Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଓପନ୍ ଟେଲିକମ୍ ଏଆଇ ପ୍ଲାଟଫର୍ମ ପାଇଁ ହାତ ମିଳାଇଲେ ଜିଓ,​​ ଏଏମଡି, ସିସ୍କୋ ଏବଂ ନୋକିଆ 
ଆଜିର ଖବର

ଓପନ୍ ଟେଲିକମ୍ ଏଆଇ ପ୍ଲାଟଫର୍ମ ପାଇଁ ହାତ ମିଳାଇଲେ ଜିଓ,​​ ଏଏମଡି, ସିସ୍କୋ ଏବଂ ନୋକିଆ 

March 5, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
AI
ସମସ୍ତଙ୍କୁ କୃତ୍ରିମ ବୁଦ୍ଧିମତ୍ତା ବୁଝିବାରେ ସାହାଯ୍ୟ କରିବା ପାଇଁ ଏକ ମାଗଣା ଜାତୀୟ ପାଠ୍ୟକ୍ରମ

ବାର୍ସିଲୋନା: ବିଶ୍ୱର ଚାରୋଟି ବଡ଼ ଟେକ୍ କମ୍ପାନୀ ଖୁବ୍ ଶୀଘ୍ର ମିଳିତ ଭାବରେ ଏକ ନୂତନ ଓପନ ଟେଲିକମ୍ ଏଆଇ ପ୍ଲାଟଫର୍ମ ଆରମ୍ଭ କରିବେ। ବାର୍ସିଲୋନାରେ ଚାଲିଥିବା ମୋବାଇଲ୍ ୱାର୍ଲ୍ଡ କଂଗ୍ରେସ ୨୦୨୫ରେ ଜିଓ ପ୍ଲାଟଫର୍ମସ ଲିମିଟେଡ୍ (ଜେପିଏଲ), ଏଏମଡି, ସିସ୍କୋ ଏବଂ ନୋକିଆ ଏହି ଯୋଜନା ସମ୍ପର୍କରେ ପ୍ରକାଶ କରିଛନ୍ତି। ଏହି ନୂତନ ପ୍ଲାଟଫର୍ମଟି ଟେଲିକମ୍ ଅପରେଟରମାନଙ୍କୁ ଏଆଇ ସମାଧାନ ପ୍ରଦାନ କରିବା ପାଇଁ ଡିଜାଇନ୍ କରାଯିବ। ନୂତନ ଟେଲିକମ୍ ଏଆଇ ପ୍ଲାଟଫର୍ମ ନେଟୱାର୍କର ସୁରକ୍ଷା, ଦକ୍ଷତା ଏବଂ କ୍ଷମତା ବୃଦ୍ଧି କରିବା ସହିତ ଆୟର ନୂତନ ରାସ୍ତା ମଧ୍ୟ ଖୋଲିବ। ଏହି ମଲ୍ଟି-ଡୋମେନ୍ ଇଣ୍ଟେଲିଜେନ୍ସ ଫ୍ରେମୱାର୍କ ଏଣ୍ଡ-ଟୁ-ଏଣ୍ଡ ନେଟୱାର୍କ ଇଣ୍ଟେଲିଜେନ୍ସ ପ୍ରଦାନ କରିବା ପାଇଁ ନେଟୱାର୍କ ଅପରେସନ୍ ଏବଂ ଅଟୋମେସନକୁ ଏକୀକୃତ କରିବ।

ରିଲାଏନ୍ସ ଜିଓର ଗ୍ରୁପ୍ ସିଇଓ ମାଥ୍ୟୁ ଓମେନ୍ କହିଛନ୍ତି, “ସମସ୍ତ ଟେଲିକମ୍ ଲେୟରଗୁଡ଼ିକରେ ଏଜୋଟିକ୍ ଏଆଇ ବ୍ୟବହାର କରି, ଆମେ ଏକ ମଲ୍ଟିମୋଡାଲ୍, ମଲ୍ଟିଡୋମେନ୍ ଅର୍କେଷ୍ଟ୍ରେଟେଡ୍ ୱାର୍କଫ୍ଲୋ ପ୍ଲାଟଫର୍ମ ନିର୍ମାଣ କରୁଛୁ ଯାହା ଟେଲିକମ୍ ଶିଳ୍ପରେ ଦକ୍ଷତା, ବୁଦ୍ଧିମତା (ଇଣ୍ଟେଲିଜେନ୍ସ) ଏବଂ ସୁରକ୍ଷାକୁ ପୁନଃପରିଭାଷିତ କରିବ। ଏଏମଡି, ସିସ୍କୋ ଏବଂ ନୋକିଆ ସହଯୋଗରେ ଜିଓ ଓପନ୍ ଟେଲିକମ୍ ଏଆଇ ପ୍ଲାଟଫର୍ମକୁ ଆଗକୁ ବଢ଼ାଉଛି। ଏହା କେବଳ ଅଟୋମେସନ ନୁହେଁ – ଏହା ଏଆଇ-ଚାଳିତ ଏଭଳି ଏକ ଅଟୋମେସନ ନେଟୱାର୍କ ହେବ ଯାହା ବ୍ୟବହାରକାରୀଙ୍କ ଅଭିଜ୍ଞତା ସହିତ ନିଜକୁ ଖାପ ଖୁଆଇନେବ। ଏହା ଡିଜିଟାଲ୍ ଇକୋସିଷ୍ଟମରେ ନୂତନ ସେବା ଏବଂ ରାଜସ୍ୱ ଆୟର ନୂତନ ସୁଯୋଗ ସୃଷ୍ଟି କରିବ।”

ଏଏମଡିର ସିଇଓ ଲିସା ସୁ କହିଛନ୍ତି “ଏଏମଡି ପରବର୍ତ୍ତୀ ପିଢ଼ିର ଏଆଇ-ସଞ୍ଚାଳିତ ଦୂରସଂଚାର ମୌଳିକ ଭିତ୍ତିଭୂମି ନିର୍ମାଣ ପାଇଁ ଜିଓ ପ୍ଲାଟଫର୍ମସ ଲିମିଟେଡ୍, ସିସ୍କୋ ଏବଂ ନୋକିଆ ସହିତ ସହଭାଗିତା କରିବାକୁ ନେଇ ଗର୍ବିତ। ଏକାଠି, ଆମେ ଉଭୟ ଅପରେଟର ଏବଂ ଉପଭୋକ୍ତାମାନଙ୍କ ପାଇଁ ଏଆଇର ଲାଭ ଆଣିବୁ ଏବଂ ଯୋଗାଯୋଗ ଓ କନେକ୍ଟିଭିଟିର ଭବିଷ୍ୟତକୁ ନୂଆ ଆକାର ଦେବୁ।”

ସିସ୍କୋର ସିଇଓ ଚକ୍ ରବିନ୍ସ କହିଛନ୍ତି, “ଜିଓ ପ୍ଲାଟଫର୍ମସ ଲିମିଟେଡ୍, ଏଏମଡିଏବଂ ନୋକିଆ ସହିତ ଏହି ସହଭାଗିତା ଶିଳ୍ପର ଅଭିଜ୍ଞତା ଓ ବିଶେଷଜ୍ଞତାର ଉପଯୋଗ କରିବ। ଟେଲିକମ୍ ଏଆଇ ପ୍ଲାଟଫର୍ମ କିପରି ଦକ୍ଷତା, ସୁରକ୍ଷା ବୃଦ୍ଧି କରିବ ଏବଂ ସେବା ପ୍ରଦାନକାରୀ ଗ୍ରାହକମାନଙ୍କ ପାଇଁ ନୂତନ ରାଜସ୍ୱ ଉତ୍ସ ଆଣିବ ତାହା ଦେଖିବା ପାଇଁ ବେଶ ଉତ୍ସାହିତ ରହିଛୁ।”

ନୋକିଆର ସଭାପତି ଏବଂ ସିଇଓ ପେକ୍କା ଲୁଣ୍ଡମାର୍କ କହିଛନ୍ତି: “ନୋକିଆ ଅନେକ କ୍ଷେତ୍ରରେ ଟେକ୍ନୋଲୋଜି ଲିଡର ରହିଛି ଯାହା ମଧ୍ୟରେ ରହିଛି ରାନ (ଆରଏଏନ), କୋର୍, ଫିକ୍ସଡ୍ ବ୍ରଡବ୍ୟାଣ୍ଡ, ଆଇପି ଓ ଅପ୍ଟିକାଲ୍ ଟ୍ରାନ୍ସପୋର୍ଟ ଇତ୍ୟାଦି। ଆମେ ଏହି ବ୍ୟାପକ ବିଶେଷଜ୍ଞତାକୁ ସହଭାଗିତା କରି ବେଶ ଆନନ୍ଦିତ। ଟେଲିକମ୍ ଏଆଇ ପ୍ଲାଟଫର୍ମ ଉନ୍ନତ ପ୍ରଦର୍ଶନ, ସୁରକ୍ଷା, ପରିଚାଳନା ଦକ୍ଷତା, ସ୍ୱୟଂଚାଳନା ଏବଂ ଏକ ଉତ୍ତମ ଗ୍ରାହକ ଅନୁଭୂତି ପ୍ରଦାନ କରିବ। ଏହି ସବୁ କୃତ୍ରିମ ବୁଦ୍ଧିମତ୍ତାର ଅପାର ଶକ୍ତି ମାଧ୍ୟମରେ ସମ୍ଭବ ହେବ। ମୁଁ ଗର୍ବିତ ଯେ ନୋକିଆ ଏହି କାର୍ଯ୍ୟରେ ଯୋଗଦାନ ଦେଉଛି।”

ଜେପିଏଲ, ଏଏମଡି, ସିସ୍କୋ ଏବଂ ନୋକିଆ ଦ୍ୱାରା ନିର୍ମିତ ହେବାକୁ ଯାଉଥିବା ନୂତନ ଓପନ ଟେଲିକମ୍ ଏଆଇ ପ୍ଲାଟଫର୍ମର ଆରମ୍ଭ ଜିଓ ନେଟୱାର୍କରୁ କରାଯିବ। ଏହାର ଅର୍ଥ ହେଉଛି ଜିଓ ଏହି ନୂତନ ପ୍ଲାଟଫର୍ମର ପ୍ରଥମ ଉପଭୋକ୍ତା ବା ବ୍ୟବହାରକାରୀ ହେବ।

ଜିଓ
Share. Facebook Twitter LinkedIn Email WhatsApp Copy Link

Related Posts

ସ୍ବାଧୀନତା ସଂଗ୍ରାମୀ ପଣ୍ଡିତ ନାରାୟଣଙ୍କ ୧୧୦ତମ ଜୟନ୍ତୀ ସମାରୋହ

December 10, 2025

ମତଦାନ କେନ୍ଦ୍ର ସୁବ୍ୟବସ୍ଥା କରଣ ନିମନ୍ତେ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଏବଂ ରାଜନୈତିକ ଦଳ ବୈଠକ

December 10, 2025

ସୋଆରେ ଆଇଏସ୍‌ପିପିଡି ର ଜାତୀୟ ସମ୍ମିଳନୀ: ଶିଶୁଙ୍କ ମୁଖ ସ୍ୱାସ୍ଥ୍ୟ ଉପରେ ଗୁରୁତ୍ୱ

December 10, 2025

ଓଡ଼ିଶାରେ ମଞ୍ଜୁର ହୋଇଥିବା 111ଟି ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ମଧ୍ୟରୁ 47ଟି କାର୍ଯ୍ୟକ୍ଷମ

December 10, 2025
Latest News

ସ୍ବାଧୀନତା ସଂଗ୍ରାମୀ ପଣ୍ଡିତ ନାରାୟଣଙ୍କ ୧୧୦ତମ ଜୟନ୍ତୀ ସମାରୋହ

December 10, 2025

ମତଦାନ କେନ୍ଦ୍ର ସୁବ୍ୟବସ୍ଥା କରଣ ନିମନ୍ତେ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଏବଂ ରାଜନୈତିକ ଦଳ ବୈଠକ

December 10, 2025

ସୋଆରେ ଆଇଏସ୍‌ପିପିଡି ର ଜାତୀୟ ସମ୍ମିଳନୀ: ଶିଶୁଙ୍କ ମୁଖ ସ୍ୱାସ୍ଥ୍ୟ ଉପରେ ଗୁରୁତ୍ୱ

December 10, 2025

ଓଡ଼ିଶାରେ ମଞ୍ଜୁର ହୋଇଥିବା 111ଟି ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ମଧ୍ୟରୁ 47ଟି କାର୍ଯ୍ୟକ୍ଷମ

December 10, 2025

ରୋକୋଙ୍କ ଦମଦାର ପ୍ରଦର୍ଶନ: ODIରେ ବିଶ୍ୱର ନମ୍ବର-୨ ହେଲେ ବିରାଟ, ଶୀର୍ଷରେ ରୋହିତ

December 10, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.