Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»‘ଓଡ଼ିଶା ୱିମେନ ଏକ୍ସଲେନ୍ସ ଆୱାର୍ଡ’ର 5ମ ସଂସ୍କରଣ: ପୁରସ୍କୃତ ହେଲେ 24 ନାରୀ ପ୍ରତିଭା
ଆଜିର ଖବର

‘ଓଡ଼ିଶା ୱିମେନ ଏକ୍ସଲେନ୍ସ ଆୱାର୍ଡ’ର 5ମ ସଂସ୍କରଣ: ପୁରସ୍କୃତ ହେଲେ 24 ନାରୀ ପ୍ରତିଭା

March 6, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ବ୍ରାଇଟ ଓଡ଼ିଶା ଫାଉଣ୍ଡେସନ ଓ ପରିଚୟ ଫାଉଣ୍ଡେସନର ମିଳିତ ଆନୁକୂଲ୍ୟରେ ‘ଓଡ଼ିଶା ୱିମେନ ଏକ୍ସଲେନ୍ସ ଆୱାର୍ଡ -2025 (ଓଡ଼ିଶା ମହିଳା ଉତ୍କର୍ଷ ସମ୍ମାନ-2025)’ ସ୍ଥାନୀୟ ଜୟଦେବ ଭବନ ଠାରେ ଆୟୋଜିତ ହୋଇଯାଇଛି। ପୂର୍ବ ବର୍ଷ ପରି ବିଭିନ୍ନ କ୍ଷେତ୍ରରେ ସଫଳତା ହାସଲ କରିଥିବା ନାରୀ ପ୍ରତିଭାମାନଙ୍କୁ ସମ୍ମାନିତ କରାଯାଇଥିଲା। ଓଡ଼ିଶାର କୋଣ ଅନୁକୋଣରୁ ମହିଳା ପ୍ରତିଭାମାନଙ୍କୁ ଖୋଜି ସେମାନଙ୍କୁ ସମ୍ମାନିତ କରିବାରେ ବ୍ରାଇଟ ଓଡିଶା ଫାଉଣ୍ଡେସନ ଓ ପରିଚୟ ଫାଉଣ୍ଡେସନ ନିରନ୍ତର କାର୍ଯ୍ୟରତ।

ଏହି ମର୍ଯ୍ୟାଦାଜନକ ପୁରସ୍କାର ଉତ୍ସବର 5ମ ସଂସ୍କରଣରେ ମୁଖ୍ୟ ଅତିଥି ରୂପେ ଏକାମ୍ର ଭୁବନେଶ୍ୱର ବିଧାୟକ ବାବୁ ସିଂ, ସମ୍ମାନିତ ଅତିଥି ରୂପେ ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର ଏବଂ ବିଜେପିର ବରିଷ୍ଠ ନେତା ଜଗନ୍ନାଥ ପ୍ରଧାନ,ଅନ୍ୟତମ ଅତିଥି ରୂପେ କଲ୍ୟାଣ ଫାଉଣ୍ଡେସନ ସଭାପତି ସୌମିତ୍ର ଲେଙ୍କା, ଜଣାଶୁଣା ଅଭିନେତା ତଥା ବିଜେପିର ଯୁବ ଚେହେରା ଶ୍ରୀତମ ଦାସ, ବରିଷ୍ଠ ପ୍ରଯୋଜକ ସଞ୍ଜୟ ନାୟକ, ବ୍ରାଇଟ ଓଡିଶା ଫାଉଣ୍ଡେସନର ପ୍ରତିଷ୍ଠାତା ସଭାପତି ସଞ୍ଜୟ ମହାକୁଡ଼ ଓ ମୁଖ୍ୟ ପରାମର୍ଶଦାତା ଡ. ରୋଜାଲିନ ପାଟଶାଣୀ ମିଶ୍ର ଓ ନିର୍ଦ୍ଦେଶିକା ଶୁଚିସ୍ମିତା ପୃଷ୍ଟି ପ୍ରମୁଖ ଯୋଗ ଦେଇଥିଲେ। ଚଳିତ ବର୍ଷ ବିଭିନ୍ନ କ୍ଷେତ୍ରରେ ମୋଟ 24 ଜଣ ସଫଳ ନାରୀ ପ୍ରତିଭାଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା।

ସାହିତ୍ୟ କ୍ଷେତ୍ରରେ ଡ. ଅପର୍ଣ୍ଣା ମହାନ୍ତି, ଆଧ୍ୟାତ୍ମିକ କ୍ଷେତ୍ରରେ ବର୍ଷା ମହାନନ୍ଦା, ସଙ୍ଗୀତରେ ଦୀପ୍ତିରେଖା ପାଢ଼ୀ, ଅନ୍ତର୍ଜାତୀୟ ବିମାନସେବା କ୍ଷେତ୍ରରେ ପ୍ରିୟ ଦର୍ଶିନୀ ପଟ୍ଟନାୟକ, ଟିଭି କଳାକାର ଏଲି ପାଢ଼ୀ, କଳା ସଂସ୍କୃତି କ୍ଷେତ୍ରରେ ସାଗରିକା ମହାନ୍ତି, ଫ୍ୟାସନ ଡିଜାଇନିଙ୍ଗରେ ରୋମୀ ଦାସ, ରାଜନୀତିରେ ପିଙ୍କି ପ୍ରଧାନ, କ୍ୟାନ୍ସର ଯୋଦ୍ଧା ଲିଲି ଜେନାମଣି, ସମାଜସେବୀ ଇତିଶ୍ରୀ ମିଶ୍ର, ସାମ୍ବାଦିକା ସ୍ଵାତୀ ଜେନା, କ୍ରୀଡାରେ ଶ୍ରାବଣୀ ନନ୍ଦ, ସାମାଜିକ କର୍ମୀ ସୋନା ମଲ୍ଲିକ, ୟୁଟ୍ୟୁବ ସେନସେସନ ରୋମ୍ୟାଞ୍ଜଳି, ଅନ୍ତର୍ଜାତୀୟ ପ୍ରଚ୍ଛଦପଟ୍ଟ ଗାୟିକା ଡ. ସନ୍ଧ୍ୟା ପଟ୍ଟନାୟକ, ଡିଜିଟାଲ ମିଡ଼ିଆ କ୍ରିଏଟର ସୁଶ୍ରୀ ସଂଗୀତା ସାହୁ, ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏସ. ସୁସ୍ମିତା କୁମାରୀ, ମଞ୍ଚ, ରେଡ଼ିଓ ଓ ଟିଭି ଉପସ୍ଥାପିକା ଆର ଜେ ଗୁଡି, ଅଭିନେତ୍ରୀ ଭୂମିକା ଦାଶ, ଉଦୀୟମାନ କଣ୍ଠଶିଳ୍ପୀ ଲିପ୍ସା ମହାପାତ୍ର, ପରିବେଶବିତ୍ ମୋନାଲିସା ନାୟକ, ବାସ୍ତୁଶିଳ୍ପୀ ଓ ସ୍ଥାପତ୍ୟ କଳାରେ ମନୀଷା ଡୁଙ୍ଗ ଡୁଙ୍ଗ, ସଫଳ ନାରୀ ଉଦ୍ୟୋଗୀ ଦେବସ୍ମିତା ମହାନ୍ତି, ରାଜନୀତି ପ୍ରବକ୍ତା ଜୟଶ୍ରୀ ପାତ୍ର ପ୍ରମୁଖ ପୁରସ୍କୃତ ହୋଇଥିଲେ।

ପ୍ରଚାର ମୁଖ୍ୟ ଓ ଉତ୍ସବ ନିର୍ଦ୍ଦେଶକ ଥିଲେ ହରପ୍ରସାଦ ମହାପାତ୍ର। ଇଭେଣ୍ଟ ପରିଚାଳନା କରିଥିଲେ ‘ଗ୍ଲାମର 77’। ପରିଚାଳନାରେ ସହଯୋଗ କରିଥିଲେ ସନ୍ତୋଷ ପ୍ରଧାନ ଓ ମନୋଜ ଦାସ । ମଞ୍ଚ ସଂଚଳନା କରିଥିଲେ ଶୁଭଜିତ ପଣ୍ଡା।

ପରିଚୟ ଫାଉଣ୍ଡେସନ
Share. Facebook Twitter LinkedIn Email WhatsApp Copy Link

Related Posts

ଘୂର୍ଣ୍ଣିବଳୟ ପ୍ରଭାବରେ ଆଜି ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା: ଏହି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

October 21, 2025

‘ବିଶ୍ୱକପ୍ ଜିତିବାକୁ ଚାହୁଁଥିଲେ, ଗମ୍ଭୀର, ଅଗରକରଙ୍କୁ ହଟାଅ…’: ସିଦ୍ଧୁଙ୍କ ଭାଇରାଲ ପୋଷ୍ଟରେ ବଢିଲା ବିବାଦ

October 21, 2025

ଜେନେଭାଠାରେ ଅନୁଷ୍ଠିତ ମିଳିତ ଜାତିସଙ୍ଘର କାର୍ମଶାଳାରେ ଯୋଗ ଦେଲେ ଅପରାଜିତା ଷଡଙ୍ଗୀ

October 21, 2025

ନୂଆପଡା ବିଧାନସଭା ଉପନିର୍ବାଚନ: ନାମାଙ୍କନ ପତ୍ର ଦାଖଲ କଲେ ୧୭ ପ୍ରାର୍ଥୀ

October 21, 2025
Latest News

ଘୂର୍ଣ୍ଣିବଳୟ ପ୍ରଭାବରେ ଆଜି ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା: ଏହି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

October 21, 2025

‘ବିଶ୍ୱକପ୍ ଜିତିବାକୁ ଚାହୁଁଥିଲେ, ଗମ୍ଭୀର, ଅଗରକରଙ୍କୁ ହଟାଅ…’: ସିଦ୍ଧୁଙ୍କ ଭାଇରାଲ ପୋଷ୍ଟରେ ବଢିଲା ବିବାଦ

October 21, 2025

ଜେନେଭାଠାରେ ଅନୁଷ୍ଠିତ ମିଳିତ ଜାତିସଙ୍ଘର କାର୍ମଶାଳାରେ ଯୋଗ ଦେଲେ ଅପରାଜିତା ଷଡଙ୍ଗୀ

October 21, 2025

ନୂଆପଡା ବିଧାନସଭା ଉପନିର୍ବାଚନ: ନାମାଙ୍କନ ପତ୍ର ଦାଖଲ କଲେ ୧୭ ପ୍ରାର୍ଥୀ

October 21, 2025

ବିହାର ନିର୍ବାଚନ: ପ୍ରଥମ ପର୍ଯ୍ୟାୟ ପାଇଁ ନାମାଙ୍କନ ପ୍ରକ୍ରିୟା ଶେଷ, ଜାଣନ୍ତୁ ଏବେ ରହିଲେ କେତେ ପ୍ରାର୍ଥୀ?

October 21, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.