେ ସାମିଲ ହୋଇଥିଲେ।

ବନ୍ତାରାରେ ପ୍ରାଣୀମାନଙ୍କ ପାଇଁ ସ୍ୱତନ୍ତ୍ର ଭାବରେ ଡିଜାଇନ୍ କରାଯାଇଥିବା ମଲ୍ଟି-ସ୍ପେଶାଲିଟି ହସ୍ପିଟାଲର ନିରୀକ୍ଷଣ କରିବା ସମୟରେ, ପ୍ରଧାନମନ୍ତ୍ରୀ ଡାଏଗ୍ନୋଷ୍ଟିକ୍ ସୁଟ୍‌ରେ ସିଟି ସ୍କାନ, ଏମଆରଆଇ, ଅଲ୍ଟ୍ରାସାଉଣ୍ଡ ଏବଂ ଏଣ୍ଡୋସ୍କୋପି ଭଳି ସ୍ୱତନ୍ତ୍ର ଚିକିତ୍ସା ଉପକରଣର ଲାଇଭ୍ ପ୍ରଦର୍ଶନ ଦେଖିଥିଲେ। ସେ ପଶୁମାନଙ୍କ ପାଇଁ ନିର୍ମିତ ଆଇସିୟୁ ଏବଂ ଅପରେସନ ଥିଏଟର ପ୍ରତି ମଧ୍ୟ ଆଗ୍ରହ ଦେଖାଇଥିଲେ। ନିକଟରେ ଜନ୍ମ ନେଇଥିବା ନବଜାତ ପଶୁ ଶାବକଙ୍କ ପାଇଁ ବନ୍ତାରାରେ ଏକ ନର୍ସରୀ ମଧ୍ୟ ସ୍ଥାପନ କରାଯାଇଛି। ପ୍ରଧାନମନ୍ତ୍ରୀ ବନ୍ତାରାରେ କାର୍ଯ୍ୟରତ କର୍ମଚାରୀଙ୍କ ନିଷ୍ଠା ଏବଂ କଠିନ ପରିଶ୍ରମର ପ୍ରଶଂସା କରିଥିଲେ।

ପ୍ରଧାନମନ୍ତ୍ରୀ ଏସୀୟ ସିଂହ ଶାବକ, ଧଳା ସିଂହ ଶାବକ, ବିରଳ ଏବଂ ଲୁପ୍ତପ୍ରାୟ ପ୍ରଜାତିର ମେଘୁଆ (କ୍ଲାଉଡେଡ଼) ଚିତାବାଘ ଶାବକମାନଙ୍କୁ ଦେଖିଥିଲେ। ପ୍ରଧାନମନ୍ତ୍ରୀ ମୋଦି ନିଜ ହାତରେ ଧଳା ସିଂହ, ବାଘ ଏବଂ ଗଣ୍ଡାର ଶାବକମାନଙ୍କୁ କ୍ଷୀର ପିଆଇଥିଲେ। କେନ୍ଦ୍ରରେ ଏସୀୟ ସିଂହ, ହିମ ଚିତାବାଘ, ଏକ-ଶିଙ୍ଗିଆ ଗଣ୍ଡା ଭଳି ପ୍ରାଣୀମାନଙ୍କ ସଂରକ୍ଷଣ କରାଯାଉଛି। ପ୍ରଧାନମନ୍ତ୍ରୀ ଅନେକ ବିପଦଜନକ ପଶୁଙ୍କୁ ନିକଟରୁ ମଧ୍ୟ ଦେଖିଥିଲେ। ଏଥିମଧ୍ୟରେ ରହିଥିଲେ ସୁନେଲି ବାଘ, ଧଳା ସିଂହ ଏବଂ ହିମ (ତୁଷାର) ଚିତାବାଘ ଇତ୍ୟାଦି।

ବିଶାଳ ବନ୍ତାରାରେ ପ୍ରତ୍ୟେକ ପଶୁକୁ ନିଜର ଆବଶ୍ୟକତା ହିସାବରେ ଘର ମିଳିଛି। ପ୍ରାଣୀମାନଙ୍କୁ ସିଂହ ରାଜ୍ୟ, ସରୀସୃପ ରାଜ୍ୟ, ସିଲ୍ ରାଜ୍ୟ, ଚିତା ପ୍ରଜନନ କେନ୍ଦ୍ର ଭଳି ଅନେକ କେନ୍ଦ୍ରଗୁଡିକରେ ରଖାଯାଇଛି। କିନ୍ତୁ ସବୁଠାରୁ ବଡ଼ ଆକର୍ଷଣର କେନ୍ଦ୍ର ହେଉଛି ହାତୀମାନଙ୍କ ପାଇଁ ପ୍ରାୟ ୧ ହଜାର ଏକର ପରିସରରେ ନିର୍ମିତ ଗଜନଗରୀ। ଏଠାରେ ୨୪୦ ରୁ ଅଧିକ ଉଦ୍ଧାର ହୋଇଥିବା କିମ୍ବା ଅସୁସ୍ଥ ହାତୀଙ୍କୁ ରଖାଯାଇଛି। ଅବହେଳା ଏବଂ ନିର୍ଯ୍ୟତନାର ଶିକାର ହୋଇଥିବା ଏହି ହାତୀମାନଙ୍କୁ ବନ୍ତାରାରେ ବିଶ୍ୱସ୍ତରୀୟ ପଶୁଚିକିତ୍ସା ଏବଂ ଯତ୍ନ ମିଳୁଛି। ବନ୍ତାରାରେ ହାତୀଙ୍କ ପାଇଁ ବିଶ୍ୱର ସର୍ବବୃହତ ଡାକ୍ତରଖାନା ମଧ୍ୟ ରହିଛି। ହାତୀମାନଙ୍କ ପାଇଁ ପୋଖରୀ ଏବଂ ଜାକୁଜି ଭଳି ସୁବିଧା ମଧ୍ୟ ରହିଛି।

ନରେନ୍ଦ୍ର ମୋଦି ବନ୍ତାରା ବିଶ୍ୱ ବନ୍ୟପ୍ରାଣୀ ଦିବସ
Share. Facebook Twitter LinkedIn Email WhatsApp Copy Link

Related Posts

ସୁରକ୍ଷା କାର୍ଯ୍ୟ ପାଇଁ ଟ୍ରେନ ସେବା ବାତିଲ

September 10, 2025

ଗାଡ଼ିରେ ବିକଟାଳ ଶବ୍ଦ କରୁଥିଲେ ହୋଇଯା’ନ୍ତୁ ସାବଧାନ: ଗଣିବେ ମୋଟା ଅଙ୍କର ଜରିମାନା

September 10, 2025

ଟ୍ରମ୍ପଙ୍କ ଶୁଳ୍କ ପରେ ଭାରତ ଉପରେ କ’ଣ ପଡିଛି ପ୍ରଭାବ?, ଦେଖନ୍ତୁ ଆଶ୍ଚର୍ଯ୍ୟଜନକ ରିପୋର୍ଟ

September 10, 2025

ଶିକ୍ଷୟତ୍ରୀ ସୁର୍ଯ୍ୟମଣି ନାୟକଙ୍କୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରଦାନ

September 10, 2025
Latest News

ସୁରକ୍ଷା କାର୍ଯ୍ୟ ପାଇଁ ଟ୍ରେନ ସେବା ବାତିଲ

September 10, 2025

ଗାଡ଼ିରେ ବିକଟାଳ ଶବ୍ଦ କରୁଥିଲେ ହୋଇଯା’ନ୍ତୁ ସାବଧାନ: ଗଣିବେ ମୋଟା ଅଙ୍କର ଜରିମାନା

September 10, 2025

ଟ୍ରମ୍ପଙ୍କ ଶୁଳ୍କ ପରେ ଭାରତ ଉପରେ କ’ଣ ପଡିଛି ପ୍ରଭାବ?, ଦେଖନ୍ତୁ ଆଶ୍ଚର୍ଯ୍ୟଜନକ ରିପୋର୍ଟ

September 10, 2025

ଶିକ୍ଷୟତ୍ରୀ ସୁର୍ଯ୍ୟମଣି ନାୟକଙ୍କୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରଦାନ

September 10, 2025

ଆଜିଠାରୁ ଭାରତର ଏସିଆ କପ ଅଭିଯାନ: ଜାଣନ୍ତୁ କେଉଁଠାରେ ଦେଖିବେ ମ୍ୟାଚ

September 10, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.