
ନୂଆପଡ଼ା: ନୂଆପଡ଼ା ଜିଲ୍ଲା ଖଡ଼ିଆଳ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ “ନୂତନ ଅପରାଧିକ ଆଇନ ର କାର୍ଯ୍ୟକାରିତା” ସମ୍ପର୍କରେ ସଚେତନତା ସୃଷ୍ଟି ନେଇ ଆଲୋଚନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଅଧ୍ୟକ୍ଷ ପ୍ରଶାନ୍ତ କୁମାର ପଣ୍ଡା ସଭା ରେ ଅଧ୍ୟକ୍ଷତା କରି ସମାଜ ରେ ଦେଖାଯାଉଥିବା ସମସ୍ୟା, ସାଇବର ଅପରାଧ, ଠକେଇ ସମ୍ପର୍କରେ ସୂଚନା ଦେବା ସହ ନୂତନ ଆଇନ ର ବ୍ୟାବହାରିକ ଅବଗତ ହେବା ଦରକାର ବୋଲି କହିଥିଲେ।
ଖଡିଆଳ ଥାନା ଅଧିକାରୀ ଦିଲ୍ଲୀପ କୁମାର ସାହୁ ଏବଂ ପୋଲିସ କର୍ମଚାରୀମାନେ ଛାତ୍ରଛାତ୍ରୀଙ୍କୁ ମୋବାଇଲର ସଠିକ ଉପଯୋଗୀତା ସଂପର୍କରେ ଆଲୋଚନା କରିଥିଲେ। ବିଭିନ୍ନ ଅସାମାଜିକ ଠକେଇ, ଅର୍ଥ ଆତ୍ମସାତ ରୁ ନିଜକୁ ସୁରକ୍ଷିତ ରଖିବା କେତେ ଜରୁରୀ ସେ ବିଷୟରେ ଦିଲ୍ଲୀପ ସାହୁ ବିଭିନ୍ନ ଉଦାହରଣ ଦ୍ୱାରା ଛାତ୍ରଛାତ୍ରୀ ଙ୍କୁ ଅବଗତ କରାଇଥିଲେ।
ଉକ୍ତ କାର୍ଯ୍ୟକ୍ରମରେ ଯୁକ୍ତ ଦୁଇ ଅଧ୍ୟକ୍ଷ ଡ଼ ରଣବୀର ସିଂ ମଧ୍ୟ ଅପରାଧୀକ ଆଇନ ର ଗୁରୁତ୍ୱ ବିଷୟରେ ସଂକ୍ଷିପ୍ତ ମନ୍ତବ୍ୟ ପ୍ରଦାନ କରିଥିଲେ ।ଛାତ୍ର କଲ୍ୟାଣ ଅଧିକାରୀ ଅଧ୍ୟାପିକା ଡ଼ ଗୀତାଶ୍ରୀ ପ୍ରିୟମ୍ବଦା ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଉକ୍ତ ସଚେତନ ମୂଳକ କାର୍ଯ୍ୟକ୍ରମ ରେ ଅଧ୍ୟାପିକା ନେଇନା ପ୍ରଧାନ, ଅର୍ଚ୍ଚନା ଚଲାନ , ନିକିତା କାଣ୍ଡ, ବୀଣା ମେହେର ପ୍ରମୁଖ ଯୋଗ ଦେଇଥିବା ବେଳେ ଛାତ୍ର ଛାତ୍ରୀ।