
ଝାରସୁଗୁଡା: ଆଜି ହେଉଛି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଦିବସ। ସାରା ଓଡିଶାରେ ଏହି ମହାନ ପୁରୁଷଙ୍କ ଜୟନ୍ତୀ ପାଳନ କରାଯାଉଛି। ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ସହିତ ତାଙ୍କର ସ୍ମୃତିଚାରଣ କରାଯାଇଛି।
ସେହିପରି ଝାରସୁଗୁଡ଼ା ବଡ଼ମାଲରେ ପ୍ରବାଦ ପୁରୁଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳନ କରାଯାଇଛି। ଏଥିରେ ଝାରସୁଗୁଡାର ପୂର୍ବତନ ବିଧାୟିକା ଦୀପାଳି ଦାସ ଯୋଗ ଦେଇ ବିଜୁ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ଏଥିରେ ଝାରସୁଗୁଡାର ବହୁ କର୍ମି ଯୋଗଦେଇଥିଲେ।