Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ ଏକାଡେ଼ମୀ ଶିକ୍ଷାନବୀଶ ଦୀକ୍ଷାନ୍ତ ସମାରୋହରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ
ଆଜିର ଖବର

ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ ଏକାଡେ଼ମୀ ଶିକ୍ଷାନବୀଶ ଦୀକ୍ଷାନ୍ତ ସମାରୋହରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ

March 7, 2025No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ପୋଲିସ ଚାକିରିରେ ନିଜର ବ୍ୟକ୍ତିଗତ ଜୀବନରେ ଅନେକ ତ୍ୟାଗ ଦେବାକୁ ପଡିଥାଏ। ସାଧାରଣତ ଗରିବ, ମହିଳା ଏବଂ ପିଲାମାନଙ୍କର ସୁରକ୍ଷା ପୋଲିସ ଉପରେ ନିର୍ଭର କରେ। ୟୁନିଫର୍ମ ସର୍ଭିସ୍ କୁ ଗର୍ବ ଏବଂ ଜନସାଧାରଣଙ୍କ ସେବାର ଏକ ମାଧ୍ୟମ ଭାବେ ଗ୍ରହଣ କରିବାକୁ ଆପଣମାନଙ୍କୁ ସଦା ସର୍ବଦା ପ୍ରସ୍ତୁତ ହେବାକୁ ପଡିବ ଓ ସାଧାରଣ ଲୋକମାନଙ୍କର ବିଶ୍ଵାସ ଭାଜନ ହେବାକୁ ପଡିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଭୁବନେଶ୍ୱର ସ୍ଥିତ ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ ଏକାଡେ଼ମୀରେ ଅନୁଷ୍ଠିତ ୮ମ ଉପ-ଆରକ୍ଷୀ ଅଧିକ୍ଷକ ଓ ୧୨ତମ ଆରକ୍ଷୀ ଉପ-ନିରୀକ୍ଷକ ଶିକ୍ଷାନବୀଶ ଦୀକ୍ଷାନ୍ତ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି କହିଛନ୍ତି।

ଅନୁଷ୍ଠିତ ଦୀକ୍ଷାନ୍ତ ସମାରୋହରେ ମୁଖ୍ୟମନ୍ତ୍ରୀ ରାଜ୍ୟ ପୋଲିସ ଏକାଡେ଼ମୀ ପଡିଆରେ ସମ୍ମିଳିତ ପାସିଙ୍ଗ ଆଉଟ ପ୍ୟାରେଡ଼ରେ ଅଭିବାଦନ ଗ୍ରହଣ କରିବା ସହିତ ମୌଳିକ ତାଲିମ ସମ୍ପୂର୍ଣ୍ଣ କରିଥିବା ୪ ଜଣ ଉପ-ଆରକ୍ଷୀ ଅଧିକ୍ଷକ ଓ ୧୭୧ ଜଣ ଆରକ୍ଷୀ ଉପ-ନିରୀକ୍ଷକ ଶିକ୍ଷାନବୀଶ ମାନଙ୍କ ମଧ୍ୟରୁ ଶ୍ରେଷ୍ଠତ୍ଵ ପ୍ରଦର୍ଶନ କରିଥିବା ଶିକ୍ଷାନବୀଶ ମାନଙ୍କୁ ମଧ୍ୟ ପୁରସ୍କୃତ କରିଥିଲେ।

ମୁଖ୍ୟମନ୍ତ୍ରୀ ଶିକ୍ଷାନବୀଶ ମାନଙ୍କୁ ଉଦବୋଧନ ଦେଇ କହିଥିଲେଯେ, ଆଜି ଠାରୁ ଆପଣମାନଙ୍କ ଜୀବନରେ ଏକ ନୂତନ ଅଧ୍ୟାୟ ଆରମ୍ଭ ହେବାକୁ ଯାଉଛି। ୨୦୩୬ ସୁଦ୍ଧା ଏକ ସମୃଦ୍ଧ ଓଡିଶା ଗଠନ କରିବା ପାଇଁ ଆମ ସରକାର ଶପଥ ନେଇଛନ୍ତି, ସେ ଦିଗରେ ଆପଣମାନେ ମୁଖ୍ୟ ଭୂମିକା ତୁଲାଇବେ। ଏହି ଦାୟିତ୍ଵରେ ଆଜିଠାରୁ ଆପଣମାନେ ସମସ୍ତେ ସାମିଲ ହେଲେ।

ଆଗାମୀ ଦିନରେ ଦୈନନ୍ଦିନ କାର୍ଯ୍ୟରେ ସାଧାରଣ ଜନତାଙ୍କୁ ଉତ୍ତମ ସେବା, ଅପରାଧ ନିୟନ୍ତ୍ରଣ ଓ ଅନୁସନ୍ଧାନର ଦକ୍ଷତା, ନ୍ୟାୟ ପ୍ରଦାନ, ଜନତାଙ୍କ ସୁରକ୍ଷା, ଆଇନ୍ ଶୃଙ୍ଖଳା ରକ୍ଷା, ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ଓ ମାଓବାଦୀ ଦମନ ଇତ୍ୟାଦି କ୍ଷେତ୍ରରେ ଆପଣମାନେ ପୋଲିସ ବାହିନୀର ନେତୃତ୍ଵ ନେବେ। ଆଜିଠାରୁ, ଆପଣମାନେ କଠିନ ରୁ କଠିନ ଆହ୍ଵାନ ଗୁଡିକ ପାଇଁ ପ୍ରସ୍ତୁତ ହେବା ଉଚିତ। ମୁଁ ଦୃଢ ନିଶ୍ଚିତ ଯେ ଆପଣମାନଙ୍କ ଦକ୍ଷତା, ବିଶେଷ ଭାବରେ ମାଓବାଦୀ ବିରୋଧୀ ଅଭିଯାନରେ ଓଡିଶା ପୋଲିସକୁ ଆହୁରି ଶକ୍ତିଶାଳୀ କରିବ ଏବଂ ସାଇବର ଅପରାଧର ମୂଳୋତ୍ପାଟନ କରିବାରେ ସକ୍ଷମ ହେବ ବୋଲି ସେ କହିଥିଲେ।

ଏହି ଅବସରରେ ସେ କହିଥିଲେଯେ, ବର୍ତ୍ତମାନ ସମୟ ଅତି ଦ୍ରୁତ ଗତିରେ ବଦଳୁଛି। ଆଜି କାଲି ଅପରାଧୀମାନେ ମଧ୍ୟ ହାଇ-ଟେକ୍ ହେଉଛନ୍ତି। ଏପରି ଅପରାଧକୁ ରୋକିବା ପାଇଁ ପୋଲିସ ବଳକୁ ମଧ୍ୟ ଆଧୁନିକ ତଦନ୍ତ ପ୍ରକ୍ରିୟା ଏବଂ ଟେକନୋଲଜି ଆପଣାଇବା ଆବଶ୍ୟକ। ମୁଁ ଅତ୍ୟନ୍ତ ଖୁସି ଯେ ଓଡିଶା ପୋଲିସ ଏପରି ଅନେକ ବ୍ଳାଇଣ୍ଡ କେସକୁ ନିଜ ବୁଦ୍ଧିମତା, ତଦନ୍ତ ଟେକନିକ ପ୍ରୟୋଗ କରି ଅପରାଧୀକୁ ଖୁବ ଅଳ୍ପ ସମୟରେ ଧରିବାକୁ ସମର୍ଥ ହୋଇଛନ୍ତି।

ସେ ପୁଣି କହିଥିଲେ ପୋଲିସର ଆଧୂନିକୀକରଣ ଓ ପୋଲିସ ବ୍ୟବସ୍ଥାର ସଂସ୍କାର ପାଇଁ ଆମ ସରକାର ପ୍ରତିଶୃତିବଦ୍ଧ। ପୋଲିସ କର୍ମଚାରୀଙ୍କ ବିଭିନ୍ନ ଅଭାବ ଅସୁବିଧା ସମ୍ପର୍କରେ ଆମ ସରକାର ଅବଗତ ଅଛନ୍ତି। ପୋଲିସ ପାଇଁ କଲ୍ୟାଣମୂଳକ ପଦକ୍ଷେପ ନେବାପାଇଁ ଆମ ସରକାର ଯତ୍ନବାନ ରହିବେ। ଲୋକବଳ ଅଭାବରୁ ପୋଲିସ ଚାପଗ୍ରସ୍ତ ରହୁଥିବାରୁ ତାକୁ ଦୂର କରିବାପାଇଁ ଆମେ ଆବଶ୍ୟକ ପଦକ୍ଷେପ ନେଉଛୁ। ପୋଲିସ ପ୍ରଶିକ୍ଷଣକୁ ଆହୁରି ଗତିଶୀଳ ଓ ଲୋକାଭିମୁଖୀ କରିବା ପାଇଁ ଆଗାମୀ ଦିନରେ ତାଲିମ ଭିତ୍ତିଭୂମି ବିକାଶ ପାଇଁ ବିଶେଷ ଧ୍ୟାନ ଦିଆଯିବ।

ପୋଲିସ ସେବାରେ ବିଭିନ୍ନ ଜିଲ୍ଲାରେ ଦୀର୍ଘ ଦିନ ଧରି ଖାଲି ପଡିଥିବା ସମସ୍ତ ପଦ ପଦବୀ ଗୁଡିକୁ ପୂର୍ଣ୍ଣ କରିବା ପାଇଁ ଆମ ସରକାର ଚେଷ୍ଟିତ ଅଛନ୍ତି ଏବଂ ନୂତନ ପଦବୀ ସୃଷ୍ଟି କରିବାକୁ ମଧ୍ୟ ପଦକ୍ଷେପ ନେଉଛନ୍ତି। ବର୍ତ୍ତମାନ ଆମ ପୋଲିସ ସେବାକୁ ଆହୁରି ଯୁଗୋପଯୋଗୀ ଓ ଦୃଢ ହେବାକୁ ପଡିବ ଏଣୁ ପ୍ରତ୍ୟେକ ଆରକ୍ଷୀ ଉପ-ନିରୀକ୍ଷକ ମାନଙ୍କୁ ମୋଟର ସାଇକେଲ, ଲାପଟପ, ମୋବାଇଲ ଫୋନ ଓ ପେନଡ୍ରାଇଭ ଯୋଗାଇ ଦିଆଯିବ ଏବଂ ସେମାନଙ୍କ ସାମର୍ଥ୍ୟ ବୃଦ୍ଧି ପାଇଁ ସମସ୍ତ ପ୍ରକାର ସରକାରୀ ସହାୟତା ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ନିଜ ଅଭିଭାଷଣରେ କହିଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେଯେ, ସବୁବେଳେ ନିଜ ଡ୍ୟୁଟି ପ୍ରତି truthful ହେବା ଆବଶ୍ୟକ। ଦୁର୍ନୀତି, ଜାଣିଶୁଣି କର୍ତ୍ତବ୍ୟରେ ଅବହେଳା କିମ୍ବା କ୍ଷମତାର ଅପବ୍ୟବହାରକୁ କେବେହେଲେ ବରଦାସ୍ତ କରାଯିବ ନାହିଁ। ମୁଁ, ସବୁ ଉଚ୍ଚ ପଦସ୍ଥ ଅଧିକାରୀଙ୍କୁ କହିବି, ଏହି ବାର୍ତ୍ତା ସବୁଠାରୁ ତଳ ସ୍ତରରେ କାର୍ଯ୍ୟରତ ପୋଲିସ ଅଧିକାରୀଙ୍କ ପାଖରେ ପହଞ୍ଚିବା ଆବଶ୍ୟକ।

ଏହି ଅବସରରେ ଓଡିଶା ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ସମସ୍ତ ଶିକ୍ଷାନବୀଶ ମାନଙ୍କୁ ଆଗାମୀ ଦାୟିତ୍ୱ ଓ କାର୍ଯ୍ୟବୋଧତା ପାଇଁ ଶୁଭେଚ୍ଛା ଜଣାଇବା ସହିତ ସେବା କ୍ଷେତ୍ରରେ ପୋଲିସର ଖାକୀ ୟୁନିଫର୍ମ ସର୍ବଦା କର୍ତ୍ତବ୍ୟନିଷ୍ଠା, ଓ ଜନସାଧାରଣଙ୍କ ପ୍ରତି ଉତ୍ସର୍ଗୀକୃତ ହେବା ଉଚିତ ବୋଲି କହିଥିଲେ।

ଏହି କାର୍ଯ୍ୟକ୍ରମରେ ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ ଏକାଡେମୀ, ନିର୍ଦ୍ଦେଶକ ସଞ୍ଜୀବ ପଣ୍ଡା, ଆରକ୍ଷୀ ମହାନିରୀକ୍ଷକ, (ତାଲିମ) ଅନୁପ କୁମାର ସାହୁଙ୍କ ସମେତ ବରିଷ୍ଠ ତଥା ଅବସରପ୍ରାପ୍ତ ପୋଲିସ୍ ଅଧିକାରୀ ବୃନ୍ଦ, ଏକାଡେମୀର ସମସ୍ତ ପ୍ରଶିକ୍ଷକ, କର୍ମଚାରୀ, ଏବଂ ଶିକ୍ଷାନବୀଶଙ୍କ ଅଭିଭାବକ ମାନେ ଉପସ୍ଥିତ ଥିଲେ।

Share. Facebook Twitter LinkedIn Email WhatsApp Copy Link

Related Posts

ପୋଲିସ ଶହୀଦ ସ୍ମାରକୀ ଦିବସରେ ବୀର ପୋଲିସଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ

October 21, 2025

ପୂର୍ବ ତଟ ରେଳପଥ ମହାପ୍ରବନ୍ଧଙ୍କ ବ୍ୟାପକ ଯାତ୍ରୀ ସୁବିଧା ଏବଂ ସୁରକ୍ଷା ଅଭିଯାନର ସମୀକ୍ଷା

October 21, 2025

ସ୍ୱଚ୍ଛତା ଓ ମାମଲା ସମାଧାନ ପାଇଁ ‘ସ୍ୱତନ୍ତ୍ର ଅଭିଯାନ ୫.୦’ ଜାରି

October 21, 2025

ନୂଆପଡ଼ା ଉପ-ନିର୍ବାଚନ: ପୋଲିସ୍ ସୁରକ୍ଷା ବ୍ୟବସ୍ଥାର ପ୍ରସ୍ତୁତିକୁ ସମୀକ୍ଷା କଲେ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ

October 21, 2025
Latest News

ପୋଲିସ ଶହୀଦ ସ୍ମାରକୀ ଦିବସରେ ବୀର ପୋଲିସଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ

October 21, 2025

ପୂର୍ବ ତଟ ରେଳପଥ ମହାପ୍ରବନ୍ଧଙ୍କ ବ୍ୟାପକ ଯାତ୍ରୀ ସୁବିଧା ଏବଂ ସୁରକ୍ଷା ଅଭିଯାନର ସମୀକ୍ଷା

October 21, 2025

ସ୍ୱଚ୍ଛତା ଓ ମାମଲା ସମାଧାନ ପାଇଁ ‘ସ୍ୱତନ୍ତ୍ର ଅଭିଯାନ ୫.୦’ ଜାରି

October 21, 2025

ନୂଆପଡ଼ା ଉପ-ନିର୍ବାଚନ: ପୋଲିସ୍ ସୁରକ୍ଷା ବ୍ୟବସ୍ଥାର ପ୍ରସ୍ତୁତିକୁ ସମୀକ୍ଷା କଲେ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ

October 21, 2025

ପୋଲିସ ସ୍ମୃତି ଦିବସ: ପ୍ରାଣବଳି ଦେଇଥିବା ସାହସୀ ଯୋଦ୍ଧାମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ପ୍ରତିରକ୍ଷା ମନ୍ତ୍ରୀ

October 21, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.