Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆନ୍ତର୍ଜାତିକ ମହିଳା ଦିବସ ଉପଲକ୍ଷେ ଆଇ.ଆଇ.ଇ.ସି. ପକ୍ଷରୁ ସ୍ୱତନ୍ତ୍ର ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ
ଆଜିର ଖବର

ଆନ୍ତର୍ଜାତିକ ମହିଳା ଦିବସ ଉପଲକ୍ଷେ ଆଇ.ଆଇ.ଇ.ସି. ପକ୍ଷରୁ ସ୍ୱତନ୍ତ୍ର ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ

March 5, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଆନ୍ତର୍ଜାତିକ ମହିଳା ଦିବସ ୨୦୨୫ ଉପଲକ୍ଷେ, ଭୁବନେଶ୍ୱରସ୍ଥିତ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଏଜୁକେସନ ଆଣ୍ଡ କେୟାର (ଆଇ.ଆଇ.ଇ.ସି) ତରଫରୁ ରାଜଧାନୀର ୧୫ଟି ବସ୍ତିରେ ବସବାସ କରୁଥିବା ମହିଳା, ଯୁବତୀ ଏବଂ ବାଳିକାମାନଙ୍କ ମଧ୍ୟରେ ଏକ ଦୁଇ-ଦିନିଆ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।

ମାର୍ଚ୍ଚ ୩ ଏବଂ ୪ ତାରିଖରେ ଭୁବନେଶ୍ୱରର ୧୫ଟି ବସ୍ତିରେ ରହୁଥିବା ଏହି ପ୍ରତିଯୋଗୀମାନଙ୍କୁ ୨ଟି କ୍ଲଷ୍ଟରରେ ବିଭକ୍ତ କରାଯାଇ ସେମାନଙ୍କ ମଧ୍ୟରେ ଝୋଟି, ବକ୍ତୃତା, ନୃତ୍ୟ, ସଙ୍ଗୀତ ଏବଂ ମ୍ୟୁଜିକ ଚେୟାର ପ୍ରତିଯୋଗିତା ଆୟୋଜିତ କରାଯାଇଥିଲା।

ଏହି ପ୍ରତିଯୋଗିତାଗୁଡିକରେ ଉଭୟ କ୍ଲଷ୍ଟରରେ ପ୍ରଥମ ୩ଟି ସ୍ଥାନ ଅଧିକାର କରିଥିବା ସମସ୍ତ କୃତୀ ପ୍ରତିଯୋଗୀମାନଙ୍କୁ ମାର୍ଚ୍ଚ ୭ ତାରିଖରେ ଆୟୋଜିତ ହେବାକୁଥିବା ଏକ ସ୍ୱତନ୍ତ୍ର ଉତ୍ସବରେ ପୁରସ୍କୃତ କରାଯିବ। ଏହାବ୍ୟତୀତ, ‘ସତତ ସହର’ ପ୍ରକଳ୍ପ ଆନୂକୁଲ୍ୟରେ ଆଇ.ଆଇ.ଇ.ସି. ,ପକ୍ଷରୁ ଆୟୋଜିତ ଏହିସବୁ ବିଭିନ୍ନ ପ୍ରତିଯୋଗୀତାରେ ଅଂଶଗ୍ରହଣ କରିଥିବା ସମସ୍ତ ପ୍ରତିଯୋଗୀଙ୍କୁ ମାନପତ୍ର ପ୍ରଦାନ କରାଯିବ ବୋଲି, ଆଇ.ଆଇ.ଇ.ସି.ର ମୂଖ୍ୟ ଡକ୍ଟର ଶିଶିର କୁମାର ଦାସ କହିଛନ୍ତି।

ଦେଶର, ଜାତିର ଏବଂ ସମାଜର ଉନ୍ନତି ପାଇଁ ମହିଳାମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସେମାନଙ୍କ ଉନ୍ନତି ବିନା ଦୀର୍ଘସ୍ଥାୟୀ ଏବଂ ସାମଗ୍ରିକ ପ୍ରଗତି ଅସମ୍ଭବ, ବୋଲି ଡକ୍ଟର ଦାସ ମତ ରଖିଛନ୍ତି। ସେମାନଙ୍କ ମଧ୍ୟରେ ଥିବା ଲୁକ୍କାୟିତ ପ୍ରତିଭାକୁ ସର୍ବସମ୍ମୁଖକୁ ଆଣିବା ଏବଂ ସେମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ଏହା ଏକ ଛୋଟ ପ୍ରୟାସ ବୋଲି ସେ କହିଛନ୍ତି।

ସମଗ୍ର ବିଶ୍ୱ ପାଇଁ ଜଳବାୟୁ ପରିବର୍ତ୍ତନ ଏକ ମସ୍ତବଡ଼ ଆହ୍ଵାନ। ମହିଳାମାନଙ୍କୁ ସେ ଦିଗରେ ସଚେତନ କରିବା ଲାଗି ବକ୍ତୃତା ପ୍ରତିଯୋଗିତାର ଶୀର୍ଷକ ‘ଜଳବାୟୁ ପରିବର୍ତ୍ତନ: ଦାୟିତ୍ୱ ଏବଂ କର୍ତ୍ତବ୍ୟ’ ରଖାଯାଇଥିଲା ବୋଲି ସେ କହିଛନ୍ତି।

ଏହି ଦୁଇ-ଦିନିଆ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମର ବିଚାରକମଣ୍ଡଳୀରେ ସୁରେଶ କୁମାର ପଣ୍ଡା, ଯଶୋବନ୍ତି ମାଝୀ ଏବଂ ମୌସୁମୀ ମିଶ୍ର ଯୋଗ ଦେଇଥିଲେ।

ଆଇ. ଆଇ.ଇ.ସି. ପକ୍ଷରୁ ସ୍ମୃତିରଞ୍ଜନ ସାହୁ, ମିନତୀ ପ୍ରହରାଜ, ରଶ୍ମି ଚମ୍ପତି, ପ୍ରତ୍ୟୁଷ କୁମାର ପ୍ରଧାନ, ବଂଶୀଧର ସାହାଣୀ ଏବଂ ଅନିରୁଦ୍ଧ ମିଶ୍ର ଏହି ଦୁଇ ଦିନିଆ କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ।

ଆନ୍ତର୍ଜାତିକ ମହିଳା ଦିବସ
Share. Facebook Twitter LinkedIn Email WhatsApp Copy Link

Related Posts

ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ଖୋର୍ଦ୍ଧା ରୋଡ୍ ଡିଭିଜନର ନୟାଗଡ – ଜଖପୁରା ସେକ୍ସନର ନୀରିକ୍ଷଣ

February 21, 2026

ପୂର୍ବତଟ ରେଳପଥର ସାର ଓ ଖାଦ୍ୟଶସ୍ୟ ଲୋଡିଂ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା

February 21, 2026

ShikshaNext: ରିଲାଏନ୍ସ ଫାଉଣ୍ଡେସନ୍ ନେତୃତ୍ୱରେ ୧୭୦ କୋଟି ଟଙ୍କାର ଶିକ୍ଷାନେକ୍ସଟ ପ୍ରୟାସ

February 21, 2026

ଫେବୃୟାରୀ 21 ତାରିଖ ଶନିବାରରେ ଏହି ପାଞ୍ଚଟି ରାଶିର ଭାଗ୍ୟ ଚମକିବ

February 21, 2026
Latest News

ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ଖୋର୍ଦ୍ଧା ରୋଡ୍ ଡିଭିଜନର ନୟାଗଡ – ଜଖପୁରା ସେକ୍ସନର ନୀରିକ୍ଷଣ

February 21, 2026

ପୂର୍ବତଟ ରେଳପଥର ସାର ଓ ଖାଦ୍ୟଶସ୍ୟ ଲୋଡିଂ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା

February 21, 2026

ShikshaNext: ରିଲାଏନ୍ସ ଫାଉଣ୍ଡେସନ୍ ନେତୃତ୍ୱରେ ୧୭୦ କୋଟି ଟଙ୍କାର ଶିକ୍ଷାନେକ୍ସଟ ପ୍ରୟାସ

February 21, 2026

ଫେବୃୟାରୀ 21 ତାରିଖ ଶନିବାରରେ ଏହି ପାଞ୍ଚଟି ରାଶିର ଭାଗ୍ୟ ଚମକିବ

February 21, 2026

ନାକଟିଦେଉଳ ସ୍ନାତକ ମହାବିଦ୍ୟାଳୟ ରେ ଆତ୍ମ ସୁରକ୍ଷା ତାଲିମ ଶିବିର

February 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.