Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭାରତ ସରକାରଙ୍କ ସଶକ୍ତ ପଞ୍ଚାୟତ- ନେତ୍ରୀ ଅଭିଯାନ: ପୁରସ୍କୃତ ହେଲେ କେନ୍ଦ୍ରାପଡ଼ାର ସରପଞ୍ଚ ପ୍ରିୟଙ୍କା
ଆଜିର ଖବର

ଭାରତ ସରକାରଙ୍କ ସଶକ୍ତ ପଞ୍ଚାୟତ- ନେତ୍ରୀ ଅଭିଯାନ: ପୁରସ୍କୃତ ହେଲେ କେନ୍ଦ୍ରାପଡ଼ାର ସରପଞ୍ଚ ପ୍ରିୟଙ୍କା

March 5, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଓଡ଼ିଶାର କେନ୍ଦ୍ରାପଡ଼ା ଜିଲ୍ଲା ଭାଗବତପୁର ଗ୍ରାମ ପଞ୍ଚାୟତର  ସରପଞ୍ଚ ପ୍ରିୟଙ୍କା ପ୍ରିୟଦର୍ଶିନୀ ନାୟକଙ୍କୁ ଉଲ୍ଲେଖନୀୟ ନେତୃତ୍ୱ ଲାଗି ଭାରତ ସରକାରଙ୍କ ପକ୍ଷରୁ ସମ୍ମାନୀତ କରାଯାଇଛି। ପଞ୍ଚାୟତିରାଜ ମନ୍ତ୍ରଣାଳୟ ପକ୍ଷରୁ ‘ସଶକ୍ତ ପଞ୍ଚାୟତ- ନେତ୍ରୀ ଅଭିଯାନ’ର ଶୁଭାରମ୍ଭ ଅବସରରେ   କେନ୍ଦ୍ର ପଞ୍ଚାୟତିରାଜ ମନ୍ତ୍ରୀ ରାଜୀବ ରଞ୍ଜନ ସିଂହ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ ପଞ୍ଚାୟତିରାଜ ରାଷ୍ଟ୍ରମନ୍ତ୍ରୀ ଏସ୍‍.ପି ସିଂହ ବାଘେଲ ,ବଂ କେନ୍ଦ୍ର କ୍ରୀଡ଼ା ରାଜ୍ୟ ମନ୍ତ୍ରୀ ରକ୍ଷା ନିଖିଲ ଖଡସେଙ୍କ ଉପସ୍ଥିତିରେ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ଏହି ଉତ୍ସବରେ ଦେଶର ବିଭିନ୍ନ କୋଣରୁ ଆସିଥିବା ପ୍ରାୟ ୧୨୦୦ ତୃଣମୂଳସ୍ତରୀୟ ନେତ୍ରୀ ଯୋଗ ଦେଇଥିଲେ।

ଦୂରଦୃଷ୍ଟିସମ୍ପନ୍ନ ସରପଞ୍ଚ  ପ୍ରିୟଙ୍କା ପ୍ରିୟଦର୍ଶିନୀ ଭାଗବତପୁର ଗ୍ରାମ ପଞ୍ଚାୟତର ୫୬୧୪ ବାସିନ୍ଦାଙ୍କୁ ସେବା ଯୋଗାଇ, ପ୍ରଗତିଶୀଳ ଶାସନର ଉଦାହରଣ ସୃଷ୍ଟି କରିଛନ୍ତି। ତାଙ୍କ ନେତୃତ୍ୱରେ, ପଞ୍ଚାୟତର ମହିଳାଙ୍କ ନେତୃତ୍ୱକୁ ଗୁରୁତ୍ୱ ଦିଆଯିବା ସହ ଲିଙ୍ଗ-ସମ୍ବେଦନଶୀଳ ପଦକ୍ଷେପ ଏବଂ ସକ୍ରିୟ ନୀତି ମାଧ୍ୟମରେ ମହିଳାଙ୍କ ଅନ୍ତର୍ଭୁକ୍ତି ପାଇଁ ଅନେକ ପଦକ୍ଷେପ ନିଆଯାଇଛି ଯାହା ଆଜି ସାରା ଦେଶ ପାଇଁ ଉଦାହରଣ ହୋଇପାରିଛି। ଏଥିରେ ଉଲ୍ଲେଖନୀୟ କାର୍ଯ୍ୟ ଭାବେ ରହିଛି   ଡିଜିଟାଲ ସାକ୍ଷରତା, ମହିଳା-କୈନ୍ଦ୍ରିକ ଆର୍ଥିକ ଯୋଜନା ଏବଂ ସିସିଟିଭି, ହେଲ୍ପଲାଇନ୍ ମାଧ୍ୟମରେ  ଗୋଷ୍ଠୀ ସଶକ୍ତୀକରଣ।  ସେ ପଞ୍ଚାୟତରେ ଏକ ମହିଳା ଜିମ୍ ଏବଂ ଯୋଗ କେନ୍ଦ୍ର ମଧ୍ୟ ସ୍ଥାପନ କରିଛନ୍ତି।  ଜଳ, ପରିମଳ ବ୍ୟବସ୍ଥାକୁ ସୁଦୃଢ଼ କରିବା ସହ ଝିଅମାନଙ୍କ ଶିକ୍ଷା ଏବଂ କ୍ରୀଡା ପାଇଁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି ପ୍ରିୟଙ୍କା।   ଝିଅଟିଏ ଜନ୍ମ ହେଲେ ତାଙ୍କର ନାମକରଣ ଉତ୍ସବ ପାଳନ କରାଯାଇ ସମ୍ପୃକ୍ତ ମା’ଙ୍କୁ ମା’ ଓ ଛୁଆର ଯତ୍ନ ପାଇଁ ଏକ ଅଭିନବ କିଟ୍‍ ପ୍ରଦାନ କରାଯାଉଛି। ଏହା ସହ ଝିଅ ନାଁରେ ଏକ ଗଛ ମଧ୍ୟ ରୋପଣ କରି ପରିବେଶକୁ  ମଜଭୁତ କରୁଛନ୍ତି ପ୍ରିୟଙ୍କା।

ଶ୍ରୀମତୀ ନାଏକଙ୍କ ଏହି ଅଭିନବ ପଦକ୍ଷେପସବୁ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଯୋଜନା, ସ୍ଥାନୀୟ ଏନଜିଓ ର ସହାୟତାରେ ପ୍ରଣୟନ କରାଯାଇଛି। ଭାଗବତପୁରରେ ପରିପୂରକ ବିକାଶ  ଲକ୍ଷ୍ୟସୁଦୃଢ଼ ହୋଇଛି।

ଭବିଷ୍ୟତର ରୋଡମ୍ୟାପ୍ ଭାବେ ଡିଜିଟାଲ ଭିତ୍ତିଭୂମି ବୃଦ୍ଧି, ବୃତ୍ତିଗତ ତାଲିମ ବିସ୍ତାର ଏବଂ ସୁରକ୍ଷା ପ୍ରୋଟୋକଲକୁ ସୁଦୃଢ଼ ​​କରିବା ଉପରେ ଧ୍ୟାନ କେନ୍ଦ୍ରିତ କରିଛନ୍ତି ପ୍ରିୟଙ୍କା। ଏଥିରେ ପ୍ରତ୍ୟେକ ଝିଅ ପାଇଁ ଏକ ସୁକନ୍ୟା ସମୃଦ୍ଧି ଆକାଉଣ୍ଟ ଖୋଲିବା, ମହିଳା ନେତୃତ୍ୱାଧୀନ ପଦକ୍ଷେପଗୁଡ଼ିକୁ ସୁଦୃଢ଼ ​​କରିବା, ସରକାରୀ-ବେସରକାରୀ ସହଭାଗୀତାକୁ ପ୍ରୋତ୍ସାହିତ କରିବା ଏବଂ ବ୍ୟାପକ ଗୋଷ୍ଠୀଗତ ସଶକ୍ତିକରଣ କାର୍ଯ୍ୟକ୍ରମ ପ୍ରଭୃତି ଅନ୍ତର୍ଭୁକ୍ତ। ଏହା ଭାଗବତପୁର ଗ୍ରାମ ପଞ୍ଚାୟତକୁ  ପରିପୂରକ ଶାସନର ଏକ ମଡେଲ ଭାବରେ  ଆହୁରି ବିକଶିତ କରିବ।

ଭାରତ ସରକାର
Share. Facebook Twitter LinkedIn Email WhatsApp Copy Link

Related Posts

ଲାଞ୍ଚ ନେବା ବେଳେ ଧରାହେଲେ ଡିଆଇଜି: ୫ କୋଟିରୁ ଉର୍ଦ୍ଧ୍ଵ ଜବତ, ଚାଲିଛି ଗଣତି

October 17, 2025

ସବୁଜ ଉର୍ଜା ପାଇଁ ନୀତି ଆୟୋଗ, ଓଡିଶା ସରକାର ଏବଂ ଆଇଏସଇଜି ସହ ତୈପାକ୍ଷିକ ଚୁକ୍ତି ପତ୍ର ସ୍ଵାକ୍ଷରିତ

October 17, 2025

ଅଭିଯୋଗ ସମାଧାନ କରି ୨.୭୨ କୋଟି ଫେରସ୍ତ କଲା ଜାତୀୟ ଗ୍ରାହକ ହେଲ୍ପଲାଇନ୍

October 17, 2025

Nuapada Bypoll: ବିଜେପି ଜିତିବା ପାଇଁ ବିଜେଡି ଜାଣିଣୁଣି ଦୁର୍ବଳ ପ୍ରାର୍ଥୀ ଦେଲା, କଂଗ୍ରେସ

October 17, 2025
Latest News

ଲାଞ୍ଚ ନେବା ବେଳେ ଧରାହେଲେ ଡିଆଇଜି: ୫ କୋଟିରୁ ଉର୍ଦ୍ଧ୍ଵ ଜବତ, ଚାଲିଛି ଗଣତି

October 17, 2025

ସବୁଜ ଉର୍ଜା ପାଇଁ ନୀତି ଆୟୋଗ, ଓଡିଶା ସରକାର ଏବଂ ଆଇଏସଇଜି ସହ ତୈପାକ୍ଷିକ ଚୁକ୍ତି ପତ୍ର ସ୍ଵାକ୍ଷରିତ

October 17, 2025

ଅଭିଯୋଗ ସମାଧାନ କରି ୨.୭୨ କୋଟି ଫେରସ୍ତ କଲା ଜାତୀୟ ଗ୍ରାହକ ହେଲ୍ପଲାଇନ୍

October 17, 2025

Nuapada Bypoll: ବିଜେପି ଜିତିବା ପାଇଁ ବିଜେଡି ଜାଣିଣୁଣି ଦୁର୍ବଳ ପ୍ରାର୍ଥୀ ଦେଲା, କଂଗ୍ରେସ

October 17, 2025

ମାତ୍ର ଦୁଇ ଦିନରେ ଛତିଶଗଡ଼ ଓ ମହାରାଷ୍ଟ୍ରରେ ୨୫୮ ନକ୍ସଲଙ୍କ ଆତ୍ମସମର୍ପଣ: କେନ୍ଦ୍ର ଗୃହମନ୍ତ୍ରୀ

October 17, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.