କଳିଙ୍ଗ ସାହିତ୍ୟ ସମାବେଶ ପକ୍ଷରୁ ସାହିତ୍ୟର ବିଭିନ୍ନ ବିଭାଗରେ କୃତିତ୍ବ ହାସଲ କରିଥିବା ସାହିତ୍ୟିକ ମାନଙ୍କୁ ପୁରସ୍କୃତ କରାଯିବା ନେଇ ଘୋଷଣା କରାଯାଇଛି। ସଙ୍ଗଠନର ବାର୍ଷିକ ଉତ୍ସବ ଅବସରରେ ଏହି ପୁରସ୍କାର ପ୍ରଦାନ କରାଯିବା ନେଇ ନିର୍ଦ୍ଦେଶକ ରଶ୍ମି ରଞ୍ଜନ ପରିଡା ସୂଚନା ଦେଇଛନ୍ତି। ଜୁଲାଇ ୧୯ରୁ ୨୧ ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ଚାରିଟି ବିଭାଗରେ ପୁରସ୍କୃତ କରାଯିବ। କଳିଙ୍ଗ ସାହିତ୍ୟ ପୁରସ୍କାର, କଳିଙ୍ଗ କାରୁବାକୀ ପୁରସ୍କାର, କଳିଙ୍ଗ ଅନ୍ତର୍ଜାତୀୟ ସାହିତ୍ୟିକ ପୁରସ୍କାର ଏବଂ କଳିଙ୍ଗ ଯୁବ ସାହିତ୍ୟିକ ପୁରସ୍କାର ପ୍ରଦାନ କରାଯିବ ବୋଲି ସୂଚନା ରହିଛି। କଳିଙ୍ଗ ସାହିତ୍ୟ ପୁରସ୍କାରର ଏହି ଷଷ୍ଠ ସଂସ୍କରଣରେ କଳିଙ୍ଗ ସାହିତ୍ୟିକ ପୁରସ୍କାର-୨୦୧୯ ପାଇଁ ରାଜେନ୍ଦ୍ର କିଶୋର ପଣ୍ଡା, ଅନ୍ତର୍ଜାତୀୟ ସାହିତ୍ୟିକ ପୁରସ୍କାର ବିଭାଗରେ ପବନ କେ ବର୍ମା, କଳିଙ୍ଗ କାରୁବାକୀ ବିଭାଗରେ ପାରୋ ଆନନ୍ଦ ଏବଂ ଯୁବ ସାହିତ୍ୟିକ ଭାବେ କେଦାର ମିଶ୍ରଙ୍କୁ ପୁରସ୍କୃତ କରାଯିବ। କିଟ୍ କ୍ୟାମ୍ପସ ପରିସରରେ ଅନୁଷ୍ଠିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ୨୫୦ରୁ ଅଧିକ ସାହିତ୍ୟିକ, ସିନେ ତାରକା ଏବଂ ଗଣମାଧ୍ୟମ ଅଧିକାରୀ ଅଂଶଗ୍ରହଣ କରିବେ।
କଳିଙ୍ଗ ସାହିତ୍ୟ ପୁରସ୍କାର-୨୦୧୯ ପାଇଁ ୪ ସାହିତ୍ୟିକଙ୍କ ନାମ ଘୋଷଣା
Published:
Jul 16, 2019, 2:04 pm IST
Tags: