Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଏମଡବ୍ଲୁସି ୨୦୨୫ରେ ଭାରତର ଟେଲିକମ ରୂପାନ୍ତରୀକରଣକୁ ଦର୍ଶାଇଲେ କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ
ଆଜିର ଖବର

ଏମଡବ୍ଲୁସି ୨୦୨୫ରେ ଭାରତର ଟେଲିକମ ରୂପାନ୍ତରୀକରଣକୁ ଦର୍ଶାଇଲେ କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ

March 6, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ସ୍ପେନର ବାର୍ସେଲୋନାରେ ଅନୁଷ୍ଠିତ ବିଶ୍ୱ ମୋବାଇଲ କଂଗ୍ରେସ (ଏମଡବ୍ଲୁସି) ପରିଦର୍ଶନ କରିଛନ୍ତି କେନ୍ଦ୍ର ଯୋଗାଯୋଗ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ। ବିଶ୍ୱର ସର୍ବବୃହତମ ମୋବାଇଲ ଓ ଟେଲି ଯୋଗାଯୋଗ କ୍ଷେତ୍ରର ସମ୍ମିଳନୀରେ ଉଚ୍ଚସ୍ତରୀୟ ସିଇଓମାନଙ୍କ ସହ କଥା ହେବା ସହ ଗୁରୁତ୍ୱପୂର୍ଣ୍ଣ ଅଧିବେସନରେ ସେ ଯୋଗ ଦେଇଥିଲେ। ଏହି ବିଶ୍ୱ ମୋବାଇଲ କଂଗ୍ରେସରେ ୫ଜି କ୍ଷେତ୍ରରେ ଭାରତର ଦ୍ରୁତ ଅଭିବୃଦ୍ଧି, ବିଶ୍ୱର ସବୁଠାରୁ ଶସ୍ତା ଡାଟା ମୂଲ୍ୟ, ସ୍ୱଦେଶୀ ୪ଜି/୫ଜି ସାଇବର ସୁରକ୍ଷା ପଦକ୍ଷେପ ପରି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରାଯାଇଥିଲା।

ଭାରତର ଟେଲିକମ କ୍ଷେତ୍ରରେ ବିପ୍ଲବ ଓ ଟେକ ଗଭର୍ଣ୍ଣାନ୍ସ କ୍ଷେତ୍ରରେ ପ୍ରତିବଦ୍ଧତା ନେଇ ଏହି ବିଶ୍ୱ ମୋବାଇଲ କଂଗ୍ରେସ (ଏମଡବ୍ଲୁସି) ୨୦୨୫ରେ ଆଲୋଚନା କରାଯାଇଥିଲା। ‘ଗ୍ଲୋବାଲ ଟେକ ଗଭର୍ଣ୍ଣାନ୍ସ : ରାଇଜିଂ ଟୁ ଦି ଚ୍ୟାଲେଞ୍ଜ’ ଏବଂ ‘ଆଣ୍ଡ ବାଲାନ୍ସିଂ ଇନୋଭେସନ ଆଣ୍ଡ ରେଗୁଲେସନ : ଗ୍ଲୋବାଲ ପରସ୍ପେକଟିଭସ ଅନ ଟେଲିକମ ପଲିସି’ ଉପରେ ଆହୂତ ସ୍ୱତନ୍ତ୍ର ଅଧିବେସନରେ ବିଭାଗୀୟ ମନ୍ତ୍ରୀ ଉଦବୋଧନ ଦେଇଥିଲେ।

ଏହି ଅବସରରେ ଭାରତର ଟେକ ଗଭର୍ଣ୍ଣାନ୍ସ ପାଇଁ ନବୀନ ପ୍ରକ୍ରିୟା, ସମୂହତା, ସ୍ଥାୟିତ୍ୱ ଓ ବିଶ୍ୱାସ ଜରୁରୀ ବୋଲି ମନ୍ତ୍ରୀ କହିଥିଲେ। ଦେଶର ନାଗରିକଙ୍କ ସୁବିଧା ପାଇଁ କାମ କରୁଥିବା ଆଧାର ଓ ଭାରତ ନେଟର ସଫଳତା ଉପରେ ବିଭାଗୀୟ ମନ୍ତ୍ରୀ ଆଲୋକପାତ କରିଥିଲେ। ଭାରତର ନବୀନ ପ୍ରକ୍ରିୟା ଉପରେ ରହିଥିବା ଚାରିଟି ଦିଗ ଉପରେ ମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ। ସ୍ପେକ୍ଟ୍ରମ ପରିଚାଳନା, ବଜାର ସ୍ଥାୟିତ୍ୱ, ଟେଲିକମ ନିୟମ, ଖାଉଟିଙ୍କ ଲାଗି ସାଇବର ସୁରକ୍ଷା ପରି ବିଭିନ୍ନ ଦିଗରେ ଉପରେ ମନ୍ତ୍ରୀ ଆଲୋକପାତ କରିଥିଲେ।

ବିଶ୍ୱ ମୋବାଇଲ କଂଗ୍ରେସ (ଏମଡବ୍ଲୁସି)ରେ ଭାରତ ସରକାରଙ୍କ ଟେଲି କମ୍ୟୁନିକେସନ ମନ୍ତ୍ରଣାଳୟର ସହଯୋଗ କ୍ରମେ ଟେଲିକମ ଇକ୍ୟୁପମେଂଟ ଆଣ୍ଡ ସର୍ଭିସେସ ଏକ୍ସପୋର୍ଟ ପ୍ରମୋସନ କାଉନସିଲ (ଟିଇପିସି) ଦ୍ୱାରା କରାଯାଇଥିବା ଭାରତ ପାଭିଲିୟନକୁ ବିଭାଗୀୟ ମନ୍ତ୍ରୀ ଉଦଘାଟନ କରିଥିଲେ। ଏହି ପାଭିଲିୟନରେ ହାର୍ଡବେୟାର ଓ ସଫ୍ଟବେୟାର କ୍ଷେତ୍ରରେ ଭାରତର ବଛା ବଛା ୩୮ଟି ଟେଲିକମ ଯନ୍ତ୍ରାଂଶ ପ୍ରସ୍ତୁତକାରୀ କମ୍ପାନୀ ଅଂଶଗ୍ରହଣ କରିଥିଲେ।

ଭାରତ ପାଭିଲିୟନ ଗସ୍ତ ଅବସରରେ ଭିଭିଡିଏନ ଦ୍ୱାରା ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଏଆଇ ପର୍ଯବସିତ ବାଇଫାଇ-୭କୁ ବିଭାଗୀୟ ମନ୍ତ୍ରୀ ଲୋକାର୍ପଣ କରିଥିଲେ। ମେଟା, ଗୁଗୁଲ କ୍ଲାଉଡ ପରି ବୁଥକୁ ବି ମନ୍ତ୍ରୀ ପରିଦର୍ଶନ କରିଥିଲେ।

କ୍ୱାଲକମ, ସିସକୋ, ମାଭେନିର, ଏରିକସନ, ନୋକିଆ, ଏଏମଡି, ଏଟି ଆଣ୍ଡ ଟି, ଏୟାରଟେଲ, ବିଏସଏନଏଲ, ସିଡିଓଟି, ଟିଇପିସି ପରି ବିଶ୍ୱର ଶ୍ରେଷ୍ଠ କମ୍ପାନୀର ସିଇଓମାନଙ୍କ ସହ ସମ୍ପୃକ୍ତ ମନ୍ତ୍ରୀ ବି ଆଲୋଚନା କରିଥିଲେ। ଏଫସିସି ସହ ସେ ଦ୍ୱିପାକ୍ଷିକ ଆଲୋଚନା ବି କରିଥିଲେ।

ଆନ୍ତର୍ଜାତିକ ସହଭାଗିତା, ଟେଲିକମ ସେକ୍ଟରରେ ପୁଞ୍ଜି ନିବେଶ, ବୈଶ୍ୱିକ ଯୋଜନାର ରୂପାୟନ ପରି ବିଭିନ୍ନ କ୍ଷେତ୍ରରେ ସମ୍ପୃକ୍ତ ମନ୍ତ୍ରୀ ଆଲୋଚନା କରିଥିଲେ।

ବିଶ୍ୱ ମୋବାଇଲ କଂଗ୍ରେସ (ଏମଡବ୍ଲୁସି) ୨୦୨୫

କନଭର୍ଜ, କନେକ୍ଟ, କ୍ରିଏଟ ଥିମ ଉପରେ ବିଶ୍ୱ ମୋବାଇଲ କଂଗ୍ରେସ ପର୍ଯ୍ୟବସିତ ଥିଲା। ବାର୍ସେଲୋନାରେ ମାର୍ଚ୍ଚ ୩ରୁ ମାର୍ଚ୍ଚ ୬ ଯାଏ ଏହି କଂଗ୍ରେସ ଅନୁଷ୍ଠିତ ହେଉଛି। ଏଥିରେ ୧୦୧ ହଜାର ଅଂଶଗ୍ରହଣକାରୀ, ୨୭୦୦ ପ୍ରଦର୍ଶନକାରୀ, ୨୦୦ ଦେଶରୁ ନେତୃତ୍ୱ ଯୋଗ ଦେଇଥିଲେ। ୫ଜି, ଏଆଇ, ଆଇଓଟି ଓ ଡିଜିଟାଲ ରୂପାନ୍ତରୀକରଣ ପରି ବିଭିନ୍ନ କ୍ଷେତ୍ରରେ ଏହି କଂଗ୍ରେସରେ ଆଲୋଚନା କରାଯାଇଥିଲା। ୧୨୦୦ ବକ୍ତା, କାର୍ଯ୍ୟ ନିର୍ବାହୀ,  ଯୋଜନା ପ୍ରଣୟନକାରୀ ଏହି କଂଗ୍ରେସରେ ଅଂଶଗ୍ରହଣ କରିଥିଲେ। ଏହି ଅବସରରେ ୫ଜି, ଏଆଇ ପ୍ଲସ, କନେକ୍ଟ ଏକ୍ସ, ଡିଜିଟାଲ ଡିଏନଏ ଉପରେ ଆଲୋଚନା କରାଯାଇଥିଲା।

ଏମଡବ୍ଲୁସି ୨୦୨୫ ଜ୍ୟୋତିରାଦିତ୍ୟ ସିନ୍ଧିଆ ଭାରତର ଟେଲିକମ ରୂପାନ୍ତରୀକରଣ
Share. Facebook Twitter LinkedIn Email WhatsApp Copy Link

Related Posts

ହସ୍ତତନ୍ତ କ୍ଷେତ୍ରରେ ଉତ୍କୃଷ୍ଟ ଯୋଗଦାନ ପାଇଁ ୫ ଜଣ ପାଇବେ ସନ୍ଥ କବୀର ପୁରସ୍କାର

July 22, 2025

ପୁରୀ ହୋଟେଲ ବୁକିଂ ଜାଲିଆତି ଘଟଣା: ରାଜସ୍ଥାନର ଦୁଇ ଅପରାଧୀଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ

July 22, 2025

ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ଶପଥ ଗ୍ରହଣ କଲେ ଜଷ୍ଟିସ ମାନସ ରଞ୍ଜନ ପାଠକ

July 22, 2025

ନାବାଳିକା ଦେହରେ  ନିଆଁ ଲଗାଇଦେବା ଘଟଣା: ବଳଙ୍ଗା ପୁଲିସଠାରୁ ସମସ୍ତ ତଥ୍ୟ ସଂଗ୍ରହ କଲା କ୍ରାଇମବ୍ରାଞ୍ଚ

July 22, 2025
Latest News

ହସ୍ତତନ୍ତ କ୍ଷେତ୍ରରେ ଉତ୍କୃଷ୍ଟ ଯୋଗଦାନ ପାଇଁ ୫ ଜଣ ପାଇବେ ସନ୍ଥ କବୀର ପୁରସ୍କାର

July 22, 2025

ପୁରୀ ହୋଟେଲ ବୁକିଂ ଜାଲିଆତି ଘଟଣା: ରାଜସ୍ଥାନର ଦୁଇ ଅପରାଧୀଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ

July 22, 2025

ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ଶପଥ ଗ୍ରହଣ କଲେ ଜଷ୍ଟିସ ମାନସ ରଞ୍ଜନ ପାଠକ

July 22, 2025

ନାବାଳିକା ଦେହରେ  ନିଆଁ ଲଗାଇଦେବା ଘଟଣା: ବଳଙ୍ଗା ପୁଲିସଠାରୁ ସମସ୍ତ ତଥ୍ୟ ସଂଗ୍ରହ କଲା କ୍ରାଇମବ୍ରାଞ୍ଚ

July 22, 2025

ପେଟ୍ରୋଲିୟମ୍‌ ସଂଘର ଆଲୋଚନା ପରେ ବଡ଼ ନିଷ୍ପତ୍ତି: ସମ୍ପୂର୍ଣ୍ଣ ନିଷେଧ ହେଲା ପ୍ଲାଷ୍ଟିକ ବୋତଲରେ ପେଟ୍ରୋଲ ବିକ୍ରୟ କରିବା

July 22, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.